ଆବୁଧାବି: ଆଇପିଏଲର ୫୫ତମ ମ୍ୟାଚ୍ରେ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ବିସ୍ଫୋରକ ବ୍ୟାଟିଂ ପରେ ଚର୍ଚ୍ଚାରେ ମୁମ୍ବାଇ ଇଣ୍ଡିଆନ୍ସ ଓପନର ଇଶାନ କିଶନ । ବିସ୍ଫୋରକ ବ୍ୟାଟିଂ ସହ ଅବିଶ୍ବସନୀୟ ଭାବେ ମାତ୍ର ୧୬ ବଲ୍ରୁ ଅର୍ଦ୍ଧଶତକ ହାସଲ ସହ ନୂଆ ରେକର୍ଡର ଅଧିକାରୀ ହେଆଇଛନ୍ତି କିଶନ । ଆଇପିଏଲ ଇତିହାସରେ ଏହା ତୃତୀୟ ଦ୍ରୁତତମ ଅର୍ଦ୍ଧଶତକ । ସେହିପରି ଆଇପିଏଲ ଇତିହାସରେ ଜଣେ ମୁମ୍ବାଇ ଇଣ୍ଡିଆନ୍ସ ବ୍ୟାଟ୍ସମ୍ୟାନ ଭାବରେ ଦ୍ରୁତତମ ଅର୍ଦ୍ଧଶତକ ଇଶାନ କିଶନଙ୍କ ନାମରେ ହୋଇଛି ।
ଡିଫେଣ୍ଡିଂ ଚମ୍ପିଆନ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଏହି ମ୍ୟାଚ IPL 2021ର ଶେଷ ଲିଗ୍ ପର୍ଯ୍ୟାୟ ମ୍ୟାଚ୍ । ଗାଣିତିକ ସମୀକରଣ ଦୃଷ୍ଟିରୁ ମୁମ୍ବାଇର ପ୍ଲେ-ଅଫ୍ ରେ ପହଞ୍ଚିବା ଆଶା କମ ରହିଛି । ତେବେ ୨୫୦ରୁ ଅଧିକ ସ୍କୋର କରିବା ସହ ହାଇଦ୍ରାବାଦକୁ ୧୭୧ ଅତିକମ୍ରେ ୧୭୧ ରନ୍ରେ ହରାଇପାରିଲେ KKRକୁ ପଛରେ ପକାଇ IPL 2021ର ପଏଣ୍ଟ ଟେବୁଲର ଚତୁର୍ଥ ସ୍ଥାନ ମଧ୍ୟରେ ପ୍ରବେଶ କରିପାରିବ ମୁମ୍ବାଇ ।