ଓଡିଶା

odisha

‘ତୁମ ଗଏ କ୍ୟା ସହର ସୁନା କର ଗଏ, ଦର୍ଦ କା ଆକାର ଦୁଗନା କର ଗଏ’...

By

Published : Jun 14, 2020, 5:57 PM IST

ଚଳଚ୍ଚିତ୍ର ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ଖବରକୁ ନେଇ କୁମାର ବିଶ୍ୱାସ ସମବେଦନା ଜଣାଇବା ସହ ଟ୍ୱିଟରରେ ଏକ ଦୁଖଃଦ ପୋଷ୍ଟ ଲେଖିଛନ୍ତି । ଅଧିକ ପଢନ୍ତୁ...

kumar vishvas reacted on shushant singh rajput death
ସୁଶାନ୍ତ ସିଂଙ୍କ ଆତ୍ମହତ୍ୟାରେ ଶୋକ ପ୍ରକାଶ କଲେ କୁମାର ବିଶ୍ୱାସ

ନୂଆଦିଲ୍ଲୀ: ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ଖବର ପାଇବା ପରେ ବଲିଉଡ ସମେତ ସମଗ୍ର ଦେଶ ଚକିତ ହୋଇଯାଇଛି । ସେପଟେ ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ ନେଇ ଜଣାଶୁଣା କବି କୁମାର ବିଶ୍ୱାସ ଟ୍ୱିଟ କରିଛନ୍ତି ।

କୁମାର ଟ୍ୱିଟ୍‌ରେ ଲେଖିଛନ୍ତି, ଗତ ସପ୍ତାହରେ, ମୁଁ ହଠାତ୍ ଭାବିଥିଲି ଯେ, ତୁମକୁ କଲ କରିବି, କଥା ହେବି । ଖାଲି ସମୟ କିପରି କଟାଯାଉଛି, ସେ ବିଷୟରେ ତୁମ ସହ ଆଲୋଚନା କରିବି ଏବଂ ଥଟ୍ଟା, ମଜାକ କରିବି । ଏତେ ବିଳମ୍ବିତ ତ ହୋଇନାହିଁ ଭାଇ....କି ତୁମେ ଚୁପ୍ ହୋଇଯାଇଛ?

ବାସ୍ତବରେ, ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତ ଆତ୍ମହତ୍ୟା କରିଛନ୍ତି । ଏପର୍ଯ୍ୟନ୍ତ ସୁଶାନ୍ତଙ୍କ ଆତ୍ମହତ୍ୟା ହେବାର କାରଣ ଜଣାପଡିନାହିଁ । ତଦନ୍ତ ପାଇଁ ମୁମ୍ବାଇ ପୋଲିସ ତାଙ୍କ ଘରେ ପହଞ୍ଚିଛନ୍ତି ।

ଅକ୍ଷୟ କୁମାର ଟ୍ୱିଟ୍ କରି କହିଛନ୍ତି ଯେ ଏହି ଖବର ମୋତେ ଚକିତ କରି କରିଦେଇଛି । ମୋର ମନେ ଅଛି ଯେ ମୁଁ ଛିଚୋର ଚଳଚ୍ଚିତ୍ର ଦେଖୁଥିଲି ଏବଂ ବନ୍ଧୁ ସାଜିଦଙ୍କୁ କହୁଥିଲି ଯେ ଏହି ଫିଲ୍ମର ନିର୍ମାତା ନିଶ୍ଚିତ ଭାବରେ ଏବାକୁ ବହୁତ ଉପଭୋଗ କରିଥିବେ । ସୁଶାନ୍ତ ଜଣେ ଦକ୍ଷ ଅଭିନେତା ଥିଲେ। ଭଗବାନ ତୁମ ପରିବାରକୁ ଆଶୀର୍ବାଦ କରନ୍ତୁ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details