ଓଡିଶା

odisha

୨ୟ ଦିନିକିଆରେ ଟସ୍‌ ଜିତିଲା ଦକ୍ଷିଣ ଆଫ୍ରିକା; ପ୍ରଥମେ ବ୍ୟାଟିଂ କରିବ ଭାରତ, ଡେବ୍ୟୁ କଲେ ରିଙ୍କୁ ସିଂହ

By ETV Bharat Odisha Team

Published : Dec 19, 2023, 4:19 PM IST

Updated : Dec 19, 2023, 4:33 PM IST

SA vs IND 2nd ODI: ଆଜି ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ୨ୟ ଦିନିକିଆ । ଏହି ମ୍ୟାଚ୍‌ରେ ଟସ୍‌ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି ଘରୋଇ ଦକ୍ଷିଣ ଆଫ୍ରିକା । ତେବେ ପ୍ରଥମେ ବ୍ୟାଟିଂ କରିବାକୁ ଯାଉଥିବା ଭାରତୀୟ ଦଳରେ ଆଜି ଡେବ୍ୟୁ କରୁଛନ୍ତି ରିଙ୍କୁ ସିଂହ । ଅଧିକ ପଢ଼ନ୍ତୁ

୨ୟ ଦିନିକିଆରେ ଟସ୍‌ ଜିତିଲା ଦକ୍ଷିଣ ଆଫ୍ରିକା
୨ୟ ଦିନିକିଆରେ ଟସ୍‌ ଜିତିଲା ଦକ୍ଷିଣ ଆଫ୍ରିକା

ଜିକେବେରହା: ଆଜି ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ୨ୟ ଦିନିକିଆ । ତେବେ ଏହି ମ୍ୟାଚ୍‌ରେ ଟସ୍‌ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି ଘରୋଇ ଦଳର ଅଧିନାୟକ ଆଡେନ୍‌ ମାରକ୍ରମ । ସେପଟେ ସିରିଜ୍‌ କବ୍‌ଜା ଲକ୍ଷ୍ୟରେ ରହିଥିବା ଟିମ୍‌ ଇଣ୍ଡିଆ ଆଜି ପ୍ରଥମେ ବ୍ୟାଟିଂ କରିବ । ଭାରତୀୟ ଦଳରେ ଆଜି ଗୋଟିଏ ପରିବର୍ତ୍ତନ ହୋଇଛି । ଟେଷ୍ଟ ଦଳରେ ଯୋଗ ଦେବାକୁ ଚାଲି ଯାଇଥିବା ଶ୍ରେୟସ ଆୟରଙ୍କ ସ୍ଥାନରେ ଆଜି ଡେବ୍ୟୁ କରୁଛନ୍ତି ରିଙ୍କୁ ସିଂହ ।

ଦିନିକିଆ ବିଶ୍ବକପ୍‌ ୨୦୨୩ ପରାଜୟ ପରେ ପ୍ରଥମ ଦିନିକିଆ ସିରିଜ୍‌ ଖେଳୁଛି ଭାରତ । ଦକ୍ଷିଣ ଆଫ୍ରିକା ମାଟିରେ ପ୍ରଥମ ଦିନିକିଆରେ ଟିମ୍‌ ଇଣ୍ଡିଆ ଦମଦାର ପ୍ରଦର୍ଶନ କରିଥିଲା । ପ୍ରଥମେ ବ୍ୟାଟିଂ କରିଥିବା ଘରୋଇ ଦଳକୁ କେବଳ ୧୧୬ ରନ୍‌ରେ ଅଲ୍‌ଆଉଟ୍‌ କରିଥିଲା ଭାରତୀୟ ଯୁବ ବୋଲିଂ ଆଟାକ୍‌ । ଅର୍ଶଦୀପ ସିଂହ ସର୍ବାଧିକ ୫ ୱିକେଟ୍‌ ସଫଳତା ହାସଲ କରିଥିବା ବେଳେ ଅଭେଶ ଖାନ ୪ ୱିକେଟ୍‌ ଦଖଲ କରି ନିଜ ଅନ୍ତର୍ଜାତୀୟ କ୍ୟାରିୟରର ସର୍ବଶ୍ରେଷ୍ଠ ପ୍ରଦର୍ଶନ ଦେଇଥିଲେ । ଜବାବରେ ଶ୍ରେୟସ ଆୟର ଓ ସାଇ ସୁଦର୍ଶନଙ୍କ ଦମଦାର ଅର୍ଦ୍ଧଶତକୀୟ ପାଳି ବଳରେ କେବଳ ୧୬.୪ ଓଭରରେ ମ୍ୟାଚ୍‌ ଜିତି ନେଇଥିଲା ଭାରତ । ବର୍ତ୍ତମାନ ଶୃଙ୍ଖଳାରେ ୧-୦ ଲିଡ୍‌ରେ ଥିବା ଭାରତ ଆଜି ସିରିଜ୍‌ କବ୍‌ଜା ଲକ୍ଷ୍ୟରେ ରହିବ ।

