ଓଡିଶା

odisha

ଡେଟିଂରେ ବି ସାମାଜିକ ଦୂରତ୍ବରେ ବିଶ୍ବାସ ରଖିଥିଲେ ଆୟୁଷ୍ମାନ-ତାହିରା !

By

Published : May 5, 2020, 4:44 PM IST

ଅଭିନେତା ଆୟୁଷ୍ମାନ ଖୁରାନାଙ୍କ ପତ୍ନୀ ତଥା ଲେଖକ ଚଳଚ୍ଚିତ୍ର ନିର୍ମାତା ତାହିରା କାଶ୍ୟପ ଇନଷ୍ଟାଗ୍ରାମରେ ତାଙ୍କ ଡେଟିଂର ପ୍ରଥମ ବର୍ଷକୁ ମନେପକାଇ ଏକ ଥ୍ରୋବ୍ୟାକ ଫଟୋ ସେୟାର କରିଛନ୍ତି । ଯେଉଁଠାରେ ତାହିରାଙ୍କୁ ତାଙ୍କ ପ୍ରେମିକା ଆୟୁଷ୍ମାନଙ୍କ ପାଖରେ ବସିଥିବାର ଦେଖିବାକୁ ମିଳିଛି । ଏହି ଫଟୋର କ୍ୟାପସନରେ ତାହିରା ଲେଖିଛନ୍ତି ଯେ, ଡେଟିଂର ପ୍ରଥମ ବର୍ଷ ଏବଂ ଆମେ ସାମାଜିକ ଦୂରତ୍ୱ ଉପରେ ଦୃଢ ଭାବରେ ବିଶ୍ବାସ କରୁଥିଲୁ ! # ଫ୍ୟୁଚୁରିଷ୍ଟିକ । ଅଧିକ ପଢନ୍ତୁ...

Ayushmann, Tahira believed in social distancing even while dating
ଡେଟିଂ ସମୟରେ ମଧ୍ୟ ସାମାଜିକ ଦୂରତା ଉପରେ ବିଶ୍ୱାସ କରୁଥିଲେ ଆୟୁଷ୍ମାନ, ତାହିରା

ମୁମ୍ବାଇ: କରୋନାଭାଇରସ ଯୋଗୁଁ ସମଗ୍ର ଦେଶରେ ଲକଡାଉନ ଜାରି ରହିଛି । ଏହି ସମୟରେ ସମସ୍ତ ସେଲିବ୍ରିଟି ଘରେ ରହି ତାଙ୍କ ପରିବାର ସହ ସମୟ ବିତାଉଛନ୍ତି । ଏଭଳି ପରିସ୍ଥିତିରେ ଅଭିନେତା ଆୟୁଷ୍ମାନ ଖୁରାନାଙ୍କ ସହ ଡେଟିଂର ପ୍ରଥମ ବର୍ଷକୁ ମନେ ପକାଇ ପତ୍ନୀ ତାହିରା କାଶ୍ୟପ ତାଙ୍କ ସ୍ମୃତିର ଏକ ଥ୍ରୋବ୍ୟାକ ଫଟୋ ସେୟାର କରିଛନ୍ତି ।

ମଙ୍ଗଳବାର ଦିନ ତାହିରା ଇନଷ୍ଟାଗ୍ରାମରେ ଏକ ଥ୍ରୋବ୍ୟାକ ଫଟୋ ସେୟାର କରିଛନ୍ତି । ଯେଉଁଠାରେ ତାହିରାଙ୍କୁ ତାଙ୍କ ପ୍ରେମିକା ଆୟୁଷ୍ମାନଙ୍କ ପାଖରେ ବସିଥିବାର ଦେଖିବାକୁ ମିଳିଛି । ଏହି ଫଟୋରେ ଯଦିଓ ଆୟୁଷ୍ମାନ ଏବଂ ତାହିରା ପରସ୍ପର ପାଖରେ ବସିଛନ୍ତି, ତଥାପି ଉଭୟଙ୍କ ମଧ୍ୟରେ ଯଥେଷ୍ଟ ବ୍ୟବଧାନ ରହିଛି ।

ଏହି ଫଟୋର କ୍ୟାପସନରେ ତାହିରା ଲେଖିଛନ୍ତି ଯେ, ଡେଟିଂର ପ୍ରଥମ ବର୍ଷ ଏବଂ ଆମେ ସାମାଜିକ ଦୂରତ୍ୱ ଉପରେ ଦୃଢ ଭାବରେ ବିଶ୍ବାସ କରୁଥିଲୁ ! # ଫ୍ୟୁଚୁରିଷ୍ଟିକ

ତାହିରାଙ୍କ ଏହି ପୋଷ୍ଟରେ ବାଲା ହିରୋଇନ ୟାମି ଗୌତମ ଲେଖିଛନ୍ତି ଯେ, ହା ହା ଦିସ ଇଜ ସୋ ସୁଇଟ ।

ଏହି ଫଟୋରେ ଆୟୁଷ୍ମାନଙ୍କ ଭାଇ ତଥା ଅଭିନେତା ଅପାରଶକ୍ତି ଖୁରାନା ଦୁଇଟି ହାର୍ଟ ଇମୋଜି ଦେଇଥିଲେ ।

2008 ନଭେମ୍ବର ମାସରେ ଆୟୁଷ୍ମାନ ଖୁରାନା ଏବଂ ତାହିରା କାଶ୍ୟପ ବିବାହ କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details