ଓଡିଶା

odisha

ଟେନିସରୁ ସାନିଆଙ୍କ ଅବସର, ହାଇଦ୍ରାବାଦରେ ଖେଳିଲେ ବିଦାୟୀ ମ୍ୟାଚ

By

Published : Mar 6, 2023, 10:45 AM IST

ଟେନିସରୁ ଅବସର ନେଇଛନ୍ତି ସାନିଆ ମିର୍ଜା । ଦିନେ ଯେଉଁଠି କ୍ୟାରିଅର ଆରମ୍ଭ କରିଥିଲେ ସେଇଠି ବିଦାୟୀ ମ୍ୟାଚ ମ୍ୟାଚ ଖେଳି ଅବସର ନେଇଛନ୍ତି ସାନିଆ । ଅଧିକ ପଢନ୍ତୁ

sania mirza ends her career
ଟେନିସରୁ ସାନିଆଙ୍କ ଅବସର

ହାଇଦ୍ରାବାଦ:ଆଖିରେ ଖୁସିର ଲୁହ ସହ ଟେନିସରୁ ଅବସର ନେଇଛନ୍ତି ସାନିଆ ମିର୍ଜା । ଯେଉଁଠି ଦିନେ କ୍ୟାରିଅର ଆରମ୍ଭ କରିଥିଲେ ସେଇଠି ବିଦାୟୀ ମ୍ୟାଚ ଖେଳି ଅବସର ନେଇଛନ୍ତି ସାନିଆ । ପୂର୍ବରୁ ଅବସର ନେଇସାରିଥିବା ଭାରତୀୟ ଟେନିସ ତାରକା ସାନିଆ ମିର୍ଜା ନିଜ ଘରୋଇ ସହର ହାଇଦ୍ରାବାଦରେ ଶେଷ ମ୍ୟାଚ ଖେଳି ଟେନିସକୁ ଅଲବିଦା କହିଛନ୍ତି । ହାଇଦ୍ରାବାଦରେ ହିଁ ସେ ଟେନିସ ଖେଳିବା ଆରମ୍ଭ କରିଥିଲେ ଓ ସେହିଠାରେ ହିଁ କ୍ରୀଡା ଜୀବନରେ ବିଦାୟୀ ମ୍ୟାଚ ଖେଳିଛନ୍ତି ।

ଗତମାସରେ ସେ ଦୁବାଇ ଟେନିସ ଚମ୍ପିଆନସିପରୁ ସନ୍ୟାସ ନେଇଥିଲେ ଓ କ୍ରୀଡା ଜୀବନର ଶେଷ ମ୍ୟାଚ ଖେଳିଥିଲେ । ଶେଷ ଗ୍ରାଣ୍ଡସ୍ଲମ ଖେଳିଥିଲେ ମାତ୍ର ବିଜୟୀ ହୋଇନଥିଲେ । ବିଦାୟୀ ବେଳେ ସାନିଆ ଭାବ ବିହ୍ବଳ ହୋଇଥିଲା ଦେଖିବାକୁ ମିଳିଥିଲା । ହାଇଦ୍ରାବାଦ ଲାଲ ବାହାଦୂର ଟେନିସ ଷ୍ଟାଡିୟମରେ ସାନିଆଙ୍କ ବିଦାୟୀ ମ୍ୟାଚ ଦେଖିବାକୁ ଟେନିସ ତାରକା ରୋହନ ବୋପାନ୍ନା, ପରିବାର ବର୍ଗ, ପ୍ରଶଂସକ, କେନ୍ଦ୍ର ଆଇନମନ୍ତ୍ରୀ କିରଣ ରିଜିଜୁ ଓ ପୂର୍ବତନ କ୍ରିକେଟର ଯୁବରାଜ ସିଂହ ମଧ୍ୟ ଉପସ୍ଥିତ ଥିଲେ । ସାଥୀ ଖେଳାଳି ବୋପାନ୍ନାସ ଇଭାନ, ଡୋଡିଦ, କାରା ବ୍ଲାକ, ବୋଥାନୀ ମୋଟେକ, ସାଣ୍ଡସ ମାରିଅନ ବାର୍ତ୍ତୋଲିଙ୍କ ସହ ଦୁଇଟି ଡବଲ୍ସ ମ୍ୟାଚ ଖେଳିଥିଲେ ।

ଏହା ବି ପଢନ୍ତୁ...ରାଉରକେଲାରେ ହକି ପ୍ରୋ ଲିଗ ମ୍ୟାଚ, ମାର୍ଚ୍ଚ ୧୦ରେ ଭାରତ-ଜର୍ମାନୀ ପ୍ରଥମ ମ୍ୟାଚ

2002ରୁ ଟେନିସ ଖେଳିବା ଆରମ୍ଭ କରି ସାନିଆ ଜାତୀୟ କ୍ରୀଡାରେ ପଦକ ହାସଲ କରିଥିଲେ । 2005ରେ ପ୍ରଥମ ଡବ୍ଲୁଟିଏ ଟାଇଟଲ ହାସଲ କରିଥିଲେ । ତାଙ୍କ ଟେନିସ କ୍ୟାରିଅରରେ ସାନିଆ 6 ଥର ଗ୍ଲାଣ୍ଡସ୍ଲାମ ଟାଇଟଲ ଜିତିଛନ୍ତି । ଏଥିରେ 3ଟି ମହିଳା ଡବଲ୍ସ ଓ 3ଟି ମିକ୍ସଡ ଡବଲ୍ସ ରହିଛି । ସେ ତାଙ୍କ କ୍ରୀଡା ଜୀବନରେ ମୋଟ 43ଟି ଟ୍ରଫି ଜିତିଛନ୍ତି । ଜାନୁଆରୀରେ ସାଥୀ ଖେଳାଳି ବୋପନ୍ନାଙ୍କ ସହ ଅଷ୍ଟ୍ରେଲିଆ ମିକ୍ସଡ ଡବଲ୍ସ ଫାଇନାଲରେ ରନର୍ସଅପ ହୋଇଥିଲେ ।

ଦୀର୍ଘ 20 ବର୍ଷଧରି ଦେଶ ପାଇଁ ପ୍ରତିନିଧିତ୍ବ କରି ଗର୍ବ ଓ ଗୌରବ ଅନୁଭବ କରୁଥିବା ବିଦାୟୀ ଭାଷଣରେ କରିଛନ୍ତି ସାନିଆ । ଏହି ସମୟରେ ସାନିଆଙ୍କ ପରିବାର ଉପସ୍ଥିତ ଥିଲେ । ବର୍ତ୍ତମାନ ସେ ତେଲେଙ୍ଗାନାରେ ଟେନିସର ଉନ୍ନତି ପାଇଁ ସରକାରଙ୍କ ସହ ମିଳିତ ଭାବେ କାର୍ଯ୍ୟ କରିବେ ।

Australian Open: କ୍ୟାରିଅରର ଶେଷ ଗ୍ରାଣ୍ଡସ୍ଲାମ ଖେଳିଲେ ସାନିଆ

ସାନିଆ ମିର୍ଜା ପାକିସ୍ତାନ କ୍ରିକେଟର ସୋଏବ ମଲ୍ଲିକଙ୍କୁ ବିବାହ କରିଛନ୍ତି । ତାଙ୍କର ଗୋଟିଏ ପୁତ୍ର ସନ୍ତାନ ଅଛି । ସାନିଆ ପ୍ରଥମ ଭାରରତୀୟ ଭାବେ WTA ଟାଇଟଲ ଜିତିଥିଲେ ।

ABOUT THE AUTHOR

...view details