ଓଡିଶା

odisha

RRR Promotion: ଲାଲ ପରେ ନୀଳ ଶାଢୀରେ ଚମକିଲେ ଆଲିଆ

By

Published : Dec 11, 2021, 8:21 PM IST

ଫିଲ୍ମ RRR ପ୍ରମୋସନ ସମୟରେ ଆଲିଆ ପୁଣି ନିଜ ଲୁକ୍‌କୁ ନେଇ ଚର୍ଚ୍ଚାର ପରିସରକୁ ଆସିଛନ୍ତି । ଲାଲ ପରେ ନୀଳ ଶାଢୀର ଲୁକ୍‌କୁ ଦର୍ଶକ ଖୁବ ପସନ୍ଦ କରିଛନ୍ତି । ଅଧିକ ପଢନ୍ତୁ

RRR Promotion: ଲାଲ ପରେ ନୀଳ ଶାଢୀରେ ଚମକିଲେ ଆଲିଆ
RRR Promotion: ଲାଲ ପରେ ନୀଳ ଶାଢୀରେ ଚମକିଲେ ଆଲିଆ

ହାଇଦ୍ରାବାଦ: ବଲିଉଡ଼ ଅଭିନେତ୍ରୀ ଆଲିଆ ଭଟ୍ଟ ଗତ କିଛି ଦିନ ଧରି ଫିଲ୍ମ RRRକୁ ନେଇ ଚର୍ଚ୍ଚାରେ ରହିଛନ୍ତି । ଏହି ଫିଲ୍ମରେ ଆଲିଆଙ୍କୁ ମୁଖ୍ୟ ଭୂମିକାରେ ଦେଖିବେ ଦର୍ଶକ । ଫିଲ୍ମର ପ୍ରମୋସନ ସମୟରେ ଆଲିଆ ନିଜ 'ଶାଢୀ ଲୁକ୍‌' ପାଇଁ ଅଧିକ ଚର୍ଚ୍ଚାରେ ରହୁଛନ୍ତି । ଲାଲ ରଙ୍ଗର ଶାଢୀ ପିନ୍ଧି ଇଣ୍ଟରନେଟରେ ଛାଇ ଯାଇଥିବା ବେଳେ ଏବେ ଆଲିଆଙ୍କ ନୀଳ ରଙ୍ଗର ଶାଢୀ ଲୁକ୍‌ ଖୁବ ଭାଇରାଲ ହେବାରେ ଲାଗିଛି ।

RRR Promotion: ଲାଲ ପରେ ନୀଳ ଶାଢୀରେ ଚମକିଲେ ଆଲିଆ

ଏହା ବି ପଢନ୍ତୁ: RRR trailer: ବାହୁବଳୀ ମ୍ୟାଜିକ ରିକ୍ରିଏଟ ପାଇଁ ନିର୍ଦ୍ଦେଶକ ରାଜମୌଲୀଙ୍କ ଲକ୍ଷ୍ୟ

ପ୍ରମୋସନ ସମୟରେ ଆଲିଆ ଏଥିନିକ ଲୁକ୍‌(Ethnic look)ରେ ନଜର ଆସୁଛନ୍ତି । ପ୍ରଥମେ ଲାଲ ଶାଢୀରେ ଆସିଥିବା ଆଲିଆଙ୍କ ଲୁକ୍‌କୁ ଫ୍ୟାନ୍ସ ଖୁବ ପସନ୍ଦ କରିଥିବାବେଳେ ଏବେ ନୀଳ ରଙ୍ଗର ଶାଢୀ ଲୁକ୍‌କୁ ମଧ୍ୟ ପ୍ରଶଂସା କରିଛନ୍ତି ଫ୍ୟାନ୍ସ । ନୀଳ ରଙ୍ଗର ଶାଢୀ ଲୁକ୍‌ର କିଛି ଫଟୋକୁ ଆଲିଆ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଛନ୍ତି । ନୀଳ ରଙ୍ଗର ଶାଢୀ ସହିତ ସ୍ଲିଭ କଟ୍‌ ବ୍ଲାଉଜ ପିନ୍ଧିଛନ୍ତି ବଲିଉଡ଼ର ଏହି କ୍ୟୁଟ ଗର୍ଲ । ସେପଟେ ବନ୍‌ ହେୟାର ସହିତ ପିନ୍ଧିଛନ୍ତି ଗଜରା ।

ଲାଲ ଶାଢୀ ଲୁକରେ ଆଲିଆ ଭଟ୍ଟ
ଲାଲ ଶାଢୀ ଲୁକରେ ଆଲିଆ ଭଟ୍ଟ

ନିଜ ପୂର୍ବ ଲୁକ୍‌ରେ ଆଲିଆ ଲାଲ ରଙ୍ଗର ଶାଢୀ ପିନ୍ଧିବା ସହିତ ସ୍ଲିଭଲେସ୍‌ ବ୍ଲାଉଜ ପିନ୍ଧିଥିଲେ । ଏହି ଲୁକ୍‌ରେ ସେ ଚୁଟି ଖୋଲା ରଖିଥିଲେ । ଏହି ଲୁକ୍‌ର ଫଟୋଗୁଡ଼ିକ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଏହାବ୍ୟତୀତ ଆଲିଆ ରଣବୀରଙ୍କୁ ଡେଟ୍‌ କରୁଥିବାରୁ ମଧ୍ୟ ଚର୍ଚ୍ଚାର ପରିସରରେ ରହିଛନ୍ତି ।

RRR Promotion: ଲାଲ ପରେ ନୀଳ ଶାଢୀରେ ଚମକିଲେ ଆଲିଆ

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details