ଓଡିଶା

odisha

ଆଥିଆଙ୍କ ସହ ରିଲେସନସିପକୁ ସାର୍ବଜନୀନ କଲେ KL Rahul, ଏମିତି ରିଆକ୍ଟ କଲେ ସୁନୀଲ

By

Published : Nov 7, 2021, 1:14 PM IST

ସୁନୀଲ ସେଟ୍ଟୀଙ୍କ ଝିଅ ତଥା ବଲିଉଡ଼ ଅଭିନେତ୍ରୀ ଆଥିଆ ସେଟ୍ଟୀଙ୍କ ସହିତ ନିଜ ରିଲେସନସିପକୁ ସାର୍ବଜନୀନ କଲେ ଭାରତୀୟ କ୍ରିକେଟର କେ.ଏଲ ରାହୁଲ । ଛୁଟିଲା ଶୁଭେଚ୍ଛାର ସୁଅ । ଅଧିକ ପଢନ୍ତୁ...

ଆଥିଆଙ୍କ ସହ ରିଲେସନସିପକୁ ସାର୍ବଜନୀନ କଲେ KL Rahul, ଏମିତି ରିଆକ୍ଟ କଲେ ସୁନୀଲ
ଆଥିଆଙ୍କ ସହ ରିଲେସନସିପକୁ ସାର୍ବଜନୀନ କଲେ KL Rahul, ଏମିତି ରିଆକ୍ଟ କଲେ ସୁନୀଲ

ମୁମ୍ବାଇ:ଲଭବର୍ଡ ଆଥିଆ ସେଟ୍ଟୀ ଓ କ୍ରିକେଟର କେ.ଏଲ୍ ରାହୁଲ ଦୀର୍ଘ ସମୟ ଧରି ସେମାନଙ୍କ ସମ୍ପର୍କକୁ ଲୁଚାଇ ରଖିବା ପରେ ଶେଷରେ କରିଛନ୍ତି ସାର୍ବଜନୀନ । ଆଥିଆଙ୍କ ୨୯ତମ ଜନ୍ମ ଦିବସ ଅବସରରେ ରାହୁଲ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ପୋଷ୍ଟ କରି ନିଜ ରିଲେସନସିପ ବିଷୟରେ ଦେଇଛନ୍ତି ସ୍ପଷ୍ଟତା । ଏଥିରେ ବଲିଉଡ଼ ଅଭିନେତା ତଥା ଆଥିଆଙ୍କ ପିତା ସୁନୀଲ ସେଟ୍ଟୀଙ୍କ ସମେତ ଫିଲ୍ମ ଇଣ୍ଡଷ୍ଟ୍ରି ଓ କ୍ରିକେଟ ଜଗତରୁ ଆସିଛି ପ୍ରିତିକ୍ରିୟା ।

ଆଥିଆଙ୍କ ସହ ରିଲେସନସିପକୁ ସାର୍ବଜନୀନ କଲେ KL Rahul, ଏମିତି ରିଆକ୍ଟ କଲେ ସୁନୀଲ

ଆଥିଆଙ୍କ ଜନ୍ମ ଦିବସ ଅବସରରେ ସେ ଇନଷ୍ଟାଗ୍ରାମରେ ଏକ ଫଟୋ ପୋଷ୍ଟ କରି ଆଥିଆଙ୍କୁ କରିଥିଲେ ୱିସ । ଯେଉଁଥିରେ ସେ ଲେଖିଥିଲେ 'ହାପି ବର୍ଥ ଡେ' ମାଇଁ ଲଭ୍‌(ଇମୋଜି)' । ସେ ଏହି ପୋଷ୍ଟ କରିବା ପରେ ଏହା ଖୁବ ଭାଇରାଲ ହେବା ସହିତ ବିଭିନ୍ନ ଜଗତରୁ ଛୁଟିଥିଲା ଶୁଭେଚ୍ଛାର ସୁଅ । ଏଥିରେ ୧୦ ଲକ୍ଷରୁ ଅଧିକ ଲାଇକ୍ସ ଆସିଥିବା ମଧ୍ୟ ଦେଖିବାକୁ ମିଳିଛି । ବଲିଉଡ଼ ଇଣ୍ଡଷ୍ଟ୍ରୀ ସମେତ ଅନେକ କ୍ରିକେଟର ଓ ସେଲିବ୍ରିଟି ଏହି ପୋଷ୍ଟ ଉପରେ ନିଜର ପ୍ରତିକ୍ରିୟା ରଖିଛନ୍ତି । ଆଥିଙ୍କ ପିତା ସୁନୀଲ ସେଟ୍ଟୀ ମଧ୍ୟ ଏକ ହାର୍ଟ ଇମୋଜି ସହିତ ରାହୁଲଙ୍କ ପୋଷ୍ଟରେ ଦେଇଛନ୍ତି ନିଜ ପ୍ରତିକ୍ରିୟା ।

ବିଭିନ୍ନ ସେଲିବ୍ରିଟିଙ୍କ ମଧ୍ୟରୁ ଅନୁଷ୍କା ଶର୍ମା, ସାନିଆ ମିର୍ଜା, ସୈୟାମି ଖେର ଲାଲ୍‌ ରଙ୍ଗର ହାର୍ଟ ସହିତ ଦେଇଛନ୍ତି ପ୍ରତିକ୍ରିୟା । ସେପଟେ ସୁନୀଲ ଓ ଆଥିଆଙ୍କ ଭାଇ ଆହାନ ସେଟ୍ଟୀ ମଧ୍ୟ ବ୍ଲାକ୍‌ ହାର୍ଟ କମେଣ୍ଟ ସେକ୍ସନରେ ଦେଇଥିବା ଦେଖିବାକୁ ମିଳିଛି । ଆଥିଆଙ୍କ ଫିଲ୍ମ କ୍ୟାରିଅର ସମ୍ପର୍କରେ ଆଲୋଚନା କଲେ ଆଥିଆ ଗତ ୨୦୧୫ ମସିହାରେ ସଲମାନ ଖାନଙ୍କ ପ୍ରଯୋଜିତ 'ହିରୋ' ଚଳଚ୍ଚିତ୍ର ମାଧ୍ୟମରେ ବଲିଉଡ଼ରେ ଡେବ୍ୟୁ କରିଥିଲେ । ଏହାପରେ ସେ ମୁବାରକାଁ ଓ ୨୦୧୯ରେ 'ମୋତୁଚୁର ଚକନାଚୁର'ରେ ନୱାଜଉଦ୍ଦିନ ସିଦ୍ଦିକିଙ୍କ ସହିତ ଆସିଥିଲେ ନଜର ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details