ଓଡିଶା

odisha

India Open: ସାଇନା ଆଉଟ୍‌, କ୍ବାର୍ଟରରେ ସିନ୍ଧୁ

By

Published : Jan 13, 2022, 6:59 PM IST

Sindhu advances, Saina knocked out of India Open

ପୂର୍ବତନ ଚାମ୍ପିଅନ ଓ ୨୦୧୨ ଅଲମ୍ପିକ ବ୍ରୋଞ୍ଜ୍‌ ପଦକ ବିଜେତା ସାଇନା, ୧୭-୨୧, ୯-୨୧ ସେଟ୍‌ରେ ମାଳବିକା ବଂଶଦଙ୍କ ଠାରୁ ପରାସ୍ତ ହୋଇଛନ୍ତି । ବିଶ୍ବ ବ୍ୟାଡ୍‌ମିଣ୍ଟନ ମାନ୍ୟତାର ୧୧୧ନମ୍ବରରେ ଥିବା ମାଳବିକା ବଡ ବିପର୍ଯ୍ୟୟ ଘଟାଇବା ସହ ପୂର୍ବତନ ବିଶ୍ବ ନମ୍ବର ୧ ସାଇନାଙ୍କୁ ହରାଇଛନ୍ତି । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ଦୁଇଥରର ଅଲମ୍ପିକ ପଦକ ବିଜେତା ସର୍ଟଲର ପିଭି ସିନ୍ଧୁ ଓ ଏଚ୍‌ଏସ୍‌ ପ୍ରଣୟ ଚଳିତ ଇଣ୍ଡିଆ ଓପନ କ୍ବାର୍ଟର-ଫାଇନାଲରେ ଗୁରୁବାର ପ୍ରବେଶ କରିଛନ୍ତି । ମାତ୍ର ପରାଜୟ ସହ ସାଇନା ନେହୱାଲଙ୍କ ଅଭିଯାନ ଶେଷ ହୋଇଛି । ପୂର୍ବତନ ଚାମ୍ପିଅନ ଓ ୨୦୧୨ ଅଲମ୍ପିକ ବ୍ରୋଞ୍ଜ୍‌ ପଦକ ବିଜେତା ସାଇନା, ୧୭-୨୧, ୯-୨୧ ସେଟ୍‌ରେ ମାଳବିକା ବଂଶଦଙ୍କ ଠାରୁ ପରାସ୍ତ ହୋଇଛନ୍ତି । ବିଶ୍ବ ବ୍ୟାଡ୍‌ମିଣ୍ଟନ ମାନ୍ୟତାର ୧୧୧ନମ୍ବରରେ ଥିବା ମାଳବିକା ବଡ ବିପର୍ଯ୍ୟୟ ଘଟାଇବା ସହ ପୂର୍ବତନ ବିଶ୍ବ ନମ୍ବର ୧ ସାଇନାଙ୍କୁ ହରାଇଛନ୍ତି ।

ଏହାମଧ୍ୟ ପଢନ୍ତୁ:ଭାରତୀୟ ମହିଳା ହକି ଖେଳାଳି ଲିଲିମା ମିଞ୍ଜଙ୍କ ଅବସର ଘୋଷଣା

ପୂର୍ବରୁ ପିଭି ସିନ୍ଧୁ ୨୧-୧୦, ୨୧-୧୦ ସିଧାସଳଖ ସେଟ୍‌ରେ ଇରା ଶର୍ମାଙ୍କୁ ହରାଇ କ୍ବାର୍ଟର-ଫାଇନାଲରେ ପ୍ରବେଶ କରିଛନ୍ତି । କ୍ବାର୍ଟର-ଫାଇନାଲରେ ଅସ୍ମିତା ଚଲିହାଙ୍କୁ ଭେଟିବେ ସିନ୍ଧୁ । ଫ୍ରେଞ୍ଚ୍‌ ସର୍ଟଲର ୟାଲେ ହୋୟାଉକ୍ସଙ୍କୁ ୨୧-୧୭, ୨୧-୧୪ରେ ହରାଇ କ୍ବାର୍ଟର ଟିକେଟ ହାତେଇଛନ୍ତି ଅସ୍ମିତା ।

ଅନ୍ୟପଟେ ମାଳବିକା କ୍ବାର୍ଟର-ଫାଇନାଲ ମୁକାବିଲାରେ ଭାରତୀୟ ସର୍ଟଲର ଆକର୍ଷୀ କଶ୍ୟପଙ୍କୁ ଭେଟିବେ । ଅନ୍ୟଏକ ମହିଳା ସିଙ୍ଗଲ୍ସ ଦ୍ବିତୀୟ ରାଉଣ୍ଡ ମ୍ୟାଚ୍‌ରେ କେୟୁରା ମୋପିଟିନଙ୍କୁ ୨୧-୧୦, ୨୧-୧୦ରେ ହରାଇ କ୍ବାର୍ଟରରେ ପ୍ରବେଶ କରିଛନ୍ତି ଆକର୍ଷୀ । ସେହିପରି ପ୍ରଣୟଙ୍କ ପ୍ରତିନ୍ଦ୍ବନ୍ଦ୍ବୀ ମିଥୁନ ମଞ୍ଜୁନାଥ COVID-19 ପଜିଟିଭ ଚିହ୍ନଟ ପରେ ବିନା ମ୍ୟାଚ୍‌ ଖେଳି ପରବର୍ତ୍ତୀ ରାଉଣ୍ଡକୁ ଉନ୍ନୀତ ହୋଇଛନ୍ତି ।

PTI

ABOUT THE AUTHOR

...view details