ଓଡିଶା

odisha

ଷ୍ଟ୍ରାଇକ ରେଟ ବଢାଇବା ପାଇଁ ଚେଷ୍ଟା ଜାରି ରଖିଛି : ଲୋକେଶ ରାହୁଲ

By

Published : Sep 21, 2022, 9:47 PM IST

ଲୋକେଶ ରାହୁଲ ( KL Rahul ) ନିଜ ଷ୍ଟ୍ରାଇକ ରେଟ ବାବଦରେ ମୁହଁ ଖୋଲିଛନ୍ତି । ସେ କହିଛନ୍ତି ଷ୍ଟ୍ରାଇକ ରେଟ ବଢାଇବା ପାଇଁ ଚେଷ୍ଟା ଜାରି ରଖିଛି । ଅଧିକ ପଢନ୍ତୁ

ଷ୍ଟ୍ରାଇକ ରେଟ ବଢାଇବା ପାଇଁ ଚେଷ୍ଟା ଜାରି ରଖିଛି : ଲୋକେଶ ରାହୁଲ
ଷ୍ଟ୍ରାଇକ ରେଟ ବଢାଇବା ପାଇଁ ଚେଷ୍ଟା ଜାରି ରଖିଛି : ଲୋକେଶ ରାହୁଲ

ହାଇଦ୍ରାବାଦ: ଆରମ୍ଭ ହୋଇଯାଇଛି ଟି-୨୦ ବିଶ୍ବକପ କାଉଣ୍ଟଡାଉନ । ଏନେଇ କ୍ରିକେଟରଙ୍କ ପାଖରେ ତତ୍ପରତା ଦେଖିବାକୁ ମିଳିଛି । ସ୍କ୍ବାଡ ଘୋଷଣା ହେବା ସହିତ ବିଶ୍ବକପରେ କିଏ ଓପନିଂ କରିବ ସେନେଇ ଅଧିନାୟକ ରୋହିତ ଶର୍ମା ଏକ ସାମ୍ବାଦିକ ସମ୍ମିଳନୀରେ ସ୍ପଷ୍ଟ କରିଥିଲେ । କେଏଲ ରାହୁଲ ବିଶ୍ବକପରେ ଓପନିଂ କରିବା ନେଇ ସ୍ପଷ୍ଟ କରିବା ପରେ ରାହୁଲଙ୍କ ( KL Rahul ) ଷ୍ଟ୍ରାଇକ ରେଟକୁ ନେଇ ସମାଲୋଚନା କରାଯାଇଥିଲା । ତେବେ ସମାଲୋଚନା ପରେ ଲୋକେଶ ରାହୁଲ କହିଛନ୍ତି କି ସେ ଷ୍ଟ୍ରାଇକ ରେଟ ବଢାଇବା ପାଇଁ ତାଙ୍କ ଆଡୁ ଚେଷ୍ଟା ଜାରି ରଖିଛନ୍ତି ।

