ଓଡିଶା

odisha

ସାବରକର ଜୟନ୍ତୀରେ ଦି ଇଣ୍ଡିଆନ ହାଉସ ଫିଲ୍ମ ଘୋଷଣା କଲେ ରାମ ଚରଣ, ସେୟାର କଲେ ଭିଡିଓ

By

Published : May 29, 2023, 7:54 AM IST

ସାବରକରଙ୍କ 140 ତମ ଜନ୍ମ ବାର୍ଷିକୀ ଅବସରରେ ସୁପରଷ୍ଟାର ରାମ ଚରଣଙ୍କ ଭେଟି । ଦି ଇଣ୍ଡିଆନ ହାଉସ ଫିଲ୍ମର ପ୍ରଥମ ଝଲକ ଦେଖାଇଲେ ରାମ ଚରଣ । ଅଧିକ ପଢ଼ନ୍ତୁ

Etv Bharat
Etv Bharat

ହାଇଦ୍ରବାଦ:ସାବରକରଙ୍କ 140 ତମ ଜନ୍ମ ବାର୍ଷିକୀ ଅବସରରେ ତେଲୁଗୁ ସୁପରଷ୍ଟାର ରାମ ଚରଣ ଦ୍ବାରା ନିର୍ମିତ ଫିଲ୍ମ ‘ଦି ଇଣ୍ଡିଆନ ହାଉସ’ର ଘୋଷଣା କରିଛନ୍ତି । ଏହି ଫିଲ୍ନରେ ନିଖିଲ ସିଦ୍ଧାର୍ଥ ଏବଂ ଅନୁପମ ଖେର ମୁଖ୍ୟ ଭୂମିକାରେ ନଜର ଆସିବେ । ରାମ ଚରଣ ଏହି ଫିଲ୍ମ ଆନିମେଟେଡ୍ ପ୍ରୋମୋର ଭିଡିଓ ସହିତ ମୁଖ୍ୟ ଭୂମିକାରେ ଅଭିନୟ କରୁଥିବା ଅଭିନେତାଙ୍କ ନାମ ଘୋଷଣା କରିଛନ୍ତି । ଚରଣ ଅଫିସିଆଲ୍ ଟ୍ୱିଟର ଭିଡିଓ ସେୟାର କରି ଲେଖିଛନ୍ତି, 'ଆମର ମହାନ ସ୍ୱାଧୀନତା ସଂଗ୍ରାମୀ ବୀର ସାବରକରଙ୍କ 140 ତମ ଜନ୍ମ ବାର୍ଷିକୀ ଅବସରରେ ଆମେ ଆମର ପାନ ଇଣ୍ଡିଆ ଚଳଚ୍ଚିତ୍ର ଦି ଇଣ୍ଡିଆ ହାଉସ ଘୋଷଣା କରି ଗର୍ବିତ ।’

ଅଧିକ ପଢ଼ନ୍ତୁ: Karisma Kapoor: ପୂର୍ବତନ ସ୍ବାମୀଙ୍କ ସହ ଡିନର ଡେଟ୍‌ରେ ସ୍ପଟ ହେଲେ କରିସ୍ମା, ଫଟୋ ଭାଇରାଲ

ତେବେ ରାମ ଚରଣଙ୍କ ଏହି ଫାଷ୍ଟ ପ୍ରଡକ୍ସନ ଏକ ପାନ୍‌ ଇଣ୍ତିଆ ଫିଲ୍ମ । ଏହି ମୁଭି ଭି-ମେଗା ପିକ୍ଚର ବ୍ୟାନର ଓ ତାଙ୍କ ସାଙ୍ଗ ଭିକ୍ରମ ରେଡ୍ଡୀଙ୍କ ୟୁଭି କ୍ରିଏସନ ସହଭାଗିତାରେ ନିର୍ମିତ ହେବ । ଏହି ପ୍ରଡକ୍ସନ ହାଉସ ପୂର୍ବରୁ ଦି କାଶ୍ମରୀର ଫାଇଲ ଓ କାର୍ତ୍ତିକେୟ-2 ପରି ଫିଲ୍ମରେ ମଧ୍ୟ କାମ କରିଛି । ଏହି ଫିଲ୍ମ ସାବରକରଙ୍କ ଲଣ୍ଡନ ଗସ୍ତ ସମୟରେ କାର୍ଯ୍ୟକଳାପ ଉପରେ ନିର୍ମାଣ କରାଯାଉଥିବା ରାମ ଚରଣ ଟ୍ବିଟ କରି କହିଛନ୍ତି । ଲେଖକ ରାମ ଭାମସି କୃଷ୍ଣ ଏହି ଚଳଚ୍ଚିତ୍ର ସହିତ ପ୍ରଥମ ଥର ପାଇଁ ନିର୍ଦ୍ଦେଶକ ଫିଲ୍ଡରେ ପାଦ ଦେବେ । ଏହି ଫିଲ୍ମକୁ ଲେଖିବା ସହ ଏହାର ନିର୍ଦ୍ଦେଶନା ମଧ୍ୟ ଦେବେ । ରାମ ଚରଣ ପ୍ରଥମ ଥର ପାଇଁ ଫିଲ୍ମର ପ୍ରୟୋଜନା କରିଥିବା ବେଳେ ତାଙ୍କ ପ୍ରଶଂସକମାନେ ତାଙ୍କୁ ଏହି ଗ୍ରାଣ୍ଡ ଡେବ୍ୟୁ ପାଇଁ ଅଭିନନ୍ଦନ ଜଣାଇଛନ୍ତି ।

ଅଧିକ ପଢ଼ନ୍ତୁ: IIFA 2023: କୁଇକ୍ ଷ୍ଟାଇଲ୍ ଗ୍ରୁପ୍ ସହ ଝୁମିଲେ ସଲମାନ, ଦମଦାର ଡ୍ୟାନ୍ସରେ ମଞ୍ଚରେ ଲଗାଇଲେ ନିଆଁ

ଜଣେ ୟୁଜର ତାଙ୍କ ଟ୍ବିଟ ଉପରେ ମନ୍ତବ୍ୟ ଦେଇଛନ୍ତି, "ଏହି ଚଳଚ୍ଚିତ୍ର ପାଇଁ ଅମେ ବହୁତ ଉତ୍ସାହିତ । ବୀର ସାବରକରଙ୍କ ଉପରେ ଫିଲ୍ମ କରୁଥିବାକୁ ସମସ୍ତ କ୍ରୁ ମେମ୍ବଙ୍କୁ ମୋର ହାର୍ଦ୍ଦିକ ଶୁଭେଚ୍ଛା । 95 ସେକେଣ୍ଡର ପ୍ରମୋ 'ଭାରତୀୟ ଇତିହାସର ଏକ ଭୁଲିଯାଇଥିବା ଅଧ୍ୟାୟ'ରୁ ଆରମ୍ଭ ହୋଇଛି । ସ୍ୱାଧୀନତା ପୂର୍ବ ଲଣ୍ଡନର କାହାଣୀ 'ଇଣ୍ଡିଆ ହାଉସ୍'ରେ ପ୍ରଦର୍ଶିତ ହେବ । ଇଣ୍ଡିଆ ହାଉସ ଫିଲ୍ମରେ ଦର୍ଶକ ଏକ ଏକ ରାଜନୈତିକ ଅସ୍ଥିରତା ମଧ୍ୟରେ ଏକ ପ୍ରେମ କାହାଣୀ ମଧ୍ୟ ଦେଖିବାକୁ ପାଇବେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details