ETV Bharat / entertainment

IIFA 2023: କୁଇକ୍ ଷ୍ଟାଇଲ୍ ଗ୍ରୁପ୍ ସହ ଝୁମିଲେ ସଲମାନ, ଦମଦାର ଡ୍ୟାନ୍ସରେ ମଞ୍ଚରେ ଲଗାଇଲେ ନିଆଁ

author img

By

Published : May 28, 2023, 2:13 PM IST

IIFA 2023 ରେ, ସଲମାନ ତାଙ୍କ ସୁପରହିଟ୍ ଚଳଚ୍ଚିତ୍ରଗୁଡିକର ଅନେକ ଗୀତରେ ବ୍ୟାକ୍-ଟୁ-ବ୍ୟାକ୍ ଦମଦାର ପ୍ରଦର୍ଶନ କରିଥିଲେ । ଏହି ସମୟରେ 'କୁଇକ୍ ଷ୍ଟାଇଲ୍ ଗ୍ରୁପ୍' ଏବଂ ଭାଣିଜୀ ଆୟାତଙ୍କ ଭାଇଜାନଙ୍କ ସହ ନାଚୁଥିବା ଦେଖିବାକୁ ମିଳିଛି । ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଫ୍ୟାନ୍ସ ସଲମାନଙ୍କ ଭିଡିଓକୁ ବେଶ ପସନ୍ଦ ମଧ୍ୟ କରିଛନ୍ତି । ଅଧିକ ପଢନ୍ତୁ

IIFA ଶୋ'ରେ କୁଇକ୍ ଷ୍ଟାଇଲ୍ ଗ୍ରୁପ୍ ଏବଂ ଭାଣିଜୀ ଆୟତଙ୍କ ସହ ଝୁମିଲେ ସଲମାନ
IIFA ଶୋ'ରେ କୁଇକ୍ ଷ୍ଟାଇଲ୍ ଗ୍ରୁପ୍ ଏବଂ ଭାଣିଜୀ ଆୟତଙ୍କ ସହ ଝୁମିଲେ ସଲମାନ

ମୁମ୍ବାଇ: ଆବୁଧାବିରେ ଆୟୋଜିତ ହୋଇଛି IIFA ଆୱାର୍ଡ 2023 । ଏହି ଗ୍ରାଣ୍ଡ ଇଭେଣ୍ଟରେ ସାମିଲ ରହେଇଛନ୍ତି ବଲିଉଡ ଲୋକପ୍ରିୟ ତାରକାମାନେ । ମଞ୍ଚରେ ନିଜ ଦମଦାର ଏଣ୍ଟ୍ରି ସହ ପରଫରମାନ୍ସରେ ଦର୍ଶକଙ୍କୁ ଦିୱାନା କରିଛନ୍ତି ତାରକା । ତେବେ ଏହାରି ମଧ୍ୟରେ ବଲିଉଡ ସୁପରଷ୍ଟାର ସଲମାନ ଖାନ ଏହି ସମାରୋହରେ ଏଣ୍ଟ୍ରି ସହ ପରଫରମାନ୍ସରେ ମଞ୍ଚ ଦୋହଲାଇ ଦେଇଛନ୍ତି । ତାଙ୍କର ନୂତନ ଚଳଚ୍ଚିତ୍ର 'କିସି କା ଭାଇ କିସି କି ଜାନ' ଫିଲ୍ମର ଗୀତ' ଲୁଙ୍ଗି 'ଏବଂ' ବିଲି ବିଲି'ଗୀତରେ ମଞ୍ଚରେ ନିଆଁ ଲଗାଇଛନ୍ତି ସଲମାନ । ଏହି ସମୟରେ ସଲମାନ 'କୁଇକ୍ ଷ୍ଟାଇଲ୍ ଗ୍ରୁପ୍' ସହ ନାଚୁଥିବାର ମଧ୍ୟ ଦେଖିବାକୁ ମିଳିଛି । କେବଳ ଏତିକି ନୁହେଁ, ମାମୁଁ ସଲମାନ ତାଙ୍କ ଭାଣିଜୀ ଆୟତ ଶର୍ମାଙ୍କ ସହ ମଧ୍ୟ ନାଚୁଥିବାର ନଜର ଆସିଛନ୍ତି ।