ରିଙ୍କୁ ସିଂହଙ୍କ ଡେବ୍ୟୁ: ଭାରତ ପାଇଁ ଟି୨୦ରେ କମାଲ କରୁଥିବା ବିସ୍ଫୋରକ ବ୍ୟାଟର ରିଙ୍କୁ ସିଂହଙ୍କୁ ଆଜି ଦିନିକିଆ କ୍ୟାପ୍‌ ମିଳିଛି । ସେ ପ୍ରଥମ ଥର ପାଇଁ ଆଜି ଦିନିକିଆ ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳିବେ । ତେଣୁ ତାଙ୍କ ପ୍ରଦର୍ଶନ ଉପରେ ସମସ୍ତଙ୍କ ନଜର ରହିବ । ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ମ୍ୟାଚ୍‌ରେ ସାଇ ସୁଦର୍ଶନ ଭାରତ ପକ୍ଷରୁ ଡେବ୍ୟୁ କରିଥିଲେ । ପ୍ରଥମ ମ୍ୟାଚ୍‌ରେ ହିଁ ସେ ବିସ୍ଫୋରକ ବ୍ୟାଟିଂ କରି ଅର୍ଦ୍ଧଶତକ ହାସଲ କରିଥିଲେ । ଏହା ସହିତ ଅର୍ଶଦୀପ ସିଂହଙ୍କ ୫ ୱିକେଟ୍‌ ସଫଳତା ଭାରତକୁ ପ୍ରଥମ ଦିନିକିଆରେ ଦମଦାର ବିଜୟ ଦେଇଥିଲା ।

ଏହା ମଧ୍ୟ ପଢ଼ନ୍ତୁ...ଆଜି ଭାରତ-ଦକ୍ଷିଣ ଆଫ୍ରିକା ଦ୍ବିତୀୟ ଦିନିକିଆ, ସିରିଜ ହାତେଇବା ଲକ୍ଷ୍ୟରେ ମେନ ଇନ୍‌ ବ୍ଲୁ'

ଭାରତୀୟ ଚୂଡ଼ାନ୍ତ ଏକାଦଶ : ଋତୁରାଜ ଗାଏକ୍‌ୱାଡ୍‌, ସାଇ ସୁଦର୍ଶନ, ତିଲକ ବର୍ମା, ସଞ୍ଜୁ ସାମ୍‌ସନ୍‌, କେଏଲ୍‌ ରାହୁଲ (ଅଧିନାୟକ), ରିଙ୍କୁ ସିଂହ, ଅକ୍ଷର ପଟେଲ, ଅର୍ଶଦୀପ ସିଂହ, ଅଭେଶ ଖାନ, କୁଲଦୀପ ଯାଦବ, ମୁକେଶ କୁମାର

ଦକ୍ଷିଣ ଆଫ୍ରିକା ଚୂଡାନ୍ତ ଏକାଦଶ : ଟୋନି ଡି ଜୋରିଜ, ରିଜା ହେଣ୍ଡ୍ରିକ୍ସ, ରସି ଭାନ୍‌ ଡେର୍‌ ଡସେନ, ଆଇଡେନ ମାର୍କରାମ (ଅଧିନାୟକ), ହେନରିଚ୍‌ କ୍ଲାସେନ, ଡେଭିଡ ମିଲର, ୱିଆନ୍ ମଲଡର୍, କେଶବ ମହାରାଜ, ନନ୍ଦ୍ରେ ବରଗେର, ଲିଜାଡ୍‌ ୱିଲିୟମ୍ସ, ବ୍ୟୁରନ୍‌ ହେଣ୍ଡ୍ରିକ୍ସ

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated :Dec 19, 2023, 4:33 PM IST

ABOUT THE AUTHOR

...view details