ଓଡିଶା

odisha

ପଞ୍ଚମ ଟେଷ୍ଟ ପୁନଃନିର୍ଦ୍ଧାରଣ ପାଇଁ ଇଂଲଣ୍ଡ ବୋର୍ଡକୁ BCCIର ପ୍ରସ୍ତାବ

By

Published : Sep 10, 2021, 6:03 PM IST

BCCI asks England board to reschedule the final Test

ଇଂଲଣ୍ଡ ଓ ୱେଲ୍ସ କ୍ରିକେଟ ବୋର୍ଡ(ECB)କୁ ବାତିଲ ଘୋଷଣା ହୋଇଥିବା ଟେଷ୍ଟମ୍ୟାଚର ତାରିଖ ପୁନଃନିର୍ଦ୍ଧାରଣ କରିବାକୁ କହିଛି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(BCCI) । ଅଧିକ ପଢନ୍ତୁ...

ନୂଆଦିଲ୍ଲୀ: କୋଭିଡ ସମସ୍ୟା ପାଇଁ ଭାରତ ଓ ଇଂଲଣ୍ଡ ମଧ୍ୟରେ ମାଞ୍ଚେଷ୍ଟରରେ ଖେଳାଯିବାକୁ ଥିବା ପଞ୍ଚମ ତଥା ଶେଷ ଟେଷ୍ଟ ବାତିଲ ଘୋଷଣା ହୋଇଛି । ତେବେ ଇଂଲଣ୍ଡ ଓ ୱେଲ୍ସ କ୍ରିକେଟ ବୋର୍ଡ(ECB)କୁ ବାତିଲ ଘୋଷଣା ହୋଇଥିବା ଟେଷ୍ଟମ୍ୟାଚର ତାରିଖ ପୁନଃନିର୍ଦ୍ଧାରଣ କରିବାକୁ କହିଛି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(BCCI) ।

କ୍ୟାମ୍ପରେ ସଦ୍ୟତମ COVID-19 କେସ୍‌ ଚିହ୍ନଟ ହେବାପରେ ଭାରତୀୟ ଖେଳାଳି ଖେଳିବାକୁ ଅନିଚ୍ଛା ପ୍ରକାଶ କରିଛନ୍ତି । ତେବେ ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜରେ ୪ଟି ମ୍ୟାଚ୍‌ ପରେ ଭାରତ ୨-୧ରେ ଆଗୁଆ ରହିଛି ।BCCI ଓ ECB ମଧ୍ୟରେ ମଜବୁତ ସଂପର୍କ ରହିଛି ଓ BCCI ବାତିଲ ହୋଇଥିବା ଟେଷ୍ଟ ମ୍ୟାଚର ତାରିଖ ପୁନଃନିର୍ଦ୍ଧାରଣ କରିବାକୁ ECB ପ୍ରସ୍ତାବ ଦେଇଛି । ଏହି ଟେଷ୍ଟ ମ୍ୟାଚ୍‌କୁ ଆଉଥରେ ନିର୍ଧାରିତ କରିବାକୁ ଦୁଇ ବୋର୍ଡ କାମ କରୁଛନ୍ତି । ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(BCCI) ଏହି ଘୋଷଣାନାମା ଜାରି କରିଛି ।

ପୂର୍ବରୁ BCCI ଇଂଲଣ୍ଡ ଓ ୱେଲ୍ସ କ୍ରିକେଟ ବୋର୍ଡ(ECB) ସହିତ ଆଲୋଚନା ପରେ ମାଞ୍ଚେଷ୍ଟରରେ ଖେଳାଯିବାକୁ ଥିବା ପଞ୍ଚମ ଟେଷ୍ଟ ବାତିଲ ନେଇ ନିଷ୍ପତ୍ତି ହୋଇଥିଲା । ବୋର୍ଡ ଜାରି କରିଥିବା ଘୋଷଣାନାମାରେ କହିଛି, "ବୋର୍ଡ ସର୍ବଦା ଖେଳାଳିଙ୍କ ସୁରକ୍ଷାକୁ ପ୍ରାଥମିକତା ଦେଇଆସିଛି, ଏଥିରେ କୌଣସି ପ୍ରକାର ବୁଝାମଣା କରାଯାଇପାରିବ ନାହିଁ, ଇଂଲଣ୍ଡ ବୋର୍ଡ ଏପରି କଠିନ ସମୟରେ ସମସ୍ତ ସହଯୋଗ କରୁଥିବାରୁ ଧନ୍ୟବାଦ, ତେବେ ଏକ ରୋମାଞ୍ଚକର ସିରିଜ ସଂପୂର୍ଣ୍ଣ କରିପାରି ନ ଥିବାରୁ ଆମେ ପ୍ରଶଂସକଙ୍କ ନିକଟରେ କ୍ଷମା ମାଗିବାକୁ ଚାହିଁବୁ ।"

ଗୁରୁବାର, ଫିଜିଓଥେରାପିଷ୍ଟ ଯୋଗେଶ ପରମାର ପଜିଟିଭ ଚିହ୍ନଟ ହୋଇଥିଲେ । ଏହାପୂର୍ବରୁ ମୁଖ୍ୟ କୋଚ୍‌ ରବି ଶାସ୍ତ୍ରୀ, ବୋଲିଂ କୋଚ୍‌ ଭରତ ଅରୁଣ ଓ ଫିଲ୍ଡିଂ କୋଚ୍‌ ଆର ଶ୍ରୀଧର ପଜିଟିଭ ଚିହ୍ନଟ ହୋଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details