ଓଡିଶା

odisha

ଲର୍ଡସରେ କ୍ରିକେଟକୁ ଅଲବିଦା କହିବେ ଝୁଲଣ, କ୍ଲିନସ୍ବିପ ଲକ୍ଷ୍ୟରେ ଭାରତ

By

Published : Sep 23, 2022, 7:06 PM IST

ଲର୍ଡ୍ସରେ ଖେଳାଯିବାକୁ ଥିବା ଇଂଲଣ୍ଡ ବିପକ୍ଷ ତୃତୀୟ ଦିନିକିଆ ମ୍ୟାଚ୍‌ ହେବ ଝୁଲଣଙ୍କ କ୍ୟାରିୟରର ଶେଷ ଅନ୍ତର୍ଜାତୀୟ ମ୍ୟାଚ୍‌ । ଭାରତୀୟ କ୍ରିକେଟରେ ଶେଷ ହେବ ଝୁଲଣ ଯୁଗ । ୨୦ ବର୍ଷର ଲମ୍ବା ସଫଳତମ କ୍ରିକେଟ କ୍ୟାରିୟର ଅବସାନ ଘଟିବ । ଅଧିକ ପଢନ୍ତୁ

ଲର୍ଡସରେ କ୍ରିକେଟକୁ ଅଲବିଦା କହିବେ ଝୁଲଣ, କ୍ଲିନ ସ୍ବିପ ଲକ୍ଷ୍ୟରେ ଭାରତ
ଲର୍ଡସରେ କ୍ରିକେଟକୁ ଅଲବିଦା କହିବେ ଝୁଲଣ, କ୍ଲିନ ସ୍ବିପ ଲକ୍ଷ୍ୟରେ ଭାରତ

ହାଇଦ୍ରାବାଦ: ଭେଟେରାନ ଭାରତୀୟ ଦ୍ରୁତ ବୋଲର ଝୁଲଣ ଗୋସ୍ବାମୀ (Jhulan Goswami) ଶନିବାର ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେବେ । ଲର୍ଡ୍ସରେ ଖେଳାଯିବାକୁ ଥିବା ଇଂଲଣ୍ଡ ବିପକ୍ଷ ତୃତୀୟ ଦିନିକିଆ ମ୍ୟାଚ୍‌ ହେବ ଝୁଲଣଙ୍କ କ୍ୟାରିୟରର ଶେଷ ଅନ୍ତର୍ଜାତୀୟ ମ୍ୟାଚ୍‌ । ଫଳରେ ଭାରତୀୟ କ୍ରିକେଟରେ ଶେଷ ହେବ ଝୁଲଣ ଯୁଗ । ୨୦ ବର୍ଷର ଲମ୍ବା ସଫଳତମ କ୍ରିକେଟ କ୍ୟାରିୟର ଅବସାନ ଘଟିବ । ବର୍ଷ ୨୦୦୨ରେ ଚେନ୍ନାଇରେ ଡେବ୍ୟୁ କରିଥିଲେ ଝୁଲଣ ।

ହରମନପ୍ରୀତ କୌରଙ୍କ ନେତୃତ୍ବରେ ଭାରତୀୟ ଟିମ ODI ସିରିଜ କ୍ଲିନସ୍ବିପ ସହ ଝୁଲଣଙ୍କୁ ବିଦାୟ ଦେବାରେ ଲକ୍ଷ୍ୟରେ ରହିଛି । ୩ ମ୍ୟାଚ୍‌ ବିଶିଷ୍ଟ ODI ସିରିଜରେ ୨-୦ରେ ଆଗୁଆ ରହିବା ସହ ୨୩ ବର୍ଷ ପରେ ଇଂଲଣ୍ଡ ମାଟିରେ ସିରିଜ ଜିତିନେଇଛି ଭାରତ । ଲର୍ଡ୍ସରେ ଅନ୍ତର୍ଜାତୀୟ କ୍ରିକେଟ ଖେଳିବା ପ୍ରାୟ କ୍ରିକେଟରଙ୍କ ସ୍ବପ୍ନ ରହିଥାଏ । ଏହି ମୈଦାନ ଶତକ ହାସଲ କରିବା କିମ୍ବା ପାଞ୍ଚଟି ୱିକେଟ ହାତେଇବା ଏଭଳି ଉପଲବ୍ଧିକୁ ବଡ ଉପଲବ୍ଧି ଆଖ୍ୟା ଦିଆଯାଇଥାଏ । ତେବେ ବହୁତ କମ ଖେଳାଳିଙ୍କୁ ଏଭଳି ଐତିହାସିକ ମଇଦାନରେ କ୍ରିକେଟ କ୍ୟାରିୟରକୁ ଅଲବିଦା କହିବାର ସୁଯୋଗ ମିଳିଥାଏ ।

ତେବେ ସବୁଠୁ ବଡ କଥା ହେଲେ ଏବେ ଜବରଦସ୍ତ ଫର୍ମରେ ରହିଛନ୍ତି ଅଧିନାୟିକା ହରମନପ୍ରୀତ କୌର (Harmanpreet Kaur) । ପ୍ରଥମ ଦିନିକିଆରେ ୭୪ ରନ ଏବଂ ଦ୍ବିତୀୟ ଦିନିକିଆରେ ତାଙ୍କର ଆକର୍ଷଣୀୟ ଶତକୀୟ ଇନିଂସ ବଳରେ ଭାରତ ୩୦୦ ରନ ଅତିକ୍ରମ କରିବାରେ ସଫଳ ହୋଇପାରିଥିଲା । ସେହିପରି ଓପନନର ସ୍ମୃତି ମାନ୍ଧନା (Smriti Mandhana ) ପ୍ରଥମ ଦିନିକିଆରେ ୯୧ ରନ କରିଥିଲେ ମଧ୍ୟ ଦ୍ବିତୀୟ ଦିନିକିଆରେ ଭଲ ପାଳି ଆରମ୍ଭ କରି ଆଉଟ ହୋଇଯାଇଥିଲେ ।

ସେହିପରି ସେଫାଳି ବର୍ମାଙ୍କ ଫର୍ମକୁ ନେଇ ଚିନ୍ତାରେ ପଡିଛି ଦଳ । ଗତ ଦୁଇଟି ମ୍ୟାଚରେ ତାଙ୍କର ଆଖିଦୃଶିଆ ପ୍ରଦର୍ଶନ ରହିନାହିଁ । ସେପଟେ ହର୍ଲିନ ଦେଓଲ ମିଡିଲ ଅର୍ଡର ବ୍ୟାଟିଂ ପାଇଁ ଭରସାଯୋଗ୍ୟ ରହିଛନ୍ତି । ତେବେ ବୋଲିଂ ବିଭାଗରେ ଭାରତର ମେରୁଦଣ୍ଡ ଝୁଲଣ ଗୋସ୍ବାମୀଙ୍କ ଅବସର ନେବା ପରେ ଭାରତୀୟ ମହିଳା ବୋଲର ମେଘନା ସିଂହ, ରେଣୁକା ଠାକୁର, ଏବଂ ପୂଜା ବସ୍ତ୍ରାକରଙ୍କ ଉପରେ ନିର୍ଭର କରିବ ।

ABOUT THE AUTHOR

...view details