ଓ୍ବାଶିଂଟନ: ଆମେରିକା ରାଷ୍ଟ୍ରପତି ନିର୍ବାଚନ ରେସରୁ ଓହରିଲେ ରିପବ୍ଲିକାନ ପାର୍ଟିର ନେତା ବିବେକ ରାମାସ୍ବାମୀ । ଜାନୁଆରୀ ୧୫ ତାରିଖରେ ହୋଇଥିବା ରିପବ୍ଲିକାନ ପାର୍ଟିର ଆଓ୍ବା କକ୍ସରେ ଡୋନାଲ୍ଡ ଟ୍ରମ୍ପ ବାଜି ମାରିବା ପରେ ରାଷ୍ଟ୍ରପତି ରେସରୁ ଭାରତୀୟ ବଂଶୋଦ୍ଭବ ରାମାସ୍ବାମୀ ଓହରି ଯାଇଛନ୍ତି । ସେ ରାଷ୍ଟ୍ରପତି ପଦ ପାଇଁ ନିଜ ଦାବି ପ୍ରତ୍ୟାହୃତ କରି ନେଇଛନ୍ତି ଏବଂ ଟ୍ରମ୍ପଙ୍କୁ ସମର୍ଥନ କରିବେ ବୋଲି ଘୋଷଣା କରିଛନ୍ତି ।
ରାଷ୍ଟ୍ରପତି ରେସ୍ରୁ ଓହରିବା ନେଇ ଘୋଷଣା କରିବା ସହ ଟ୍ରମ୍ପଙ୍କୁ ସମର୍ଥନ କରିବେ ବୋଲି କହିଛନ୍ତି ବିବେକ ରାମାସ୍ବାମୀ । ତେବେ ସେ ଏହି ଘୋଷଣା କରିବା ସମୟରେ ଏକ ମହିଳା ଏଭଳି ନକରିବା ପାଇଁ ଚିତ୍କାର କରିଥିବା ଦେଖିବାକୁ ମିଳିଥିଲା । ଏହାପରେ ରାମାସ୍ବାମୀ ଘୋଷଣା କରିଥିଲେ, "ମୁଁ କୌଣସି ସ୍ଥାନକୁ ଚାଲିଯାଉ ନାହିଁ । ମୁଁ ସମସ୍ତଙ୍କ ସହ ରହି ଟ୍ରମ୍ପଙ୍କୁ ସମର୍ଥନ କରିବି ।"
ପ୍ରକାଶ ଥାଉକି, ଜାନୁଆରୀ 15 ତାରିଖରେ ରିପବ୍ଲିକାନ ପାର୍ଟିର ପ୍ରାର୍ଥୀ ପାଇଁ ଆଇଓଏସରେ କକ୍ସ ଆୟୋଜିତ ହୋଇଥିଲା । ସେଥିରେ ବାଜିମାତ କରିଥିଲେ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । କକସରେ ପଛରେ ରହିବା ପରେ 38 ବର୍ଷୀୟ ବିବେକ ରାମାସ୍ବାମୀ ତାଙ୍କ ପ୍ରାର୍ଥିତ୍ବ ପ୍ରତ୍ୟାହାର କରିବା ନେଇ ଘୋଷଣା କରିଥିଲେ ।