ETV Bharat / entertainment

Karisma Kapoor: ପୂର୍ବତନ ସ୍ବାମୀଙ୍କ ସହ ଡିନର ଡେଟ୍‌ରେ ସ୍ପଟ ହେଲେ କରିସ୍ମା, ଫଟୋ ଭାଇରାଲ

author img

By

Published : May 28, 2023, 8:19 PM IST

କରିସ୍ମା କପୁର ପୂର୍ବତନ ସ୍ୱାମୀ ସଞ୍ଜୟ କପୁରଙ୍କ ସହ ଡିନର ଡେଟ୍‌ ସମୟରେ ନଜର ଆସିଥିଲେ । ଉଭୟଙ୍କ ଫଟୋ ଏବଂ ଭିଡିଓ ସେସିଆଲ ମିଡିଆରେ ଭାଇରାଲ ହୋଇଛି । ଛାଡପତ୍ର ପରେ କରିସ୍ମାଙ୍କୁ ତାଙ୍କ ପୂର୍ବତନ ସ୍ୱାମୀଙ୍କ ସହ ଦେଖି ତାଙ୍କ ପ୍ରଶଂସକମାନେ ଆଶ୍ଚର୍ଯ୍ୟ ହୋଇଛନ୍ତି । ଅଧିକ ପଢନ୍ତୁ

ପୂର୍ବତନ ସ୍ବାମୀଙ୍କ ସହ ଡିନର ଡେଟରେ ସ୍ପଟ ହେଲେ କରିସ୍ମା
ପୂର୍ବତନ ସ୍ବାମୀଙ୍କ ସହ ଡିନର ଡେଟରେ ସ୍ପଟ ହେଲେ କରିସ୍ମା

ହାଇଦ୍ରାବାଦ: ଆଜି ବି 90 ଦଶକର ବଲିଉଡ ସୁନ୍ଦର ଅଭିନେତ୍ରୀ କରିସ୍ମା କପୁରଙ୍କ ପାଇଁ ଫ୍ୟାନ୍ସ ଦିୱାନା । ସେ ବଡ଼ ପରଦାରୁ ଦୂରରେ ଥାଇ ମଧ୍ୟ ତାଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ ଅନେକ ସମୟରେ ଲାଇମଲାଇଟରେ ରହିଥାଆନ୍ତି । ତେବେ ଏହାରି ମଧ୍ୟରେ ବର୍ତ୍ତମାନ କରିସ୍ମା କପୁର ତାଙ୍କ ପୂର୍ବତନ ସ୍ୱାମୀ ସଞ୍ଜୟ କପୁରଙ୍କ ସହ ଡିନର ଡେଟରେ ସ୍ପଟ ହୋଇଛନ୍ତି । ଆଜି ଇନ୍‌ଷ୍ଟାଗ୍ରାମରେ କରିସ୍ମାଙ୍କ ଡିନର ନାଇଟର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଯାହାକୁ ଦେଖି ଛାଡ଼ପତ୍ର ପରେ କରିସ୍ମାଙ୍କୁ ତାଙ୍କ ପୂର୍ବତନ ସ୍ୱାମୀଙ୍କ ସହ ଦେଖି ତାଙ୍କ ପ୍ରଶଂସକମାନେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ।

କରିସ୍ମା କପୁର ଗତକାଲି ତାଙ୍କ ପରିବାର ଏବଂ ସାଙ୍ଗମାନଙ୍କ ସହ ରାତ୍ରୀ ଭୋଜନ କରିବାକୁ ଯାଇଥିଲେ । ଏହି ସମୟରେ ତାଙ୍କ ଝିଅ ସମାଇରା କପୁର ମଧ୍ୟ ତାଙ୍କ ସହ ଉପସ୍ଥିତ ଥିଲେ । କରିସ୍ମା ଏକ ବ୍ଲାକ୍‌ ଫ୍ଲାଭର ଫ୍ରକ୍ ପିନ୍ଧିଥିବାବେଳେ ସମାଇରାଙ୍କୁ ବ୍ଲାକ୍‌ ଡ୍ରେସରେ ମଧ୍ୟ ଦେଖିବାକୁ ମିଳିଥିଲା । ଏହି ସମୟରେ ତାଙ୍କ ପୂର୍ବତନ ସ୍ୱାମୀ ସଞ୍ଜୟ କପୁର ମଧ୍ୟ ତାଙ୍କ ସହ ନଜର ଆସିଥିଲେ । ମୁମ୍ବାଇର ଏକ ରେଷ୍ଟୁରାଣ୍ଟ୍‌ରୁ ଉଭୟ ବାହାରକୁ ଆସୁଥିବା ବେଳେ ଉଭୟ ସ୍ପଟ୍‌ ହୋଇଥିଲେ । କରିସ୍ମାଙ୍କ ମୁହଁରେ ଖୁସି ଦେଖାଯାଉଥିବାବେଳେ ସଞ୍ଜୟ ମଧ୍ୟ ଏହି ସାକ୍ଷାତ ପରେ ବହୁତ ଖୁସି ଥିବା ମନେ ହେଉଥିଲେ । ଏଥିସହ ରେଷ୍ଟୁରାଣ୍ଟରୁ ବାହାରକୁ ଆସିବାବେଳେ କରିସ୍ମା ମଧ୍ୟ ପାପାରାଜି ପାଇଁ ପୋଜ୍ ଦେଇଥିଲେ ।

