ଓଡିଶା

odisha

ଭାରତୀୟ ପୁରୁଷ ଟିମର କୋଚିଂ ଷ୍ଟାଫ୍‌ ପାଇଁ BCCIର ଆବେଦନ ଆମନ୍ତ୍ରଣ

By

Published : Oct 17, 2021, 3:56 PM IST

ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(BCCI) ରବିବାର ଭାରତୀୟ ସିନିୟର ପୁରୁଷ ଟିମ ପାଇଁ ମୁଖ୍ୟ କୋଚ୍‌, ବ୍ୟାଟିଂ କୋଚ୍‌, ବୋଲିଂ କୋଚ୍‌ ଫିଲ୍ଡିଂ କୋଚ୍‌ ପଦ ପାଇଁ ଆବେଦନ ପତ୍ର ଆମନ୍ତ୍ରଣ କରିଛି । ଅଧିକ ପଢନ୍ତୁ...

BCCI invites application for coaching staff of Indian men's team
ଭାରତୀୟ ପୁରୁଷ ଟିମର କୋଚିଂ ଷ୍ଟାଫ୍‌ ପାଇଁ BCCIର ଆବେଦନ ଆମନ୍ତ୍ରଣ

ମୁମ୍ବାଇ:ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(BCCI) ରବିବାର ଭାରତୀୟ ସିନିୟର ପୁରୁଷ ଟିମ ପାଇଁ ମୁଖ୍ୟ କୋଚ୍‌, ବ୍ୟାଟିଂ କୋଚ୍‌, ବୋଲିଂ କୋଚ୍‌ ଫିଲ୍ଡିଂ କୋଚ୍‌ ପଦ ପାଇଁ ଆବେଦନ ପତ୍ର ଆମନ୍ତ୍ରଣ କରିଛି । ଭାରତୀୟ କ୍ରିକେଟର ଆପେକ୍ସ ପରିଷଦ ଜାତୀୟ କ୍ରିକେଟ ଏକଡେମୀ(NCA)ର ସ୍ପୋର୍ଟ୍ସ ସାଇନ୍ସ/ମେଡିସିନ ମୁଖ୍ୟ ପଦ ପାଇଁ ମଧ୍ୟ ଆବେଦନ କରିବାକୁ ଆମନ୍ତ୍ରଣ କରିଛି । ଏନେଇ BCCI ପକ୍ଷରୁ ଏକ ଘୋଷଣାନାମାରେ କୁହାଯାଇଛି ।

ଘୋଷଣାନାମା ଅନୁଯାୟୀ, ମୁଖ୍ୟ କୋଚ୍‌ ପଦ ପାଇଁ ଆବେଦନର ଶେଷ ତାରିଖ ୨୦୨୧ ଅକ୍ଟୋବର ୨୬ ସନ୍ଧ୍ୟା ୫.୦୦ଟା ରହିଛି । headcoach@bcci.tvରେ ମାଧ୍ୟରେ ଯୋଗ୍ୟ ପ୍ରାର୍ଥୀ ଆବେଦନ କରିପାରିବେ ।

ସେହିପରି ବ୍ୟାଟିଂ କୋଚ୍‌, ବୋଲିଂ କୋଚ୍‌ ଓ ଫିଲ୍ଡିଂ କୋଚ୍‌ ପଦ ପାଇଁ ଆବେଦନର ଶେଷ ତାରିଖ ୨୦୨୧ ନଭେମ୍ବର ୦୩ ସନ୍ଧ୍ୟା ୫.୦୦ ପର୍ଯ୍ୟନ୍ତ ରହିଛି । battingcoach@bcci.tv, bowlingcoach@bcci.tv, fieldingcoach@bcci.tvରେ ଆବେଦନ କରିବାକୁ ହେବ ।

NCA ସହିତ ମୁଖ୍ୟ ସ୍ପୋର୍ଟ୍ସ ସାଇନ୍ସ ଓ ମେଡିସିନ ପଦ ପାଇଁ ଆବେଦନର ଶେଷ ତାରିଖ ୨୦୨୧, ନଭେମ୍ବର ୦୩ ସନ୍ଧ୍ୟା ୫.୦୦ ପର୍ଯ୍ୟନ୍ତ ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details