ଓଡିଶା

odisha

ଇଂଲଣ୍ଡ ସ୍କ୍ବାଡରୁ ଓହରିଲେ ବ୍ୟାଟ୍ସମ୍ୟାନ ଡାନ ଲରେନ୍ସ

By

Published : Aug 11, 2020, 4:42 PM IST

ଘରୋଇ କାରଣ ଦର୍ଶାଇ ଇଂଲଣ୍ଡର ଜୈବ ସୁରକ୍ଷା ବଳୟ ଛାଡିଲେ କାଉଣ୍ଟି କ୍ରିକେଟ କ୍ଳବ ଏସେକସ ବ୍ୟାଟ୍ସମ୍ୟାନ ଡାନ ଲରେନ୍ସ ।

Dan Lawrence leaves England squad due to family bereavement
ଇଂଲଣ୍ଡ ସ୍କ୍ବାଡରୁ ଓହରିଲେ ବ୍ୟାଟ୍ସମ୍ୟାନ ଡାନ ଲରେନ୍ସ

ସାଉଥାମ୍ପଟନ: ଇଂଲଣ୍ଡର ଜୈବ ସୁରକ୍ଷା ବଳୟ ଛାଡିଲେ କାଉଣ୍ଟି କ୍ରିକେଟ କ୍ଳବ ଏସେକସ ବ୍ୟାଟ୍ସମ୍ୟାନ ଡାନ ଲରେନ୍ସ । ଘରୋଇ କାରଣ ଦର୍ଶାଇ ଲରେନ୍ସ ଇଂଲଣ୍ଡ ଟିମରୁ ଓହରିଥିଲା ଜଣାପଡିଛି । ଫଳରେ ପାକିସ୍ତାନ ବିପକ୍ଷ ଦ୍ବିତୀୟ ଟେଷ୍ଟରେ ଡେବ୍ୟୁ ସମ୍ଭାବନା ଶେଷ ହୋଇଛି । ଏନେଇ ଇଂଲଣ୍ଡ ଓ ୱେଲ୍ସ କ୍ରିକେଟ ବୋର୍ଡ(ECB) ଘୋଷଣା କରିଛି ।

ପାକିସ୍ତାନ ବିପକ୍ଷ ଟେଷ୍ଟ ସିରିଜ ପାଇଁ ଟେଷ୍ଟ ଡେବ୍ୟୁ ଅପେକ୍ଷାରେ ଥିବା ନବାଗତ 3 ଜଣ ଖେଳାଳିଙ୍କ ମଧ୍ୟରେ ଲରେନ୍ସ ରହିଥିଲେ । ମାତ୍ର ଦ୍ବିତୀୟ ଟେଷ୍ଟ ପାଇଁ ଇଂଲଣ୍ଡ ଟିମ ଚୟନରୁ ସେ ଓହରି ଯାଇଛନ୍ତି । ତେବେ ତାଙ୍କ ସ୍ଥାନରେ କୌଣସି ବଦଳ ଖେଳାଳିଙ୍କ ନାମ ଇସିବି ପକ୍ଷରୁ ଘୋଷଣା କରାଯାଇନାହିଁ ।

ପୂର୍ବରୁ ଷ୍ଟାର ଅଲରାଉଣ୍ଡର ବେନ ଷ୍ଟୋକ୍ସ ପାକିସ୍ତାନ ବିପକ୍ଷ ଅବଶିଷ୍ଟ ସିରିଜରୁ ଓହରିଯାଇଥିବା ରବିବାର ଇସିବି ପକ୍ଷରୁ ଘୋଷଣା କରାଯାଇଥିଲା । ଷ୍ଟୋକ୍ସଙ୍କ ପିତା ତଥା ନ୍ୟୁଜିଲାଣ୍ଡର ଅନ୍ତର୍ଜାତୀୟ ରଗବି ଖେଳାଳି ଜେଡଙ୍କର 3ଟି ଅସ୍ତ୍ରୋପଚାର ହୋଇଛି । ତାଙ୍କର ସ୍ବାସ୍ଥ୍ୟବସ୍ଥା ଗୁରୁତର ଥିବା ଜଣାପଡିଛି ।

3 ମ୍ୟାଚ ବିଶିଷ୍ଟ ସିରିଜର ଦ୍ବିତୀୟ ଟେଷ୍ଟ ସାଉଥାମ୍ପଟନରେ ଖେଳାଯିବ । ପ୍ରଥମ ମ୍ୟାଚରେ ଘରୋଇ ଇଂଲଣ୍ଡ ବିଜୟ ସହ ସିରିଜରେ 1-0ରେ ଆଗୁଆ ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details