ତେବେ ପ୍ରଥମ ଥର ପାଇଁ କରିସ୍ମା ଏବଂ ସଞ୍ଜୟ ପରସ୍ପରକୁ ଭେଟୁ ନାହାନ୍ତି, ଚଳିତ ବର୍ଷ ମାର୍ଚ୍ଚରେ କରିସ୍ମା କପୁର ତାଙ୍କ ପୂର୍ବତନ ସ୍ୱାମୀ ସଞ୍ଜୟ କପୁର ଏବଂ ତାଙ୍କ ପତ୍ନୀ ପ୍ରିୟା ସଚ୍ଚଦେବଙ୍କ ସହ ତାଙ୍କ ପୁଅ ଅୟାନ ରାଜ କପୁରଙ୍କ ଜନ୍ମଦିନ ପାଳନ କରିଥିଲେ । ଏଭଳି ଉଭୟଙ୍କ ବାରମ୍ବାର ଏକାଠି ଦେଖିବାକୁ ମିଳୁଥିବା ବେଳେ ଉଭୟଙ୍କ ସମ୍ପର୍କକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି ।

ସୂଚନା ଥାଉ କି, କରିସ୍ମା 2003ରେ ଦିଲ୍ଲୀର ବ୍ୟବସାୟୀ ସଞ୍ଜୟ କପୁରଙ୍କୁ ବିବାହ କରିଥିଲେ । ଏହି ଦମ୍ପତିଙ୍କର ଦୁଇଟି ସନ୍ତାନ ସମାଇରା ଏବଂ କିୟାନ୍ ଅଛନ୍ତି । ତେବେ ଉଭୟଙ୍କ ମଧ୍ୟରେ ସମ୍ପର୍କ ଅଧିକ ଦିନ ତିଷ୍ଠି ପାରିଲା ନାହିଁ ଏବଂ ଉଭୟ 2014ରେ ଛାଡ଼ପତ୍ର ମାମଲା ଦାଖଲ କରିଥିଲେ । ଛାଡ଼ପତ୍ର ସମୟରେ ଦୁହେଁ ପରସ୍ପର ବିରୋଧରେ ଅନେକ ଅଭିଯୋଗ କରିଥିଲେ, ଯାହା ଗଣମାଧ୍ୟମରେ ମଧ୍ୟ ଆଲୋଚନା ହୋଇଥିଲା । ତେବେ ଏସବୁ ମଧ୍ୟରେ 2016ରେ ଉଭୟଙ୍କ ଛାଡ଼ପତ୍ର ସିଦ୍ଧ ହୋଇଥିଲା । ଏହାପରେ, 2017ରେ ସଞ୍ଜୟ ପ୍ରିୟା ସଚ୍ଚଦେବଙ୍କୁ ବିବାହ କରିଥିଲେ ।

କରିସ୍ମା କପୁରଙ୍କ ୱାର୍କପ୍ରଣ୍ଟ କଥା କହିବାକୁ ଗଲେ, କରିସ୍ମା 2020ରେ ୱେବ୍ ସିରିଜ୍ ମେଣ୍ଟାଲହୁଡ୍‌ ସହ OTTରେ ଡେବ୍ୟୁ କରିଥିଲେ । ସେ ଅଭିନୟ ଦେଓଙ୍କ ଆଗାମୀ ସିରିଜ୍ ବ୍ରାଉନରେ ନଜର ଆସିବେ । ଏହା ବ୍ୟତୀତ ସେ ଚଳଚ୍ଚିତ୍ର ନିର୍ମାତା ହୋମି ଅଦାଜାନିଆଙ୍କ ଆଗାମୀ ଫିଲ୍ମ ମର୍ଡର ମୁବାରକରେ ସାରା ଅଲି ଖାନଙ୍କ ସହ ନଜର ଆସିବେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.