ଇରାନ ମାର୍କେଟରେ ଗୁଳିମାଡ: ୫ ମୃତ, ୧୦ ଆହତ

author img

By

Published : Nov 17, 2022, 2:06 PM IST

ଇରାନ ମାର୍କେଟରେ ଗୁଳିମାଡ: ୫ ମୃତ, ୧୦ ଆହତ

ଇରାନର ଏକ ମାର୍କେଟରେ ଅତର୍କିତ ଗୁଳିମାଡ । ଆକ୍ରମଣରେ ସୁରକ୍ଷାକର୍ମୀଙ୍କ ସମେତ ୫ ଜଣ ମୃତ । ଅଧିକ ପଢନ୍ତୁ

ତେହରାନ: ଇରାନର ଏକ ବଜାରରେ ଆଖିବୁଜା ଗୁଳିମାଡ ହୋଇଛି । ଏଥିରେ ୫ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୧୦ ଜଣ ଗୁରୁତର ଆହତ ହୋଇଛନ୍ତି । ବୁଧବାର ରାତିରେ ଇରାନର ଦକ୍ଷିଣ-ପଶ୍ଚିମ ଖୁଜେସ୍ଥାନ(southwestern Khuzestan) ପ୍ରଦେଶରେ ପ୍ରତିବାଦକାରୀ ଓ ସୁରକ୍ଷା ବଳଙ୍କ ଉପରକୁ ଏହି ଗୁଳିମାଡ କରାଯାଇଛି । କିଛି ଆତଙ୍କବାଦୀ ଏହି ନାରକୀୟ କାଣ୍ଡ ଭିଆଇଥିବା ଜଣାପଡିଛି । ମୃତକଙ୍କ ମଧ୍ୟରେ ଦୁଇ ଜଣ ମହିଳା ଓ ସୁରକ୍ଷାକର୍ମୀ ରହିଛନ୍ତି ।

ସୂଚନା ଅନୁଯାୟୀ, ଇରାନ ଖୁଜେସ୍ଥାନ ଅନ୍ତର୍ଗତ ଇଜେହ ସହରର ଜନଗହଳିପୂର୍ଣ୍ଣ ସେଣ୍ଟ୍ରାଲ ମାର୍କେଟରେ ଏହି ଗୁଳି ଫୁଟିଛି(Shooting At Protesters In Busy Iran Market) । ଗତକାଲି(ବୁଧବାର) ରାତିରେ ଏଠାରେ କେତେକ ଲୋକେ ବିକ୍ଷୋଭ ପ୍ରଦର୍ଶନ କରୁଥିଲେ । ଏହି ସମୟରେ ଆତଙ୍କବାଦୀମାନେ ଦୁଇଟି ମୋଟର ସାଇକେଲ ଯୋଗେ ଆସି ପ୍ରତିବାଦକାରୀ ଓ ସୁରକ୍ଷାକର୍ମୀଙ୍କ ଉପରେ ଆଖିବୁଜା ଗୁଳି ଚଳାଇଥିଲେ । ଏହି ଆକ୍ରମଣ ପାଇଁ କେହି ଏ ଯାଏଁ ନିଜକୁ ଦାୟୀ ଘୋଷଣା କରିନାହାନ୍ତି । ତେବେ ହିଜାର ବିରୋଧ ଆନ୍ଦୋଳନକୁ ନେଇ ଏହି ଗୁଳିମାଡ ହୋଇଥିବା ସନ୍ଦେହ କରାଯାଉଛି ।

ଏହାମଧ୍ୟ ପଢନ୍ତୁ: ଇରାନରେ ମସଜିଦରେ ଗୁଳିମାଡ, ୧୫ ମୃତ

ଏହାପୂର୍ବରୁ ଅକ୍ଟୋବର ୨୬ରେ ଇରାନର ସିରାଜ ସହର ସ୍ଥିତ ପବିତ୍ର ଶାହଚେରାଗ ମସଜିଦରେ ଗୁଳିମାଡ ହୋଇଥିଲା । ସନ୍ଧ୍ୟା ସମୟରେ ଲୋକେ ପ୍ରାର୍ଥନା ପାଇଁ ଏକାଠି ହୋଇଥିବା ବେଳେ ବନ୍ଧୁକଧାରୀ ମସଜିଦ ଭିତରେ ପଶି ଅତର୍କିତ ଗୁଳିମାଡ କରିଥିଲେ । ଏହି ଆକ୍ରମଣରେ ୧୫ ଜଣଙ୍କ ମୃତ୍ୟୁ ହୋଇଥିଲା । ଇସଲାମିକ ଷ୍ଟେଟ ଗ୍ରୁପ ଆକ୍ରମଣ ପାଇଁ ନିଜକୁ ଦାୟୀ କରିଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.