ETV Bharat / sitara

RRR trailer: ବାହୁବଳୀ ମ୍ୟାଜିକ ରିକ୍ରିଏଟ ପାଇଁ ନିର୍ଦ୍ଦେଶକ ରାଜମୌଲୀଙ୍କ ଲକ୍ଷ୍ୟ

author img

By

Published : Dec 9, 2021, 6:51 PM IST

ରିଲିଜ ହେଲା RRR ଫିଲ୍ମର ଟ୍ରେଲର । ବାହୁବଳୀ ମ୍ୟାଜିକ ରିକ୍ରିଏଟ ପାଇଁ ନିର୍ଦ୍ଦେଶକ ରାଜମୌଲୀ ରଖିଛନ୍ତି ଲକ୍ଷ୍ୟ । ଅଧିକ ପଢନ୍ତୁ

RRR trailer: ବାହୁବଳୀ ମ୍ୟାଜିକ ରିକ୍ରିଏଟ ପାଇଁ ନିର୍ଦ୍ଦେଶକ ରାଜମୌଲୀଙ୍କ ଲକ୍ଷ୍ୟ
RRR trailer: ବାହୁବଳୀ ମ୍ୟାଜିକ ରିକ୍ରିଏଟ ପାଇଁ ନିର୍ଦ୍ଦେଶକ ରାଜମୌଲୀଙ୍କ ଲକ୍ଷ୍ୟ

ହାଇଦ୍ରାବାଦ: ଜୁନିଅର NTR ଓ ରାମ ଚରଣଙ୍କ ଆକ୍ସନ ପ୍ୟାକ୍‌ଡ ପୋଷ୍ଟର ସେୟାର କରିବା ପରେ RRR ମେକର୍ସ ଫିଲ୍ମର ଟ୍ରେଲର ରିଲିଜ କରିଛନ୍ତି । ଏହି ଟ୍ରେଲରରେ ନିର୍ଦ୍ଦେଶକ ରାଜମୌଲୀ ଲୋକପ୍ରିୟ ଫିଲ୍ମ 'ବାହୁବଳୀ'ର ମ୍ୟାଜିକ ପୁଣି ଦର୍ଶକଙ୍କ ମଧ୍ୟରେ ରିକ୍ରିଏଟ ପାଇଁ କରିଛନ୍ତି ଯୋଜନା । ଆଜି(ଗୁରୁବାର) ଏହି ଫିଲ୍ମର ଟ୍ରେଲର ରିଲିଜ ହୋଇଛି ।

  • " class="align-text-top noRightClick twitterSection" data="">

ଏହି ଟ୍ରେଲରକୁ ଦର୍ଶକ ଖୁବ ପସନ୍ଦ କରିଛନ୍ତି । ଏହାର ଭିଜୁଆଲ ବହୁତ ଆକର୍ଷଣୀୟ ହୋଇଥିବାବେଳେ ଦର୍ଶକଙ୍କ ମଧ୍ୟରେ ଫିଲ୍ମ ଦେଖିବା ପାଇଁ ଭରିଛନ୍ତି ଉତ୍ସାହ । ଦୁଇ ଭାରତୀୟ ବିପ୍ଳବୀ, ଆଲୁରି ସୀତାରାମ ରାଜୁ ଏବଂ କୋମାରାମ ଭୀମଙ୍କ ବିଷୟରେ RRR ଫିଲ୍ମ ଆଧାରିତ । ଏହା ଏକ କାଳ୍ପନିକ କାହାଣୀ, ଯେଉଁଥିରେ ବ୍ରିଟିଶ ଶାସନ ଏବଂ ହାଇଦ୍ରାବାଦର ନିଜାମଙ୍କ ବିରୁଦ୍ଧରେ ଏହି ୨ ବିପ୍ଳବୀଙ୍କ ଲଢେଇ ସମ୍ପର୍କରେ ଦର୍ଶାଯାଇଛି ।

ଏଥିରେ ବଲିଉଡ଼ ଅଭିନେତା ଅଜୟ ଦେବଗନ ରାମ ଚରଣ ଓ ଜୁନିଅର NTRଙ୍କ ଗୁରୁ ଭୂମିକାରେ ଅଭିନୟ କରିଛନ୍ତି । ଏଥିରେ ରାମ ଚରଣଙ୍କ ବିପକ୍ଷରେ ଆଲିଆ ଭଟ୍ଟ ମଧ୍ୟ ନଜର ଆସିବେ । ଏହାସହିତ ବ୍ରିଟିଶ ଆକ୍ଟର Olivia Morris ଜୁନିଅର NTRଙ୍କ ପ୍ରେମିକା ଭୂମିକାରେ ଆସିବେ ନଜର । ଏଥିରେ ଶ୍ରୀୟା ଶରନଙ୍କୁ ମଧ୍ୟ ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିବ । ଫିଲ୍ମ ଆସନ୍ତା ବର୍ଷ ଜାନୁଆରୀ ୭ତାରିଖରେ ରିଲିଜ ହେବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.