IIFA ଏହାର ଅଫିସିଆଲ୍ ଇନଷ୍ଟାଗ୍ରାମରେ ବି-ଟାଉନ୍ ସେଲିବ୍ରେଟିଙ୍କ ପ୍ରଦର୍ଶନର ଅନେକ ଫଟୋ ସେୟାର କରିଛି, ଯେଉଁଥିରେ ବଲିଉଡର ଭାଇଜାନ ସଲମାନଙ୍କର କିଛି ବିଶେଷ ଫଟୋ ରହିଛି । ଗୋଟିଏ ପୋଷ୍ଟରେ, ଯେଉଁଠାରେ ସଲମାନ ଖାନ 'ଲୁଙ୍ଗି'ରେ ନଜର ଆସିଛନ୍ତି, ଅନ୍ୟ ଏକ ପୋଷ୍ଟରେ' ଭାଇଜାନ '' କୁଇକ୍ ଷ୍ଟାଇଲ୍ ଗ୍ରୁପ୍ ସହ 'ବିଲି ବିଲି'ର ହୁକ୍ ଷ୍ଟେପ୍ କରୁଥିବା ଦେଖିବାକୁ ମିଳିଛି।

IIFA ଆୱାର୍ଡ ଶୋ’ରୁ ସଲମାନ ଖାନଙ୍କ ଅନେକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ସଲମାନ ଖାନଙ୍କ ବ୍ୟାକ୍ ଟୁ ବ୍ୟାକ୍ ପ୍ରଦର୍ଶନ ତାଙ୍କ ପ୍ରଶଂସକଙ୍କ ହୃଦୟ ଜିତିଥିଲା । ପ୍ରଦର୍ଶନ ସମୟରେ ମାମୁଁ ତାଙ୍କ ରାଜକୁମାରୀ ଭାଣିଜୀ ଆୟତଙ୍କ ସହ 'ଆଜ କି ପାର୍ଟି' ଗୀତରେ ନାଚୁଥିବାର ନଜର ଆସିଛନ୍ତି । ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଫ୍ୟାନ୍ସ ସଲମାନଙ୍କ ଭିଡିଓକୁ ବେଶ ପସନ୍ଦ ମଧ୍ୟ କରିଛନ୍ତି । ଜଣେ ଫ୍ୟାନ୍ସ ସଲମାନ ଖାନଙ୍କ ଭିଡିଓ ସେୟାର କରି କ୍ୟାପସନରେ ଲେଖିଛନ୍ତି, 'IIFA 2023ରେ ସଲମାନ ଖାନଙ୍କ ମେଗା ମାସ ଏଣ୍ଟ୍ରି ଏବଂ ଦି କୁଇକ ଷ୍ଟାଇଲ ଗ୍ରୁପ ସହ ପ୍ରଦର୍ଶନ ।'

ସଲମାନ ଖାନ ମଧ୍ୟ ମୁଝେ ସାଦି କରୋଗୀଙ୍କ ଗୀତ ‘ଆଜା ସୋନିୟେ’ ଗୀତରେ ମଧ୍ୟ ଡ୍ୟାନ୍ସ କରିଥିଲେ। ଏହି ସମୟରେ, ନରୱେ ନୃତ୍ୟ ଗୋଷ୍ଠୀ ମଧ୍ୟ ସେମାନଙ୍କୁ ସମର୍ଥନ କରୁଥିବା ଦେଖାଯାଇଛି । ସଲମାନ ଖାନଙ୍କ ଭଉଣୀ ଅର୍ପିତା ଖାନ ଏବଂ ତାଙ୍କ ପିଲାମାନେ ମଧ୍ୟ ଆୱାର୍ଡ ଶୋ’ରେ ଯୋଗ ଦେଇ ଭାଇଜାନଙ୍କ ସହ ଦମଦାର ପ୍ରଦର୍ଶନକୁ ଉପଭୋଗ କରିଥିଲେ ।

ସଲମାନଙ୍କ ୱାର୍କପ୍ରଣ୍ଟ କଥା ବିଷୟରେ କହିବାକୁ ଗଲେ, ସେ ବିଗ୍ ବସ୍ OTT ସିଜନ 2ରେ ନଜର ଆସିବେ । ଯାହା ଆସନ୍ତା ଜୁନ ମାସରୁ ଜିଓ ସିନେମାରେ ଷ୍ଟ୍ରିମିଂ ହେବ । ସେପଟେ ଟାଇଗର-3ରେ ମଧ୍ୟ ନଜର ଆସିବେ ସଲମାନ । ନିକଟରେ ଫିଲ୍ମର ସୁଟିଂ ସରିଥିବା କହିଛନ୍ତି । ଏହି ଫିଲ୍ମ ଚଳିତବର୍ଷ ଦିପାବଳୀରେ ସିନେମାହଲରେ ରିଲିଜ ହେବ । ଫିଲ୍ମରେ ସଲମାନଙ୍କ ବିପକ୍ଷରେ ପୁଣି ଅଭିନେତ୍ରୀ କ୍ୟାଟ୍ରିନା କୈଫଙ୍କୁ ଦେଖିବାକୁ ମିଳିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.