ଓଡିଶା

odisha

KBC 15 Promo: ନୂଆ ଟ୍ବିଷ୍ଟ ଏବଂ ଫର୍ମାଟରେ ଶୋ'କୁ ଫେରିବେ ବିଗ୍‌ ବି

By

Published : Jun 30, 2023, 9:04 AM IST

ବଲିଉଡ ମେଗାଷ୍ଟାର ଅମିତାଭ ବଚ୍ଚନ ପୁଣିଥରେ ତାଙ୍କର ଲୋକପ୍ରିୟ କୁଇଜ୍ ଶୋ' 'କୋନ ବନେଗା କରୋଡପତି' ସହ ଧମାକା କରିବାକୁ ଯାଉଛନ୍ତି । KBC15ର ପ୍ରୋମୋ ରିଲିଜ୍ ହୋଇଛି । ନୂଆ ଟ୍ବିଷ୍ଟ ଏବଂ ଫର୍ମାଟରେ ପ୍ରସାରିତ ହେବ ଶୋ' । ଅଧିକ ପଢନ୍ତୁ

KBC 15 ପ୍ରମୋ ଆଉଟ, ନୂଆ ଟ୍ବିଷ୍ଟ ଏବଂ ଫର୍ମାଟରେ ଶୋ'କୁ ଫେରିବେ ଅମିତାଭ
KBC 15 ପ୍ରମୋ ଆଉଟ, ନୂଆ ଟ୍ବିଷ୍ଟ ଏବଂ ଫର୍ମାଟରେ ଶୋ'କୁ ଫେରିବେ ଅମିତାଭ

ମୁମ୍ବାଇ:ଫ୍ୟାନ୍ସଙ୍କ ପାଇଁ ଖୁସି ଖବର । ଖୁବଶୀଘ୍ର ଟିଭିରେ ପ୍ରସାରିତ ହେବ KBC 15 । ବିଗ ବି ଅମିତାଭ ବଚ୍ଚନଙ୍କ ଦ୍ୱାରା ଆୟୋଜିତ କୁଇଜ୍ ଶୋ 'କୋନ ବନେଗା କରୋଡପତି' ଟିଭିରେ ସବୁଠାରୁ ଲୋକପ୍ରିୟ ଶୋ' ଅଟେ । ଏହାର ପ୍ରତ୍ୟେକ ସିଜନ ହିଟ୍ ହୋଇଛି । ପୁଣି ଥରେ ବିଗ୍ ବି ତାଙ୍କ ସୁପରହିଟ୍ ଶୋ’ର ସିଜନ୍ 15 ସହ ଧମାକା କରିବାକୁ ଯାଉଛନ୍ତି । ଗତକାଲି(ଗୁରୁବାର) ଏହାର ପ୍ରୋମୋ ରିଲିଜ୍ ହୋଇଥିବା ବେଳେ ଚଳିତ ସିଜନ ନୂଆ ଟ୍ବିଷ୍ଟ ଏବଂ ନୂଆ ଫର୍ମାଟରେ ଟିଭିରେ ପ୍ରସାରିତ ହେବ ବୋଲି କୁହାଯାଉଛି ।

ସୋନି ଏଣ୍ଟରଟେନମେଣ୍ଟ ଟେଲିଭିଜନ 'କେବିସି 15'ର ଏକ ନୂଆ ପ୍ରୋମୋ ରିଲିଜ କରିଛି । ପ୍ରମୋ ଭିଡିଓରେ ସୁପରଷ୍ଟାର ଅମିତାଭ ବଚ୍ଚନ କହୁଛନ୍ତି, “ଦେଖନ୍ତୁ ସବୁ କିଛି ବଦଳୁଛି, ଅଧିକ ଜ୍ଞାନ, ଅଧିକ ଗର୍ବର ସହ ସବୁକିଛି ବଦଳୁଛି । ଏହା ପରେ, ପ୍ରୋମୋ ଭିଡିଓ ଆରମ୍ଭରେ, ଜଣେ ମହିଳା ନିଜ କମ୍ପ୍ୟୁଟରରେ ଏକ ଭର୍ଚୁଆଲ୍ ମିଟିଂ ଆୟୋଜନ କରୁଥିବା ଦେଖିବାକୁ ମିଳୁଛି, ଏବଂ ସେ ନିଜ ପୁଅ ସହ ଟେବୁଲ୍ ତଳେ ଫୁଟବଲ୍ ଅଭ୍ୟାସ କରୁଥିବା ମଧ୍ୟ ଦେଖିବାକୁ ମିଳିଛି ।

