ଓଡିଶା

odisha

ଇରାନରେ ତେଜୁଛି ହିଜାବ ବିରୋଧୀ ଆନ୍ଦୋଳନ, ସପ୍ତାହକରେ ଗଲାଣି 72 ଜୀବନ

By

Published : Nov 23, 2022, 10:09 AM IST

several killed in week as iran intensifies crackdown on mahsa amini protest

ଇରାନରେ ହିଜାବ ବିରୋଧୀ ଆନ୍ଦୋଳନର ଭୟଙ୍କର ରୂପ । ଏକ ସପ୍ତାହ ମଧ୍ୟରେ ସେନା ଆକ୍ରମଣରେ 72 ଜଣଙ୍କ ମୃତ୍ୟୁ ଘଟିଛି । ଅଧିକ ପଢ଼ନ୍ତୁ

ତେହେରାନ:ଜଳୁଛି ଇରାନ । ଦିନକୁ ଦିନ ଉଗ୍ର ହେଉଛନ୍ତି ସେନା । ହିଜାବ ପିନ୍ଧି ନଥିବା କାରଣରୁ ମହସା ଅମିନିଙ୍କୁ ଗିରଫ କରି ହେପାଜତକୁ ନେଇଥିଲା ପୋଲିସ । ପୋଲିସ ହେପାଜତରେ ତାଙ୍କର ମୃତ୍ୟୁ ହେବା ପରେ ସେବେଠୁ ଅଶାନ୍ତ ହୋଇପଡିଛି ଇରାନ । ଜଳୁଛି ଦେଶ । ଚାରିଆଡେ ଜୋରଦାର ପ୍ରତିବାଦ କରାଯାଉଛି । ଯାହାକୁ ନେଇ ଆନ୍ଦୋଳନକାରୀଙ୍କ ଉପରେ ଆଖିବୁଜା ଗୁଳି ଚଳାଇଛି ଇରାନ ସେନା । ସପ୍ତାହେ ମଧ୍ୟରେ 72 ଜଣଙ୍କ ମୃତ୍ୟୁ ହୋଇସାରିଥିବା ସୂଚନା ମିଳିଛି ।

22 ବର୍ଷୀୟା ମହସା ଅମିନିଙ୍କ ମୃତ୍ୟୁ ପରଠାରୁ ଇରାନରେ ଦିନକୁ ଦିନ ଆନ୍ଦୋଳନ ବ୍ୟାପିବାରେ ଲାଗିଛି । ଦେଶବ୍ୟାପୀ ଭୟାନକ ସ୍ଥିତି ସୃଷ୍ଟି ହୋଇଛି । ସାରା ଦେଶରେ ବିକ୍ଷୋଭ ନିଆଁ ଜଳୁଛି । ଲୋକଙ୍କ ମାନବାଧିକାର ଉଲ୍ଲଙ୍ଘନ କରି ଧାର୍ମିକ ରୀତିନୀତି ଲଦି ଦିଆଯାଉଥିବାରୁ ଏହା ବିରୋଧରେ ଲୋକେ ରାସ୍ତାକୁ ଓହ୍ଲାଇଛନ୍ତି । ବିକ୍ଷୋଭକାରୀଙ୍କୁ ଅଟକାଇବାକୁ ସରକାରଙ୍କ ନିର୍ଦ୍ଦେଶକ୍ରମେ ସୁରକ୍ଷାକର୍ମୀ ଗୁଳିମାଡ କରୁଛନ୍ତି । ଏହି ଘଟଣାକୁ ନେଇ ଅନ୍ତର୍ଜାତୀୟ ସ୍ତରରେ ନିନ୍ଦା କରାଯାଇଛି । ମଙ୍ଗଳବାର ଇରାନ ମାନବାଧିକାର ସଂଗଠନ ପକ୍ଷରୁ କୁହାଯାଇଛି ଯେ, ହିଜାବ ବିରୋଧୀ ଆନ୍ଦୋଳନ ଯୋଗୁଁ ଇରାନରେ ସୃଷ୍ଟି ଦେଖାଦେଇଥିବା ଭୟଙ୍କର ହିଂସାରେ ବର୍ତ୍ତମାନ ସୁଦ୍ଧା 416 ଲୋକଙ୍କ ମୃତ୍ୟୁ ଘଟିଛି । ସେଥି ମଧ୍ୟରୁ 51 ଜଣ ଶିଶୁ ରହିଥିବାବେଳେ 21 ଜଣ ମହିଳା ରହିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ:ଇରାନ ମାର୍କେଟରେ ଗୁଳିମାଡ: ୫ ମୃତ, ୧୦ ଆହତ

ଗତ ଏକ ସପ୍ତାହ ମଧ୍ୟରେ ସୁରକ୍ଷା କର୍ମୀଙ୍କ ଦ୍ବାରା 72 ଜଣ ପ୍ରାଣ ହରାଇଛନ୍ତି । ଯାହା ଫଳରେ ଇରାନରେ ଉତ୍ତେଜନା ମୂଳକ ପରିସ୍ଥିତି ସୃଷ୍ଟି ହୋଇଛି । ଦିନକୁ ଦିନ ବର୍ବରତା ପାର କରୁଛନ୍ତି ଇରାନ ସେନା । କୁର୍ଦ୍ଦିଶ, ପଶ୍ଚିମ ଇରାନ, ମହବାଦ, ପିରାନଶାହର ଭଳି କେତେକ ସହରରେ ହିଜାବ ବିରୋଧରେ ଆନ୍ଦୋଳନ ଜାରି ରହିଛି । ମାନବ ଅଧିକାର ସଂଗଠନ ଏହି ହିଂସାକୁ ରୋକିବା ପାଇଁ ଅନୁରୋଧ କରିଛନ୍ତି । ତେବେ ସେନାଙ୍କ ଗୁଳିକାଣ୍ଡରେ ଅଧିକ ଆଦିବାସୀ ଅନୁସୂଚିତ ଜାତି ଲୋକଙ୍କ ମୃତ୍ୟୁ ଘଟିଥିବା ଏକ ରିପୋର୍ଟରୁ ଜଣାପଡ଼ିଛି ।

ABOUT THE AUTHOR

...view details