ମୁମ୍ବାଇ: ଇଣ୍ଡିଆନ ପ୍ରିମିୟର ଲିଗ ୨୦୨୧ର ଅବଶିଷ୍ଟ ମ୍ୟାଚ ସେପ୍ଟେମ୍ବରରେ ୟୁନାଇଟେଡ ଆରବ ଏମିରେଟ୍ସ(UAE)ରେ ଖେଳାଯିବ । ଏଥିପାଇଁ ଡିଫେଣ୍ଡିଂ ଚମ୍ପିଆନ ମୁମ୍ବାଇ ଇଣ୍ଡିଆନ୍ସ ଶୁକ୍ରବାର ଦୁବାଇ ଅଭିମୁଖେ ଉଡାଣ ଭରିଛି । ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ସେୟାର କରାଯାଇଥିବା ଏକ ଫଟୋରେ ଟାଲେଣ୍ଟ ସ୍କାଉଟ ଥିବା ବିନୟ କୁମାର ବିମାନରେ UAE ଯାତ୍ରା କରୁଥିବା ନଜର ଆସିଛନ୍ତି ।
ମୁମ୍ବାଇ ଇଣ୍ଡିଆନ୍ସ ୟୁନିଟ ଘାଶୋଂଲିର ରିଲିଆନ୍ସ କର୍ପୋରେଟ୍ ପାର୍କରେ ଗ୍ରାଉଣ୍ଡରେ ଟ୍ରେନିଂ ଚଳାଇଥିଲା । ସୂଚନା ଅନୁଯାୟୀ, ମୁମ୍ବାଇ ଖେଳାଳି କ୍ବାରେଣ୍ଟିନରେ ରହିବା ପରେ ଦୁଇ ସପ୍ତାହ ଧରି ଟ୍ରେନିଂ ଚଳାଇଥିଲେ । କୌଣସି ପ୍ରକାର ରିସ୍କକୁ ଏଡାଇବାକୁ ଖେଳାଳିଙ୍କର COVID-19 ଟେଷ୍ଟ ମଧ୍ୟ କରାଯାଇଛି ।