ଓଡିଶା

odisha

ପାକିସ୍ତାନକୁ ସମର୍ଥନ ପରେ ସାନିଆଙ୍କୁ ସମାଲୋଚନା କଲେ ଭାରତୀୟ ଫ୍ୟାନ୍ସ

By

Published : Nov 12, 2021, 6:17 PM IST

Sania Mirza Faces Backlash on Twitter For Supporting Pakistan in T20 World Cup 2021 Semifinal vs Australia
ପାକିସ୍ତାନ ଟିମକୁ ସମର୍ଥନ ପରେ ସାନିଆଙ୍କା ଭାରତୀୟ ଫ୍ୟାନ୍ସଙ୍କ ସମାଲୋଚନା ()

ଗୁରୁବାର ଦୁବାଇ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଚଳିତ ଟି-୨୦ ବିଶ୍ବକପର ଦ୍ବିତୀୟ ସେମିଫାଇନାଲ ମୁକାବିଲା ଅଷ୍ଟ୍ରେଲିଆ ଓ ପାକିସ୍ତାନ ମଧ୍ୟରେ ଖେଳାଯାଇଥିଲା । ଏହି ମ୍ୟାଚ୍‌ରେ ଦର୍ଶକ ଗ୍ୟାଲେରୀଙ୍କୁ ସାନିଆଙ୍କୁ ଦେଖିବାକୁ ମିଳିଥିଲା । ଅଧିକ ପଢନ୍ତୁ...

ଦୁବାଇ:ଭାରତୀୟ ଟେନିସ ଷ୍ଟାର ସାନିଆ ମୀର୍ଜା ପୁଣି ଚର୍ଚ୍ଚାରେ । ଏଥର ନିଜର ଟେନିସ ଖେଳ ପାଇଁ ନୁହେଁ ବରଂ ଷ୍ଟାଡିୟମରେ ବସି କ୍ରିକେଟ ମ୍ୟାଚ୍‌ ଦେଖିବା ତାଙ୍କୁ ମହଙ୍ଗା ପଡିଛି । ଗୁରୁବାର ଦୁବାଇ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଚଳିତ ଟି-୨୦ ବିଶ୍ବକପର ଦ୍ବିତୀୟ ସେମିଫାଇନାଲ ମୁକାବିଲା ଅଷ୍ଟ୍ରେଲିଆ ଓ ପାକିସ୍ତାନ ମଧ୍ୟରେ ଖେଳାଯାଇଥିଲା । ଏହି ମ୍ୟାଚ୍‌ରେ ଦର୍ଶକ ଗ୍ୟାଲେରୀଙ୍କୁ ସାନିଆଙ୍କୁ ଦେଖିବାକୁ ମିଳିଥିଲା । କଡା ସଂଘର୍ଷପୂର୍ଣ୍ଣ ଏହି ସେମିଫାଇନାଲ ମ୍ୟାଚ୍‌ରେ ପାକିସ୍ତାନ ପକ୍ଷରୁ ପ୍ରତିନିଧିତ୍ବ କରୁଥିବା ସ୍ବାମୀ ସୋଏବ ମଲିକଙ୍କୁ ଚିୟର କରୁଥିବା ନଜର ଆସିଥିଲେ ସାନିଆ ।

ପାକିସ୍ତାନ ଟିମ୍‌କୁ ୩୪ ବର୍ଷୀୟ ସାନିଆଙ୍କ ସମର୍ଥନ ବିବାଦର କାରଣ ହୋଇଛି । ଷ୍ଟାଡିୟମରେ ସାନିଆଙ୍କ ଉପସ୍ଥିତିକୁ କିଛି ଭାରତୀୟ ଫ୍ୟାନ୍ସ ସହଜରେ ଗ୍ରହଣ କରିପାରିନାହାନ୍ତି । ଭାରତ ପ୍ରତି ବିଶ୍ବସ୍ତତା ଓ ସମର୍ଥନ ନେଇ ପ୍ରଶ୍ନ ଉଠାଇଛନ୍ତି ଫ୍ୟାନ୍ସ । ପ୍ରତିଦିନ ସୀମାରେ ଆମ ଜବାନଙ୍କ ମୃତ୍ୟର କାରଣ ହେଉଥିବା ଶତୃଦେଶର ବିଜୟ ପାଇଁ ଚିୟର କରୁଛନ୍ତି ବୋଲି ଟ୍ବିଟ୍‌ କରିଛନ୍ତି କିଛି ଫ୍ୟାନ୍ସ । ଆଉ କିଛିଜଣ ସମସ୍ତ ସୀମା ପାର୍‌ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ, ସାନିଆଙ୍କ ଭାରତୀୟ ନାଗରିକତା ବାତିଲ କରିବାକୁ ଦାବି କରିଛନ୍ତି । ଆଉ କିଛି ଜଣ ପ୍ରଶ୍ନ କରିଛନ୍ତି ଯେ, ପାକିସ୍ତାନକୁ ସମର୍ଥନ କରିବା କେଉଁପରି 'ଭାରତୀୟ' ସାନିଆ ମୀର୍ଜା ?"

ଟୁର୍ଣ୍ଣାମେଣ୍ଟର ସୁପର ୧୨ ପର୍ଯ୍ୟାୟରେ ପାକିସ୍ତାନ ଠାରୁ ଭାରତର ପରାଜୟ ସେମିଫାଇନାଲରୁ ବାଦ୍‌ ପଡିବାର ଅନ୍ୟତମ କାରଣ ହୋଇସାରିଛି । ଦ୍ବିତୀୟ ସେମିଫାଇନାଲ ମୁକାବିଲା ଅଷ୍ଟ୍ରେଲିଆ ଓ ପାକିସ୍ତାନ ମଧ୍ୟରେ ଖେଳାଯାଇଥିଲା । ପ୍ରଥମ ବ୍ୟାଟିଂ କରି ପାକିସ୍ତାନ ନିର୍ଦ୍ଧାରିତ ୨୦ ଓଭରରେ ୪ ୱିକେଟ ହରାଇ ୧୭୬ ରନ୍‌ ସଂଗ୍ରହ କରିବା ସହ ଅଷ୍ଟ୍ରେଲିଆ ସାମ୍ନାରେ ୧୭୭ ରନ୍‌ର ବଡ ଲକ୍ଷ୍ୟ ରଖିଥିଲା ।

ଜବାବରେ ଗୋଟିଏ ଓଭର ବାକିଥାଇ ଅଷ୍ଟ୍ରେଲିଆ ୫ ୱିକେଟରେ ବିଜୟୀ ହୋଇଥିଲା । ମ୍ୟାଚ୍‌ର ଏକ ଗୁରୁତ୍ବପୂର୍ଣ୍ଣ ସମୟରେ ପାକିସ୍ତାନୀ ଫିଲ୍ଡର ହାସନ ଅଲୀ ଏକ କ୍ୟାଚ୍‌ ହାତଛଡା କରିବା ପାକିସ୍ତାନ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଥିଲା । କଙ୍ଗାରୁ ଟିମର ୱିକେଟ କିପର ବ୍ୟାଟର ମାଥ୍ୟୁ ୱେଡ୍‌ ହ୍ୟାଟ୍ରିକ୍‌ ଛକା ଲଗାଇ ଟିମକୁ ଫାଇନାଲ ଟିକେଟ ଦେଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details