ଆବୁଧାବି:ସୁପର ସନ୍ଡେରେ ଆଇପିଏଲରେ ରହିଛି ଦୁଇଟି ହାଇଭୋଲଟେଜ୍ ମୁକାବିଲା । ଦିନର ପ୍ରଥମ ତଥା ୩୮ତମ ମ୍ୟାଚ୍ ଚେନ୍ନାଇ ସୁପର କିଙ୍ଗ୍ସ ଓ କୋଲକାତା ନାଇଟ ରାଇଡର୍ସ ମଧ୍ୟରେ ଖେଳାଯାଉଛି । ଟସ୍ ଜିତି କୋଲକାତା ନାଇଟ ରାଇଡର୍ସ କ୍ୟାପଟେନ ଇଆନ ମୋର୍ଗାନ ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛନ୍ତି ।
ପ୍ଲେ-ଅଫ ଦୌଡରେ ଥିବା KKR ପାଇଁ ଏହି ମ୍ୟାଚ୍ ବେଶ୍ ଗୁରୁତ୍ବପୂର୍ଣ୍ଣ ରହିଛି । ବିଜୟୀ ହେଲେ ପଏଣ୍ଟ ଟେବୁଲର ୩ ନମ୍ବର ସ୍ଥାନରେ ପହଞ୍ଚିଯିବ ଇଆନ ମୋର୍ଗାନଙ୍କ ଟିମ । ଅନ୍ୟପଟେ ଧୋନି ଧୁରନ୍ଦର ବିଜୟୀ ହେଲେ ପୁନର୍ବାର ପଏଣ୍ଟ ତାଲିକାର ଶୀର୍ଷ ସ୍ଥାନ ଦଖଲ କରିବ ।
ଚୁଡାନ୍ତ ଏକାଦଶରେ ଚେନ୍ନାଇ ଗୋଟିଏ ପରିବର୍ତ୍ତନ କରିଛି ଡ୍ବାଇନ ବ୍ରାଭୋଙ୍କ ସ୍ଥାନରେ ଇଂଲିସ ଅଲରାଉଣ୍ଡର ସାମ କରନଙ୍କୁ ସାମିଲ କରିଛି । KKR ଟିମ ଅପରିବର୍ତ୍ତିତ ରହିଛି ।