ପରବର୍ତ୍ତୀ ଦୃଶ୍ୟରେ, ଜଣେ ଯୁବକ ଟ୍ରାଫିକରେ ଜିନିଷ ବିକ୍ରୟ କରୁଥିବା ଦେଖିବାକୁ ମିଳିଛି । ପେମେଣ୍ଟ ସମୟରେ ଗ୍ରାହକଙ୍କୁ ନିଜ ବାହୁରେ ଟାଟୁ ହୋଇଥିବା ଏକ QR ସ୍କାନରକୁ ଦେଖାନ୍ତି । ଏହି ପ୍ରୋମୋରେ ବିଗ୍ ବି ଦ୍ୱାରା ସୋସିଆଲ୍ ମିଡିଆର ପ୍ରଭାବ, ବିଷୟବସ୍ତୁ, ନିର୍ମାତା ଏବଂ ଛୋଟ ବ୍ୟବସାୟର ସଫଳତା ବିଷୟରେ ମଧ୍ୟ ଆଲୋଚନା କରାଯାଇଛି । ଏଥିସହ ଆଜିକାଲି ଲୋକମାନେ କିପରି ମୋବାଇଲ୍ ଫୋନରେ କ୍ଲିକ୍ କରି ଭଲ ଖାଦ୍ୟର ମଜା ନେବା ସହ ପରିବାରର ନିକଟତର ହୋଇପାରିଛନ୍ତି, ତାହା ମଧ୍ୟ ଦର୍ଶାଯାଇଛି।

ଏହା ମଧ୍ୟ ପଢନ୍ତୁ: ଗୋଲ୍ଡେନ ଜୁବଲି ପାଳିଲେ ବିଗ ବି, ଝିଅ-ନାତୁଣୀ ଜଣାଇଲେ ଶୁଭେଚ୍ଛା

କେବିସି 15ର ପ୍ରୋମୋରେ ଅମିତାଭ ବଚ୍ଚନ ଶୋ’ର ନିୟମ ଏବଂ ଫର୍ମାଟରେ ପରିବର୍ତ୍ତନର ଅନେକ ସୂଚନା ଦେଇଛନ୍ତି । ଟେକ୍ନୋଲୋଜି ବଦଳୁଥିବାରୁ ଶୋ’ରେ ଅନେକ ପରିବର୍ତ୍ତନ କରାଯାଇଥିବା କୁହାଯାଇଛି । ପ୍ରୋମୋ ଶେଷରେ ଅମିତାଭ ବଚ୍ଚନ କହିଛନ୍ତି, ‘‘ଯେତେବେଳେ ଏକ ଦେଶ ପରିବର୍ତ୍ତନ ହୁଏ, ତେବେ ଦେଶର ବିକାଶ ବଢିଥାଏ । ଏହା ପ୍ରଗତିର ସଙ୍କେତ ଅଟେ ।’’ ତେବେ ନିର୍ମାତାମାନେ ଏହି ସିଜନରେ କେଉଁ ପରିବର୍ତ୍ତନ କରିବାକୁ ଯାଉଛନ୍ତି ସେ ବିଷୟରେ କୌଣସି ଅଫିସିଆଲ୍ ସୂଚନା ଦେଇନାହାନ୍ତି ।

ସୂଚନା ଥାଉ କି, 'କୋନ ବନେଗା କରୋଡପତି 15' ପାଇଁ ପଞ୍ଜୀକରଣ ଏପ୍ରିଲରେ ଆରମ୍ଭ ହୋଇଥିଲା । ରିପୋର୍ଟ ଅନୁଯାୟୀ, ଶୋ’ର ସୁଟିଂ ଆସନ୍ତା ମାସରୁ ଆରମ୍ଭ ହେବ ଏବଂ ଏହା ଅଗଷ୍ଟ ସୁଦ୍ଧା ପରଦାରେ ଆସିବ ବୋଲି ସୂଚନା ମିଳିଛି । ଅମିତାଭ ବଚ୍ଚନ 2000ରେ ପ୍ରଥମ ସିଜିନରୁ ଏହି ଶୋ' ହୋଷ୍ଟ କରିଆସୁଛନ୍ତି । କେବଳ ତୃତୀୟ ସିଜନରେ ଶାହାରୁଖ ଖାନ ଏହି ଶୋ'ର ହୋଷ୍ଟ କରିଥିଲେ । ତେବେ ଏବେ ଏହି ଶୋ'ର ପ୍ରୋମୋ ଦେଖି ଫ୍ୟାନ୍ସଙ୍କଙ୍କ ଉତ୍ସାହ ବୃଦ୍ଧି ପାଇଛି ।

ABOUT THE AUTHOR

...view details