ସିଡ୍ନୀ: ଅଷ୍ଟ୍ରେଲିଆରେ ଜାରି ରହିଥିବା T20 ବିଶ୍ବକପ (T20 World Cup 2022)ରେ ଭରାତୀୟ କ୍ରିକେଟ ଦଳ ପରବର୍ତ୍ତୀ ମୁକାବିଲା ନେଦରଲ୍ୟାଣ୍ଡ ବିପକ୍ଷରେ ଖେଳିବ । ଏହି ମ୍ୟାଚ ଅଷ୍ଟ୍ରେଲିଆର ସିଡ୍ନୀ କ୍ରିକେଟ ମୈଦାନରେ ଖେଳାଯିବ । ତେବେ ଏହି ଷ୍ଟାଡିୟମରେ ଭାରତୀୟ ଖେଳାଳିଙ୍କ ପ୍ରଦର୍ଶନ ପୂର୍ବରୁ ବହୁତ ଉଚ୍ଚକୋଟୀର ରହିଛି । ଏଠାରେ ଘରୋଇ ଦଳ ବିପକ୍ଷରେ ସର୍ବାଧିକ ରନ ସଫଳତାର ସହ ପିଛା କରିବାର ରେକର୍ଡ ଭାରତୀୟ ଦଳ ନାମରେ ରହିଛି ।
ସିଡ୍ନୀ କ୍ରିକେଟ ମୈଦାନରେ ଚଳିତ ବିଶ୍ବକପରେ ସମୁଦାୟ ୧୩ T20 ମ୍ୟାଚ ଖେଳାଯାଇଛି । ଏହା ମଧ୍ୟରୁ ପ୍ରଥମେ ବ୍ୟାଟିଂ କରିଥିବା ଟିମ ୭ ଥର ବିଜୟ ହାସଲ କରିଥିବା ବେଳେ ୫ ଟିମ ଦ୍ବିତୀୟରେ ବ୍ୟାଟିଂ କରି ଜିତିଛନ୍ତି । ଏହି ଗ୍ରାଉଣ୍ଡରେ ଏପର୍ଯ୍ୟନ୍ତ ପ୍ରଥମ ଇନିଂସର ହାରାହାରି ସ୍କୋର ୧୬୩ ରନ ରହିଥିବାବେଳେ ଦ୍ବିତୀୟ ଇନିଂସର ହାରାହାରି ସ୍କୋର ୧୩୮ ରନ ରହିଛି । ଅର୍ଥାତ ଏହି ଗ୍ରାଉଣ୍ଡରେ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ପସନ୍ଦ କରନ୍ତି ଅଧିକାଂଶ ଦଳ ।
ସୂଚନା ଯୋଗ୍ୟ ଯେ, ସିଡ୍ନି କ୍ରିକେଟ ଷ୍ଟାଡିୟମରେ T20ରେ ସର୍ବାଧିକ ରନ ହୋଇଛି ୨୨୩ । ଯାହାକି ଘରୋଇ ଦଳ ଇଂଲଣ୍ଡ ବିପକ୍ଷରେ କରିଥିଲା ଏବଂ ଏହି ଗ୍ରାଉଣ୍ଡରେ ସର୍ବନିମ୍ନ ସ୍କୋର ମଧ୍ୟ ଘରୋଇ କଙ୍ଗାରୁ ଦଳ ଚଳିତ ବିଶ୍ବକପରେ ନ୍ୟୁଜିଲାଣ୍ଡ ବିପକ୍ଷରେ କରିଥିଲା ।