ଓଡିଶା

odisha

Australian Open: କ୍ବାର୍ଟର-ଫାଇନାଲରେ ଅଟକିଲେ ସାନିଆ-ରାଜୀବ ଯୋଡି

By

Published : Jan 25, 2022, 4:26 PM IST

ଚଳିତ ଅଷ୍ଟ୍ରେଲିଆନ ଓପନ(Australian Open) ଟେନିସ ଟୁର୍ଣ୍ଣାମେଣ୍ଟରୁ ବାଦ୍‌ ପଡିଲେ ଭାରତୀୟ ଟେନିସ ଷ୍ଟାର ସାନିଆ ମୀର୍ଜା । ମିକ୍ସଡ ଡବଲ୍ସ କ୍ବାର୍ଟର-ଫାଇନାଲ ମୁକାବିଲାରେ ସାନିଆ ଓ ତାଙ୍କର ଆମେରିକୀୟ ପାର୍ଟନର ରାଜୀବ ରାମ ପରାସ୍ତ । ଅଧିକ ପଢନ୍ତୁ

Australian Open: Sania Mirza-Rajeev Ram bow out, lose quarterfinal clash
Australian Open: କ୍ବାର୍ଟର-ଫାଇନାଲରେ ଅଟକିଲେ ସାନିଆ-ରାଜୀବ ଯୋଡି

ମେଲବୋର୍ଣ୍ଣ:ଚଳିତ ଅଷ୍ଟ୍ରେଲିଆନ ଓପନ ଟେନିସ ଟୁର୍ଣ୍ଣାମେଣ୍ଟରୁ ବାଦ୍‌ ପଡିଲେ ଭାରତୀୟ ଟେନିସ ଷ୍ଟାର ସାନିଆ ମୀର୍ଜା । ମିକ୍ସଡ ଡବଲ୍ସ କ୍ବାର୍ଟର-ଫାଇନାଲ ମୁକାବିଲାରେ ସାନିଆ ଓ ତାଙ୍କର ଆମେରିକୀୟ ପାର୍ଟନର ରାଜୀବ ରାମ ପରାସ୍ତ ହୋଇଛନ୍ତି ।

ଫଳରେ ପ୍ରତିଯୋଗିତାରେ ଉଭୟଙ୍କର ଅଭିଯାନ ଶେଷ ହୋଇଛି । ମାରଗାରେଟ କୋର୍ଟ ଏରେନାରେ ଖେଳାଯାଇଥିବା କ୍ବାର୍ଟର-ଫାଇନାଲରେ ଜେସନ କୁଲବର ଓ ଜେମି ଫୁରଲିସଙ୍କ ଠାରୁ ପରାଜିତ ହୋଇଛନ୍ତି ସାନିଆ ଓ ରାଜୀବ ଯୋଡି । କୁଲବର ଓ ଫୁରଲିସ ୬-୪, ୭-୬ ସିଧାସଳଖ ସେଟ୍‌ରେ ସାନିଆ ଓ ରାଜୀବଙ୍କୁ ହରାଇଛନ୍ତି ।

ଏହାମଧ୍ୟ ପଢନ୍ତୁ: Asia Cup Hockey: ସେମିଫାଇନାଲରେ ମହିଳା ହକି ଟିମ ଇଣ୍ଡିଆ

ପ୍ରଥମ ସେଟ୍‌ରେ ପରାଜୟ ପରେ ସାନିଆ ଓ ଆମେରିକାର ରାଜୀବ ଚାପରେ ରହିଥିଲେ । ତେବେ ଦ୍ବିତୀୟ ସେଟ୍‌ରେ ପରାଜୟ ଏଡାଇବାକୁ ସମସ୍ତ ପ୍ରୟାସ କରିଥିଲେ ମଧ୍ୟ ସଫଳ ହୋଇନଥିଲେ । ଏକସମୟରେ ୫-୫ରେ ପଏଣ୍ଟ ବରାବର ରହିଥିଲା, ମାତ୍ର ସଂଘର୍ଷପୂର୍ଣ୍ଣ ମୁକାବିଲାରେ ୭-୬ରେ ଭାରତୀୟ-ଆମେରିକୀୟ ଯୋଡି ପରାସ୍ତ ହୋଇଥିଲେ । ୨୦୨୨ ସିଜିନ ଟେନିସ କୋର୍ଟରେ ସାନିଆଙ୍କ ଶେଷ ବର୍ଷ ହେବ ଓ ସେ ସନ୍ୟାସ ନେବେ ବୋଲି ପୂର୍ବରୁ ଘୋଷଣା କରିସାରିଛନ୍ତି ।

ANI

ABOUT THE AUTHOR

...view details