ଅକଲାଣ୍ଡ୍:ଭେଟେରାନ ଦ୍ରୁତ ବୋଲର ଝୁଲଣ ଗୋସ୍ବାମୀ ଆଉ ଏକ ମାଇଲଷ୍ଟୋନକୁ ଅତିକ୍ରମ କରିଛନ୍ତି । ବିଶ୍ବର ଦ୍ବିତୀୟ ମହିଳା କ୍ରିକେଟର ଭାବେ ୨୦୦ତମ ଅନ୍ତର୍ଜାତୀୟ ଦିନିକିଆ ମ୍ୟାଚ୍ ଖେଳିବାର ଗୌରବ ଅର୍ଜନ କରିଛନ୍ତି ଝୁଲଣ । ନ୍ୟୁଜିଲାଣ୍ଡରେ ଖେଳାଯାଉଥିବା ଚଳିତ ମହିଳା ODI ବିଶ୍ବକପ ୨୦୨୨ରେ ଶନିବାର ଅଷ୍ଟ୍ରେଲିଆ ବିପକ୍ଷରେ ଏହି ବିରଳ ଉପଲବ୍ଧି ହାସଲ କରିଛନ୍ତି ଗୋସ୍ବାମୀ ।
ଭାରତୀୟ କ୍ୟାପଟେନ ମିତାଲି ରାଜଙ୍କ ନାମରେ ମହିଳା କ୍ରିକେଟରେ ସର୍ବାଧିକ ଦିନିକିଆ ମ୍ୟାଚ୍ ଖେଳିବାର ରେକର୍ଡ ରହିଛି । ଏଯାବତ ୨୩୦ ଅନ୍ତର୍ଜାତୀୟ ଦିନିକିଆ ମ୍ୟାଚ୍ ଖେଳିସାରିଛନ୍ତି ମିତାଲି । ୧୯୧ଟି ଅନ୍ତର୍ଜାତୀୟ ଦିନିକିଆ ମ୍ୟାଚ୍ ଖେଳି ଏହି ତାଲିତାର ତୃତୀୟରେ ଅଛନ୍ତି ପୂର୍ବତନ ଇଂଲଣ୍ଡ କ୍ରିକେଟର ଏଡୱାର୍ଡ୍ସ ରହିଛନ୍ତି ।