ଓଡିଶା

odisha

Thailand Para Badminton: ସ୍ବର୍ଣ୍ଣିମ ସଫଳତା, ପ୍ରମୋଦଙ୍କୁ ଡବଲ୍ ସ୍ବର୍ଣ୍ଣ

By

Published : May 15, 2023, 9:17 AM IST

ରାଜ୍ୟ ପାଇଁ ଗର୍ବ ଆଣିଲେ ଟୋକିଓ ପାରା ଅଲମ୍ପିକ୍ସ ସ୍ବର୍ଣ୍ଣ ବିଜେତା ପ୍ରମୋଦ ଭଗତ । ଥାଇଲାଣ୍ଡ ପାରା ବ୍ୟାଡମିଣ୍ଟନରେ ଡବଲ ସ୍ବର୍ଣ୍ଣ ପଦକ ଜିତିଛନ୍ତି ପ୍ରମୋଦ ଭଗତ । ଅଧିକ ପଢନ୍ତୁ

Thailand Para Badminton
pramod bhagat

ଭୁବନେଶ୍ବର:ଥାଇଲାଣ୍ଡରେ ଚମକିଲେ ଓଡିଶାର ଷ୍ଟାର ସଟଲର ପ୍ରମୋଦ ଭଗତ । ଥାଇଲାଣ୍ଡ ପାରା ବ୍ୟାଡମିଣ୍ଟନ ପ୍ରତିଯୋଗିତାରେ ଦୁଇଟି ସ୍ବର୍ଣ୍ଣ ପଦକ ଜିତିଛନ୍ତି ପ୍ରମୋଦ । ଏସଏଇ3 ପୁରୁଷ ଏକକ ଓ ଯୁଗଳ ଫାଇନାଲରେ ପ୍ରମୋଦ ଓ ତାଙ୍କ ଯୋଡିଦାର ସୁକାନ୍ତ କଦମ ବିଜୟୀ ସ୍ବର୍ଣ୍ଣ ପଦକ ଭେଟି ଦେଇଛନ୍ତି । ଏହା ସହ ପୁରୁଷ ଯୁଗଳ ସେମିଫାଇନାଲରେ ପରାସ୍ତ ହୋଇ ଦୀପରଞ୍ଜନ ବିଷ୍ଣୋଇ କାଂସ୍ୟ ପଦକରେ ସନ୍ତୁଷ୍ଟ ହୋଇଛନ୍ତି ।

ଉଭୟ ସିଙ୍ଗଲ୍ସ ଓ ଡବଲ୍ସରେ ଚମ୍ପିଆନ ହୋଇଛନ୍ତି ପ୍ରମୋଦ ଭଗତ । ପୁରୁଷ ଏକକ ଫାଇନାଲରେ ସେ ଇଂଲଣ୍ଡର ଡାନିଏଲ ବେଥେଲଙ୍କୁ ଭେଟିଥିଲେ । ପ୍ରମୋଦ ପ୍ରଥମ ଗେମକୁ 21-19 ସେଟରେ ଜିତି ନେଇଥିଲେ । ଆହତ ହେବାରୁ ଦ୍ବିତୀୟ ଗେମରେ ବେଥେଲ ଖେଳିନଥିଲେ । ମୁକାବିଲାରୁ ଓହରି ଯାଇଥିଲେ ବୋଥେଲ ଫଳରେ ପ୍ରମୋଦଙ୍କୁ ବିଜୟୀ ଘୋଷଣା କରାଯାଇଥିଲା । ଡବଲ୍ସରେ ସୁକାନ୍ତଙ୍କୁ ସାଥୀ କରି ନିତେଶ କୁମାର ଓ ତରୁଣ ଯୋଡିଙ୍କୁ 18-21, 21-14, 21-19 ସେଟରେ ପରାସ୍ତ କରିଥିଲେ । ଚଳିତ ବର୍ଷ ଖେଳାଯାଇଥିବା 4ଟି ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ଏହା ପ୍ରମୋଦଙ୍କ ପ୍ରଥମ ସ୍ବର୍ଣ୍ଣ ସଫଳତା । ଅନ୍ୟ 3ଟି ପ୍ରତିଯୋଗିତାରେ ସେ କାଂସ୍ୟ ପଦକ ଜିତିଥିଲେ । ବିଶ୍ବ ରାକିଂରେ ଥାଇଲାଣ୍ଡ ପାରା ବ୍ୟାଡମିଣ୍ଟନରେ ରୌପ୍ୟ ବିଜେତା ଡାନିଏଲ ବେଥେଲ ପ୍ରଥମ ସ୍ଥାନରେ ରହିଥିବା ବେଳେ ପ୍ରମୋଦ ଭଗତ ଦ୍ବିତୀୟ ସ୍ଥାନରେ ରହିଛନ୍ତି । ଭାରତର ନିକେଶ କୁମାର ତୃତୀୟ ସ୍ଥାନରେ ରହିଛନ୍ତି ।

ଏହା ବି ପଢନ୍ତୁ...ISSF World Cup: ହୃଦୟ ଓ ନାନ୍‌ସିଙ୍କୁ ପ୍ରଥମ ବିଶ୍ବକପ୍‌ ପଦକ, ୨୯ ବର୍ଷର ରେକର୍ଡ ଭାଙ୍ଗିଲେ ରିଦିମ

ଏହା ବି ପଢନ୍ତୁ...IPL 2023 RR vs RCB: ରାଜସ୍ଥାନର ବ୍ୟାଟିଂ ବିପର୍ଯ୍ୟୟ, ୧୧୨ ରନରେ ଜିତିଲା ବାଙ୍ଗାଲୋର

ନିକଟରେ ବ୍ରାଜିଲ ପାରା ବ୍ୟାଡମିଣ୍ଟନ ଡବଲ୍ସ ସେମି ଫାଇନାଲରେ ପ୍ରବେଶ କରିଥିଲେ ପ୍ରମୋଦ ଭଗତ ଓ ସାଥୀ ଦିଲେଶ୍ବର ରାଓ । ଏଥିଲେ ବ୍ରୋଞ୍ଜ ପଦକ ହାସଲ କରିଥିଲେ । ଏହା ପୂର୍ବରୁ ସ୍ପାନିସ ପାରା ବ୍ୟାଡମିଣ୍ଟନର ପୁରୁଷ ଡବଲ୍ସରେ ସ୍ବର୍ଣ୍ଣ ପଦକ ଜିତିଥିଲେ । ସୁକାନ୍ତ କଦମଙ୍କ ସହ ମିଶି ଯୁଗଳ ମୁକାବିଲାରେ ଆଧିପତ୍ୟ ବିସ୍ତାର କରି ଚମ୍ପିଆନ ହୋଇଥିଲେ । ଏହି ଟୁର୍ଣ୍ଣାମେଣ୍ଟ ସିଙ୍ଗଲ୍ସରେ ରୌପ୍ୟ ପଦକରେ ସନ୍ତୁଷ୍ଟ ହୋଇଥିଲେ ପ୍ରମୋଦ । ଗତବର୍ଷ ଟୋକିଓରେ ଅନୁଷ୍ଠିତ ହୋଇଥିବା ବିଡବ୍ଲ୍ୟୁଏଫ ପାରା ବ୍ୟାଡମିଣ୍ଟନ ବିଶ୍ବ ଚମ୍ପିଅନସିପରେ ଦୁଇଟି ପଦକ ହାସଲ ଓଡିଶାର ଷ୍ଟାର ସଟଲର ପ୍ରମୋଦ ଭଗତ କରିଥିଲେ ।

ABOUT THE AUTHOR

...view details