ଦୁବାଇ:ଟିମ ଇଣ୍ଡିଆ କ୍ୟାପଟେନ ବିରାଟ କୋହଲି ନିଜ କ୍ରିକେଟ କ୍ୟାରିୟରରେ ଆଉ ଏକ ବିରଳ କୀର୍ତ୍ତିମାନ ହାସଲ କରିଛନ୍ତି । ଟି-୨୦ ଫର୍ମାଟରେ ୧୦,୦୦୦ ରନ୍ ପୂରଣ କରିବାରେ ଦେଶର ପ୍ରଥମ ଖେଳାଳି ହୋଇଛନ୍ତି କୋହଲି ।
ରବିବାର ଦୁବାଇ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଖେଳାଯାଉଥିବା ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷ ଆଇପିଏଲ ମ୍ୟାଚ୍ରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପକ୍ଷରୁ ବ୍ୟାଟିଂ କରି ଏହି ମାଇଲଷ୍ଟୋନକୁ ଅତିକ୍ରମ କରିଛନ୍ତି କୋହଲି ।