ଓଡିଶା

odisha

ଆଇପିଏଲ ମ୍ୟାଚରେ ବେଟିଂ, ପୂର୍ବତନ ରଣଜୀ ଖେଳାଳି ରବିନ ମୋରିସ ଗିରଫ

By

Published : Nov 9, 2020, 12:36 PM IST

ଦୁବାଇରେ ଖେଳାଯାଇଥିବା ଏକ ଆଇପିଏଲ ମ୍ୟାଚରେ ବେଟିଂ କରିଥିବା ଅଭିଯୋଗରେ ପୂର୍ବତନ ରଣଜୀ ଟ୍ରଫି ଖେଳାଳି ଗିରଫ । ଅଧିକ ପଢନ୍ତୁ...

Former Ranji player Robin Morris arrested in IPL betting case
ଆଇପିଏଲ ମ୍ୟାଚରେ ବେଟିଂ, ପୂର୍ବତନ ରଣଜୀ ଖେଳାଳି ରବିନ ମୋରିସ ଗିରଫ

ମୁମ୍ବାଇ: ଦୁବାଇରେ ଖେଳାଯାଇଥିବା ଏକ ଆଇପିଏଲ ମ୍ୟାଚରେ ବେଟିଂ କରିଥିବା ଅଭିଯୋଗରେ ପୂର୍ବତନ ରଣଜୀ ଟ୍ରଫି ଖେଳାଳି ଗିରଫ । ସୂଚନା ଅନୁଯାୟୀ, ପୂର୍ବତନ ରଣଜୀ ଖେଳାଳି ରବିନ ମୋରିସଙ୍କୁ ବେଟିଂ କେସରେ ଭରସଭୋ ପୋଲିସ ଗିରଫ କରିଛି ।

4 ବର୍ଷୀୟ ମୋରିସ 42 ଟି ପ୍ରଥମ ଶ୍ରେଣୀ ମ୍ୟାଚ ଖେଳିଛନ୍ତି । ବର୍ଷ 1995ରୁ 2007 ମଧ୍ୟରେ ମୁମ୍ବାଇ ଓ ଓଡିଶା ଟିମରୁ ପ୍ରତିନିଧିତ୍ବ କରିଛନ୍ତି । ମୁମ୍ବାଇର ଅନ୍ଧେରୀ, ୟାରି ରୋଡ ସ୍ଥିତ ନିଜ ବାସନଭବନର ମୋରିସ ବେଆଇନ ବେଟିଂ ଚଳାଇଥିଲେ ବୋଲି ଅଭିଯୋଗ ହୋଇଛି ।

କୌଣସି ସୂତ୍ରରୁ ଖବର ପାଇ ପୋଲିସ ଚଢାଇ କରିବାପରେ, ରବିନଙ୍କ ସହ ଅନ୍ୟ ଦୁଇଜଣ ଧରାପଡିଥିଲେ । ଘଟଣାସ୍ଥଳରୁ ପୋଲିସ ମୋବାଇଲ ଫୋନ ଓ ଲାପଟପ ଜବତ କରିଛି । ଗିରଫ ସମସ୍ତଙ୍କୁ ପୋଲିସ ହେପାଜତରେ ରଖିବା ସହ କୋର୍ଟରେ ହାଜର କରିବ ।

ପୂର୍ବରୁ ବର୍ଷ 2019ରେ ରବିନ ମୋରିସ ଏକ ଅପହରଣ କେସରେ ଗିରଫ ହୋଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details