ଓଡିଶା

odisha

IPL 2021: ଘରକୁ ଫେରିଲେ IPL ଚମ୍ପିଆନ ଋତୁରାଜ, ଭବ୍ୟ ସ୍ବାଗତ

By

Published : Oct 17, 2021, 7:57 PM IST

ରବିବାର ଘରକୁ ଫେରିବା ପରେ ଋତୁରାଜଙ୍କ ମା' ତାଙ୍କୁ ବନ୍ଦାପନା କରି ସ୍ବାଗତ କରିଛନ୍ତି । ଇଣ୍ଡିଆନ ପ୍ରିମିୟର ଲିଗ୍‌ ୨୦୨୧ରେ ସଫଳ ଯାତ୍ରା ପରେ ଘରକୁ ଫେରିଛନ୍ତି ଋତୁରାଜ । ଅଧିକ ପଢନ୍ତୁ...

IPL 2021: Ruturaj Gaikwad's receives grand welcome at home
IPL 2021: ଘରକୁ ଫେରିଲେ IPL ଚମ୍ପିଆନ ଋତୁରାଜ, ଭବ୍ୟ ସ୍ବାଗତ

ନୂଆଦିଲ୍ଲୀ: ସ୍ବଦେଶ ଫେରିଲେ ଚେନ୍ନାଇ ସୁପର କିଙ୍ଗ୍ସ ଷ୍ଟାର ବ୍ୟାଟର୍‌ ଋତୁରାଜ ଗାଏକ୍ବାଡ । ରବିବାର ଘରକୁ ଫେରିବା ପରେ ଋତୁରାଜଙ୍କ ମା' ତାଙ୍କୁ ବନ୍ଦାପନା କରି ସ୍ବାଗତ କରିଛନ୍ତି । ଇଣ୍ଡିଆନ ପ୍ରିମିୟର ଲିଗ୍‌ ୨୦୨୧ରେ ସଫଳ ଯାତ୍ରା ପରେ ଘରକୁ ଫେରିଛନ୍ତି ଋତୁରାଜ ।

IPL ଟ୍ରଫି ସହ ଚେନ୍ନାଇ ସୁପର କିଙ୍ଗ୍ସ ରାଜ, ଭବ୍ୟ ସ୍ବାଗତ

୨୪ ବର୍ଷୀୟ ଋତୁରାଜ IPL 2021 ଟୁର୍ଣ୍ଣାମେଣ୍ଟରେ ସର୍ବାଧିକ ବ୍ୟକ୍ତିଗତ ରନ୍‌ ସଂଗ୍ରହ କରିବା ସହ ସର୍ବକନିଷ୍ଠ ଖେଳାଳି ଅରେଞ୍ଜ କ୍ୟାପ୍‌ ବିଜେତା ହୋଇଛନ୍ତି । ଗୋଟିଓ ଶତକ ଓ ୭ଟି ଅର୍ଦ୍ଧଶତକୀୟ ଇଂନିସ ବଳରେ ୪୫.୩୫ ଆଭରେଜ୍‌ରେ ୬୩୫ ରନ୍‌ ସଂଗ୍ରହ କରିଛନ୍ତି CSK ଓପନର ଋତୁରାଜ । ଗତ ଶୁକ୍ରବାର କୋଲକାତା ନାଇଟ ରାଇଡର୍ସକୁ ୨୭ ରନ୍‌ରେ ହରାଇ CSK ଚତୁର୍ଥ IPL ଟ୍ରଫି ବିଜେତା ହୋଇଛି ।

ଦୁବାଇରୁ ଫେରିବା ପରେ ଗାଏକ୍ବାଡଙ୍କୁ ମା'ଙ୍କ ଦ୍ବାରା ପାରମ୍ପରିକ ସ୍ବାଗତ ମିଳିଛି । ଏହି ସମୟର ଏକ ଭିଡିଓ CSK ନିଜର ଟ୍ବିଟର ଆକାଉଣ୍ଟରେ ସେୟାର କରିଛି ।

ଦୁବାଇ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଖେଳାଯାଇଥିବା IPL ଫାଇନାଲ ମୁକାବିଲାରେ KKRକୁ ୨୭ ରନ୍‌ରେ ମାତ ଦେଇଥିଲା CSK । ତେବେ IPL ର ଗତ ସଂସ୍କରଣରେ ସପ୍ତମ ସ୍ଥାନରେ ରହି ଟୁର୍ଣ୍ଣାମେଣ୍ଟରୁ ବିଦାୟ ନେଇଥିଲା ସୁପରକିଙ୍ଗ୍ସ ।

୧୯୩ ରନ୍‌ର ବିଜୟ ଲକ୍ଷ୍ୟକୁ ପିଛା କରିଥିବା କୋଲକତା ନିର୍ଦ୍ଧାରିତ ୨୦ ଓଭରରେ ୯ ୱିକେଟ ହରାଇ ମାତ୍ର ୧୬୫ ରନ୍‌ ସଂଗ୍ରହ କରିବାକୁ ସମର୍ଥ ହୋଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details