ଓଡିଶା

odisha

ଗାଙ୍ଗୁଲି ଓ ଜୟ ଶାହଙ୍କ କାର୍ଯ୍ୟକାଳ ବୃଦ୍ଧିପାଇଁ ସୁପ୍ରିମକୋର୍ଟ ଗଲା BCCI

By

Published : Jul 15, 2022, 5:45 PM IST

Updated : Jul 15, 2022, 6:01 PM IST

ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(BCCI) ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ଓ ସମ୍ପାଦକ ଜୟ ଶାହଙ୍କ କାର୍ଯ୍ୟକାଳ ବୋର୍ଡରେ ଶେଷ ହେବାକୁ ଯାଉଛି । ମାତ୍ର BCCI ପକ୍ଷରୁ ଏବେ ଏହି ମାମଲାକୁ ସୁପ୍ରିମକୋର୍ଟରେ ପହଞ୍ଚାଯାଇଛି । ବୋର୍ଡର କହିବା କଥା ଯେ, ଉଭୟଙ୍କ କାର୍ଯ୍ୟକାଳର ଯାହା କୁଲିଂ ଅଫ ପିରିୟଡ ରହିଛି, ଏହାକୁ ବୃଦ୍ଧି କରାଯିବା ଉଚିତ୍‌ । ଅଧିକ ପଢନ୍ତୁ

Board of Control for Cricket in India
ଗାଙ୍ଗୁଲି ଓ ଜୟ ଶାହଙ୍କ କାର୍ଯ୍ୟକାଳ ବୃଦ୍ଧିପାଇଁ ସୁପ୍ରିମକୋର୍ଟ ଗଲା BCCI

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(BCCI) ଶୁକ୍ରବାର ବୋର୍ଡର ସମ୍ବିଧାନର ନିୟମରେ ସଂଶୋଧାନ ମଞ୍ଜୁରୀ ପାଇଁ ଦାଖଲ ହୋଇଥିବା ଯାଚିକାର ତୁରନ୍ତ ଶୁଣାଣୀ କରିବାକୁ ସୁପ୍ରିମକୋର୍ଟକୁ ଅନୁରୋଧ କରିଛି । ବରିଷ୍ଠ ଓକିଲ ପିଏସ ପଟବାଲିଆ, ମୁଖ୍ୟ ବିଚାରପତି ଏନଭି ରମଣାଙ୍କ ଓ ବିଚାରପତି କୃଷ୍ଣ ମୁରାରୀଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ନିକଟରେ ମାମଲା ବିଷୟରେ ଅବଗତ କରାଇଛନ୍ତି ।

ପଟବାଲିଆ ଖଣ୍ଡପୀଠ ସାମ୍ନାରେ ଯୁକ୍ତି ବାଢିଛନ୍ତି ଯେ, ମାମଲା ଦୁଇବର୍ଷ ହେବ ବିଚାରଧୀନ ରହିଛି । ସେଥିପାଇଁ ଅଦାଲତ ଏହା ଉପରେ ତୁରନ୍ତ ବିଚାର କରିବାକୁ ଆଗ୍ରହ କରନ୍ତୁ, କାରଣ ସମ୍ବିଧାନ ସଂଶୋଧନର ଅନୁମତି ଆବଶ୍ୟକ । ମୁଖ୍ୟ ବିଚାରପତି ରମଣା କହିଛନ୍ତି, "ଆସନ୍ତା ସପ୍ତାହରେ ସୂଚୀବଦ୍ଧ କରିବାକୁ ପ୍ରୟାସ କରିବାକୁ ଆମେ ପ୍ରୟାସ କରିବୁ ।"

ଗତବର୍ଷ ଏପ୍ରିଲରେ ସୁପ୍ରିମକୋର୍ଟ ଏହି ମାମଲାରେ ବରିଷ୍ଠ ଅଧିବକ୍ତା ପିଏସ ନରସିହ୍ନା ମାମଲାରେ ସାମିଲ ଓକିଲଙ୍କ ପ୍ରସ୍ତୁତ କରିବାକୁ କିଛି ସମୟ ଅନୁମତି ଚାହିଁଥିଲେ । BCCI ଅବସରପ୍ରାସ୍ତ ବିଚାରପତି ଆରଏମ ଲୋଧା କମିଟିକୁ ପଦାଧୀକାରୀଙ୍କ କୁଲିଂ ପିରିୟଡ ବୃଦ୍ଧି କରିବାକୁ ଦାବି କରିଥିଲା । BCCI ଅଧ୍ୟକ୍ଷ ଓ ସମ୍ପାଦକଙ୍କ ରୂପରେ ସୌରଭ ଗାଙ୍ଗୁଲି ଓ ଜୟ ଶାହଙ୍କ କାର୍ଯ୍ୟକାଳ ୨୦୨୨ ସେପ୍ଟେମ୍ବରରେ ଶେଷ ହେବ । ବର୍ତ୍ତମାନ ତାଙ୍କର କାର୍ଯ୍ୟକାଳ ବୃଦ୍ଧିରେ ରହିଛି କାରଣ ସୁପ୍ରିମ କୋର୍ଟ ନିୟମରେ ସଂଶୋଧନ ଯାଚିକା ଉପରେ ଶୁଣାଣୀ କରିନାହିଁ ।

ଡିସେମ୍ବର ୨୦୧୯ରେ ଅନୁଷ୍ଠିତ ହୋଇଥିବା ଏଜିଏମ ସମୟରେ ବିସିସିଆଇର ସାଧାରଣ ବୈଠକ ୬ଟି ସଂଶୋଧନ ପ୍ରସ୍ତାବ ପାରିତ କରିଥିଲା, ଯେଉଁଥିରେ ସମ୍ବିଧାନର ନିୟମ ୬ ମଧ୍ୟ ସାମିଲ ଥିଲା । ଏହା ବିସିସିଆଇ ଓ ରାଜ୍ୟ ବୋର୍ଡର ପଦାଧିକାରୀଙ୍କ କାର୍ଯ୍ୟକାଳ ଲଗାତାର ୬ ବର୍ଷ ପର୍ଯ୍ୟନ୍ତ ରହିବାକୁ ପ୍ରତିବନ୍ଧକ ସାଜିଥିଲା ।

Last Updated :Jul 15, 2022, 6:01 PM IST

ABOUT THE AUTHOR

...view details