ଦୁବାଇ:ଆରମ୍ଭ ହୋଇସାରିଛି ଫଟାଫଟ କ୍ରିକେଟର ମହାକୁମ୍ଭ ICC ଟି-୨୦ ବିଶ୍ବକପ । ରାଉଣ୍ଡ ୧ ପର୍ଯ୍ୟାୟ ମ୍ୟାଚ୍ ଖେଳାଯାଉଥିବାବେଳେ, ସୁପର ୧୨ ଟିମ ଲଢେଇ ପାଇଁ ପ୍ରସ୍ତୁତ ହେଉଛନ୍ତି । ଦୁବାଇରେ ଟିମ ଇଣ୍ଡିଆର ମେଣ୍ଟର ମହେନ୍ଦ୍ର ସିଂହ ଧୋନି ଓ ୱେଷ୍ଟଇଣ୍ଡିଜ ଓପନର କ୍ରିସ୍ ଗେଲ୍ଙ୍କ ଏକ ଫଟୋ ଭାଇରାଲ୍ ହେଉଛି । ଉଭୟ କିମ୍ବଦନ୍ତୀ କ୍ରିକେଟର ପରସ୍ପର ସହ କଥା ହେଉଥିବା ନଜର ଆସିଛନ୍ତି ।
ଏହି ସମୟର ଫଟୋକୁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(BCCI) ନିଜ ଟ୍ବିଟର ଆକାଉଣ୍ଟରେ ସେୟାର କରିବା ସହ 'ଦୁଇ କିମ୍ବଦନ୍ତୀ, ଗୋଟିଏ ସ୍ମରଣୀୟ ମୂହୂର୍ତ୍ତ' ବୋଲି ଲେଖିଛି । ୱେଷ୍ଟଇଣ୍ଡିଜ କ୍ରିକେଟ ମଧ୍ୟ ଧୋନି, ଡ୍ବାଇନ ବ୍ରାଭୋ, ଋଷଭ ପନ୍ତ, ନିକୋଲାସ ପୁରୋନ ଓ ଗେଲ୍ଙ୍କ ଫଟୋ ସେୟାର କରିଛି ।