ଆଜି ସନ୍ଧ୍ୟାରେ ମୋହଲିରେ ମୁହାଁମୁହିଁ ହେବେ ଅଷ୍ଟ୍ରେଲିଆ ଏବଂ ଭାରତ । ତେବେ ଏହି ଟି-୨୦ ମ୍ୟାଚ ପୂର୍ବରୁ ଲୋକେଶ ରାହୁଲ ନିଜ ଷ୍ଟ୍ରାଇକ ରେଟ ବାବଦରେ ମୁହଁ ଖୋଲିଛନ୍ତି । ସେ କହିଛନ୍ତି "ଷ୍ଟ୍ରାଇକ ରେଟ ବଢାଇବା ପାଇଁ ଚେଷ୍ଟା ଜାରି ରଖିଛି । ସ୍ପଷ୍ଟ ଭାବରେ ସମସ୍ତଙ୍କୁ ଜଣାଥିବା ସହିତ ଖେଳାଳିକୁ ମଧ୍ୟ ଜଣାଥାଏ କି ତା ଠାରୁ ସମସ୍ତେ କଣ ଆଶା କରୁଛନ୍ତି । ସେ ମଧ୍ୟ ସେଥିପାଇଁ ତାର ଚେଷ୍ଟା ଜାରି ରଖିଥାଏ । କେହି ବି ସମ୍ପୂର୍ଣ୍ଣ ଭାବରେ ଉପଯୁକ୍ତ ନୁହଁନ୍ତି । ଡ୍ରେସିଂ ରୁମରେ କେହିବି ଉପଯୁକ୍ତ ନୁହଁନ୍ତି । ପ୍ରତ୍ୟେକ ଖେଳିଳି ନିଜ ନିଜ ରାସ୍ତାରେ କାମ କରୁଛନ୍ତି । ସମସ୍ତଙ୍କର ଏକ ବିଶେଷ ଭୂମିକା ରହିଛି । ନିଶ୍ଚିତ ରୂପରେ ଷ୍ଟ୍ରାଇକ ରେଟକୁ ଏକ ବିଶେଷ ଆଧାର ଭାବରେ ପରିଗଣିତ କରାଯାଉଛି । ଜଣେ ବ୍ୟାଟର କେତେବେଳେ ଏକ ସଠିକ ଷ୍ଟ୍ରାଇକ ରେଟରେ ଖେଳୁଛି ତାହା ଆପଣମାନେ କେବେ ଦେଖି ପାରିବେ ନାହିଁ । ଜଣେ ବ୍ୟାଟର ପାଇଁ କଣ ୨୦୦ ଷ୍ଟ୍ରାଇକ ରେଟରେ ଖେଳିବା ଗୁରୁତ୍ବପୂର୍ଣ୍ଣ ଅଟେ । ତାହେଲେ ଦଳ ୧୦୦-୨୦୦ ଷ୍ଟ୍ରାଇକ ରେଟରେ ଖେଳି ଜିତି ପାରିବ । ଏହା ଏକ ଏମିତି ଘଟଣା ଯାହାକୁ ସମସ୍ତେ ବିଶ୍ଳେଷଣ କରନ୍ତି ନାହିଁ । ସେଥିପାଇଁ ଆପଣ ଯେତେବେଳେ ଷ୍ଟ୍ରାଇକ ରେଟ ଦେଖନ୍ତି ତାହା କମ ଜଣା ପଡିଥାଏ ।" ଲୋକେଶ ରାହୁଲ ନିଜ ଓପନିଂ ଫର୍ମ ବାବଦରେ କହିଛନ୍ତି "ଯେତେବେଳେ ଆପଣ ଓପନିଂ କରୁଛନ୍ତି ସେତେବେଳେ ତିନି ଚାରୋଟି ବଲରେ ଆପଣ ନିଜେ ଜାଣିବାକୁ ଚାହାଁନ୍ତି କି ପିଚ କେଉଁଭଳି ଭାବରେ ରହିଛି । ପାୱାର ପ୍ଲେ ର ଉପଯୋଗ କେମିତି କରିବାକୁ ପଡେ । ଆଉ ତାପରେ ଦମଦାର ସଟ୍ ଖେଳିବା ପାଇଁ ଚେଷ୍ଟା ଜାରି ରହିଥାଏ । ଏହା ପରେ ଦଳକୁ ଏକ ଭଲ ଇନିଂସ ଦେବାକୁ ବ୍ୟାଟିଂ ଜାରି କରିଥାଏ । "

ଏହା ସହିତ ସେ ଆହୁରି ମଧ୍ୟ କହିଛନ୍ତି "କିଛି କଥା ମୁଣ୍ଡରେ ଚାଲିଥାଏ । ଆପଣ ନିଜ ପାର୍ଟନର ସହିତ କ୍ରିଜରେ କଥା ହୋଇଥାନ୍ତି । ଦୁହେଁ ପରସ୍ପରକୁ ସହଯୋଗ କରନ୍ତି । ପିଚ ବାବଦରେ ଆଲୋଚନା ହୋଇଥାଏ । କେଉଁ ପ୍ରକାର ସଟ୍ ଆପଣ ଖେଳି ପାରିବେ । କ୍ରିଜର କେଉଁ ଦିଗକୁ ଆପଣ ବେଶୀ ଟାର୍ଗେଟ କରୁଛନ୍ତି । ସେଭଳି କିଛି ଆଲୋଚନା ପାର୍ଟନର ସହିତ କରିବା ପରେ ଏକ ଯୋଜନା ପ୍ରସ୍ତୁତ ହୋଇଥାଏ । ସମସ୍ତେ ନିଜ ନିଜର ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ଚେଷ୍ଟା କରିଥାନ୍ତି । ଏବଂ ସବୁ ସମୟରେ ଖେଳାଳି ସଫଳ ମଧ୍ୟ ହୋଇନଥାନ୍ତି ।" ଏହା ସହିତ ତାଙ୍କ ସମାଲୋଚନା ବାବଦରେ ସେ କହିଛନ୍ତି " ଆଲୋଚନା ସବୁ କ୍ଷେତ୍ରରେ ହୋଇଥାଏ । ଆମେ ଜିତିବାର ସ୍ବପ୍ନ ଦେଖିଥାଉ । ଆମେ ଦେଶ ପାଇଁ ଖେଳୁଛୁ । ଆମେ ବିଶ୍ବକପ ଜିତିବା ପାଇଁ ଚାହୁଁଛୁ । ଏହା ହିଁ ଆମ ଲକ୍ଷ୍ୟ ରହିଛି ।"

ABOUT THE AUTHOR

...view details