ନୂଆଦିଲ୍ଲୀ:ଚୀନର ହଙ୍ଗଝୌରେ ଜାରି ରହିଥିବା ଚତୁର୍ଥ ଏସିଆନ ଗେମ୍ସରେ ଭାରତର ଜଲୱା ଦେଖିବାକୁ ମିଳିଛି । ତୃତୀୟ ଦିନରେ ଭାରତର ପଦକ ଅଭିଯାନ ଆରମ୍ଭ ହୋଇଛି । ଜାଭେଲିନ ଥ୍ରୋରେ ସ୍ବର୍ଣ୍ଣିମ ସଫଳା ସହ ମହିଳା ଟେବୁଲ ଟେନିସରେ କାଂସ୍ୟ ପଦକ ହାସଲ କରିଛନ୍ତି ଭାରତୀୟ କ୍ରୀଡାବିତ । ଏଯାବତ ଭାରତର ପଦକ ସଂଖ୍ୟା 38ରେ ପହଞ୍ଚିଥିବାବେଳେ ମୋଟ ସ୍ବର୍ଣ୍ଣ ପଦକ ସଂଖ୍ୟା 11ରେ ପହଞ୍ଚିିଛି ।
ପାରା ଏସିଆନ ଗେମ୍ସ ତୃତୀୟ ଦିନରେ ପୁରୁଷ ଜାଭେଲିନ ଥ୍ରୋରେ ସ୍ବର୍ଣ୍ଣ ପଦକ ଜିତିଛନ୍ତି ସୁମିନ ଅଣ୍ଟିଲ । ପୁରୁଷ ଜାଭେଲିନ ଥ୍ରୋ ଏଫ64 ଇଭେଣ୍ଟରେ 73.29 ମିଟର ଜାଭେଲିନ ଫିଙ୍ଗି ସ୍ବର୍ଣ୍ଣିମ ସଫଳତା ହାସଲ କରିଛନ୍ତି । ପାରା ଅଥଲେଟ ହାନୀ ଜଭେଲିନ ଥ୍ରୋରେ ସ୍ବର୍ଣ୍ଣ ପଦକ ଜିତିଛନ୍ତି । ପୁରୁଷ ଜେଭଲିନ ଥ୍ରୋ F37 ଇଭେଣ୍ଟରେ 55.97 ଜାଭେଲିନ ଫିଙ୍ଗି ସ୍ବର୍ଣ୍ଣ ପଦକ ଜିତିଛନ୍ତି । ସେହିପରି ଏହି ଇଭେଣ୍ଟରେ ଭାରତ ଦୁଇଟି ପଦକ ଜିତିଛି । ପୁଷ୍ପେନ୍ଦ୍ର ସିଂହ ପୁରୁଷ ଜାଭେଲିନ ଥ୍ରୋ ଏଫ64 ଇଭେଣ୍ଟରେ 62.06 ମିଟର ଜାଭେଲିନ ଫିଙ୍ଗି ବ୍ରୋଞ୍ଜ ପଦକ ଜିତିଛନ୍ତି ।
ଟିଟିରେ ଭାବିନାଙ୍କୁ ବ୍ରୋଞ୍ଚ: ଟେବୁଲ ଟେନିସରେ ଭାବିନା ପଟେଲ କାଂସ୍ୟ ପଦକ ଜିତିଛନ୍ତି । ମହିଳା ଏକକ କ୍ଲାସ 4 ଇଭେଣ୍ଟରେ ଭାବିନା ପଟଲେ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି । ତାଙ୍କର ଏହି ସଫଳତା ପାଇଁ ତାଙ୍କୁ ଶୁଭେଚ୍ଛାର ସୁଅ ଛୁଟିଛି ।
ଏହା ବି ପଢନ୍ତୁ...Asian Para Games 2023: ଡିସକ୍ସ ଥ୍ରୋରେ କ୍ଲିନ୍ ସ୍ବିପ୍, ଦ୍ବିତୀୟ ଦିନରେ ଭାରତକୁ ୧୭ ପଦକ