ଓଡିଶା

odisha

UK PM plays Cricket: ଟି-୨୦ ଚମ୍ପିଆନ୍‌ ଟିମ୍‌ ସହ କ୍ରିକେଟ ଖେଳିଲେ ଋଷି ସୁନକ

By

Published : Mar 23, 2023, 10:09 PM IST

ଇଂଲଣ୍ଡ ଟିମ ସହ କ୍ରିକେଟ ଖେଳିଲେ ୟୁକେ ପ୍ରଧାନମନ୍ତ୍ରୀ ଋଷି ସୁନକ । ନିଜ ସୋସିଆଲ ଫଟୋ ସେୟାର କରି କ୍ୟାପସନରେ ଲେଖିଲେ ଏମିତି । ଅଧିକ ପଢନ୍ତୁ

UK PM plays Cricket
UK PM plays Cricket

ନୂଆଦିଲ୍ଲୀ:ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକ ନିଜ ସରକାରୀ ବାସଭବନ ଡାଉନିଂ ଷ୍ଟ୍ରିଟରେ ଖେଳିଲେ କ୍ରିକେଟ । ଟି ୨୦ ଚମ୍ପିଆନ୍‌ ଇଂଲଣ୍ଡ ଟିମ ସହିତ ଋଷି କ୍ରିକେଟ ଖେଳୁଥିବା ନଜର ଆସିଛନ୍ତି । ଇଂଲଣ୍ଡ ଟିମ୍‌ର କ୍ରିକେଟରଙ୍କ ସହିତ କ୍ରିକେଟ ଖେଳି ପ୍ରଧାନମନ୍ତ୍ରୀ ଋଷି ସେମାନଙ୍କ ମନୋବଳକୁ ବୃଦ୍ଧି କରିବା ସହ ସେମାନଙ୍କୁ ଉତ୍ସାହିତ କରିଛନ୍ତି । ଋଷି କ୍ରିକେଟ ଖେଳୁଥିବାର ଫଟୋ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି ।

ଇଂଲଣ୍ଡ ଟିମ ସହ କ୍ରିକେଟ ଖେଳିଲେ ୟୁକେ ପ୍ରଧାନମନ୍ତ୍ରୀ ଋଷି ସୁନକ

ବୁଧବାର ମାର୍ଚ୍ଚ ୨୨ ତାରିଖ ତଥା ଗତକାଲି ଋଷି ଡାଉନିଂ ଷ୍ଟ୍ରିଟରେ ଏକ ରିସେପସନ ପାର୍ଟିରେ ଆୟୋଜନ କରିଥିଲେ । ଏହି ଗ୍ରାଣ୍ଡ୍‌ ସେଲିବ୍ରେସନରେ ଋଷି ଟି ୨୦ ଚମ୍ପିଆନ୍‌ ଇଂଲଣ୍ଡ କ୍ରିକେଟ ଟିମ୍‌ର ଖେଳାଳିଙ୍କୁ ନିମନ୍ତ୍ରଣ କରିଥିଲେ । ଇଂଲଣ୍ଡ ଟିମ୍‌ ଟି୨୦ ବିଶ୍ବକପ ୨୦୨୨ର ଚମ୍ପିଆନ ଟିମ । ଜୋସ ବଟଲରଙ୍କ ଅଧିନାୟକତ୍ବରେ ଇଂଲଣ୍ଡ ଟିମ୍‌ ନଭେମ୍ବର ୧୩ ତାରିଖରେ ପାକିସ୍ତାନକୁ ପରାସ୍ତ କରି ଟି-୨୦ ବିଶ୍ବକପ ୨୦୨୨ ଟାଇଟଲକୁ ନିଜ ନାମରେ କରିଥିଲା । ଇଂଲଣ୍ଡର ଅଧିନାୟକ ଜୋସ୍‌ ବଟଲର ଓ ଟିମର ମୁଖ୍ୟ କୋଚ ମାଥ୍ୟୁ ମଟ୍‌ଙ୍କ ନେତୃତ୍ବରେ ଟିମ ବିଜୟ ହୋଇଥିଲା ।

ଇଂଲଣ୍ଡ ଟିମ ସହ କ୍ରିକେଟ ଖେଳିଲେ ୟୁକେ ପ୍ରଧାନମନ୍ତ୍ରୀ ଋଷି ସୁନକ

ଏହା ବି ପଢନ୍ତୁ- INDvsAUS ODI: ଦିନିକିଆରେ ହ୍ୟାଟ୍ରିକ ଡକ୍, SKY ଷଷ୍ଠ ଭାରତୀୟ, ଲିଷ୍ଟରେ ଅଛନ୍ତି ତେନ୍ଦୁଲକର

ବୁଧବାର ପ୍ରଧାନମନ୍ତ୍ରୀ ଋଷିଙ୍କ ସହିତ ସ୍ୟାମ କରନ, ଲିୟାମ ଲିଭିଂଷ୍ଟୋନ, ଡେଭିଡ ମଲାନ, କ୍ରିସ ୱକ୍ସ, ଫିଲ ସଲ୍ଟ, କ୍ରିସ ଜର୍ଡାନ, ଟାଇମଲ ମିଲ୍ସ ଓ ଷ୍ଟାଣ୍ଡବୟ ସୀମର ରିଚର୍ଡ ଗ୍ଲିସନ କ୍ରିକେଟ ଖେଳିଥିଲେ । ଏହି କ୍ରିକେଟ ଖେଳୁଥିବ ସମୟର ଫଟୋକୁ ପ୍ରଧାନମନ୍ତ୍ରୀ ଋଷି ନିଜ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ସେୟାର କରିଛନ୍ତି । କଳା ରଙ୍ଗର ବ୍ୟାଟ ଧରି କ୍ରିକେଟ ଖେଳୁଥିବାର ନଜର ଆସିଛନ୍ତି ୟୁକେ ପ୍ରଧାନମନ୍ତ୍ରୀ । ଏହି ଫଟୋକୁ ସେୟାର କରି କ୍ୟାପସନରେ ନିଜର ଅନୁଭୂତିକୁ ଲେଖିଛନ୍ତି ଋଷି ।

ସେ କ୍ୟାପସନରେ ଲେଖିଛନ୍ତି, "ଡାଉନିଂ ଷ୍ଟ୍ରିଟର ଗ୍ରାଉଣ୍ଡରେ ଜୋସ ବଟଲର ଓ ଇଂଲଣ୍ଡ କ୍ରିକେଟ ଟିମ ସହିତ କ୍ରିକେଟ ଖେଳ ରୋମାଞ୍ଚକର ଥିଲା । ଯେତେବେଳେ ଟିମ ଟି-୨୦ ବିଶ୍ବକପ ୨୦୨୨ ଟାଇଟଲ ଜିତିଥିଲା, ସେତେବେଳେ ସେମାନଙ୍କୁ ମୁଁ ତାଙ୍କୁ ଶୁଭେଚ୍ଛା ଜଣାଇଥିଲି ।" ଏକ ଫଟୋରେ ଦେଖିବାକୁ ମିଳିଛି ଯେ ପ୍ରଧାନମନ୍ତ୍ରୀ ଋଷି ସୁନକ ଅଧିନାୟକ ଜୋସ ବଟଲରଙ୍କ ସହିତ ହାତରେ ଟ୍ରଫି ଧରି ଠିଆ ହୋଇଛନ୍ତି । ଆଉ କିଛି ଫଟୋରେ ଦେଖିବାକୁ ମିଳିଛି ଯେ ଋଷି ସୁନକ ବ୍ୟାଟିଂ କରୁଛନ୍ତି ଆଉ ତାଙ୍କୁ ଟିମର ଅନ୍ୟ ଖେଳାଳି ଉତ୍ସାହିତ କରୁଛନ୍ତି ।

ABOUT THE AUTHOR

...view details