ଓଡିଶା

odisha

Film Shamshera: ସାମ୍ନାକୁ ଆସିଲା ବାଣୀ କପୁରଙ୍କ ଫାଷ୍ଟ ଲୁକ୍‌, ଜାଣନ୍ତୁ କେବେ ରିଲିଜ ହେବ ଫିଲ୍ମର ଟ୍ରେଲର

By

Published : Jun 23, 2022, 6:33 PM IST

ସାମ୍ନାକୁ ଆସିଲା ବାନି କପୁରଙ୍କ ଫାଷ୍ଟ ଲୁକ୍‌, ଜାଣନ୍ତୁ କେବେ ରିଲିଜ ହେବ ଫିଲ୍ମର ଟ୍ରେଲର

ରଣବୀର କପୁର ଏବଂ ସଞ୍ଜୟ ଦତ୍ତଙ୍କ ପରେ ଏବେ ଫିଲ୍ମର ମୁଖ୍ୟ ଅଭିନେତ୍ରୀ ବାଣୀ କପୁରଙ୍କ ଶମଶେରାର ପ୍ରଥମ ଝଲକ ସାମ୍ନାକୁ ଆସିଛି । ଅଧିକ ପଢନ୍ତୁ

ହାଇଦ୍ରାବାଦ: କରଣ ମଲହୋତ୍ରାଙ୍କ ନିର୍ଦ୍ଦେଶିତ ତଥା ରଣବୀର କପୁରଙ୍କ ଅଭିନୀତ ଫିଲ୍ମ 'ଶମଶେରା'ରୁ କାଷ୍ଟଙ୍କ ଲୁକ ଗୋଟିଏ ପରେ ଗୋଟିଏ ସାମ୍ନାକୁ ଆସୁଛି। ଗୁରୁବାର ଦିନ ଫିଲ୍ମରୁ ସଞ୍ଜୟ ଦତ୍ତଙ୍କ ପ୍ରଥମ ଲୁକ୍ ପୋଷ୍ଟର ରିଲିଜ୍ ହେବା ପରେ ଏବେ ଅଭିନେତ୍ରୀ ବାଣୀ କପୁରଙ୍କ ପ୍ରଥମ ଲୁକ୍ ସାମ୍ନାକୁ ଆସିଛି । ଏଥିପାଇଁ ନିର୍ମାତାମାନେ ଏକ ପୋଷ୍ଟର ଜାରି କରିଛନ୍ତି । ଏହି ଚଳଚ୍ଚିତ୍ରରେ ବାଣୀଙ୍କ ଚରିତ୍ରର ନାମ ହେଉଛି ସୋନା ।

ବର୍ତ୍ତମାନ ରଣବୀରଙ୍କ ପ୍ରଶଂସକମାନେ ଏହି ଫିଲ୍ମ ଦେଖିବା ପାଇଁ ଉତ୍ସାହର ସହ ଅପେକ୍ଷା କରିଛନ୍ତି । ନିକଟରେ ଫିଲ୍ମର ପ୍ରଥମ ପୋଷ୍ଟର ଏବଂ ତାପରେ ଟିଜର ରିଲିଜ୍ ହୋଇଥିଲା । ଗୁରୁବାର ଫିଲ୍ମରୁ ସଞ୍ଜୟ ଦତ୍ତଙ୍କ ଚରିତ୍ର ସାମ୍ମାକୁ ଆସିଛି । ଏହି ଚଳଚ୍ଚିତ୍ରରେ ସଞ୍ଜୟ ଦତ୍ତଙ୍କ ଚରିତ୍ରର ନାମ ହେଉଛି ଦରୋଗା ଶୁଦ୍ଧ ସିଂ।

ଏହା ବି ପଢନ୍ତୁ: Shamshera Teaser OUT: ଦମଦାର ଲୁକ୍‌ରେ ନଜର ଆସିଲେ ରଣବୀର ଓ ସଞ୍ଜୟ ଦତ୍ତ

ପୂର୍ବରୁ ରିଲିଜ୍ ହୋଇଥିବା 1.21 ମିନିଟ୍ ଟିଜର ସଞ୍ଜୟ ଦତ୍ତଙ୍କ ଜବରଦସ୍ତ ଭୂମିକା ସହିତ ଆରମ୍ଭ ହୋଇଥିଲା । ଏହା ପରେ ରଣବୀର କପୁର ଏହି ଫିଲ୍ମରେ ତାଙ୍କ ଶତ୍ରୁ ସଞ୍ଜୟ ଦତ୍ତଙ୍କ ଆଡକୁ ଯାଉଥିବାର ନଜର ଆସିଛନ୍ତି । ଟିଜର ଅନୁଯାୟୀ ରଣବୀର କପୁର ଶମଶେରା ଭୂମିକାରେ ଆଦିବାସୀ ସମ୍ପ୍ରଦାୟକୁ ବଞ୍ଚାଇବାକୁ ଯାଉଛନ୍ତି। ଟିଜର ଶେଷରେ କୁହାଯାଇଛି ଯେ ଫିଲ୍ମର ଟ୍ରେଲର ଜୁନ୍ 24 ରେ ମୁକ୍ତିଲାଭ କରିବ।

ଏହା ବି ପଢନ୍ତୁ: Film Shamshera: ସାମ୍ନାକୁ ଆସିଲା ସଞ୍ଜୟ ଦତ୍ତଙ୍କ ଭିଲିଆନ୍‌ ଅବତାର

ଉଲ୍ଲେଖନୀୟ ଯେ, ରଣବୀର କପୁରଙ୍କ ଚଳଚ୍ଚିତ୍ର ଚାରି ବର୍ଷ ପରେ ପ୍ରତ୍ୟାବର୍ତ୍ତନ କରୁଛି । ଚଳିତ ବର୍ଷ ତାଙ୍କର ଫିଲ୍ମ 'ବ୍ରହ୍ମାସ୍ତ୍ର' (9 ସେପ୍ଟେମ୍ବର 2022) ମଧ୍ୟ ରିଲିଜ୍ ହେବାକୁ ଯାଉଛି, କିନ୍ତୁ ଏହା ପୂର୍ବରୁ ରଣବୀର କପୁର ଚଳିତ ବର୍ଷ 22 ଜୁଲାଇରେ ମୁକ୍ତିଲାଭ କରୁଥିବା ଚଳଚ୍ଚିତ୍ର 'ଶମଶେରା'ରେ ଏକ ଜବରଦସ୍ତ ଭୂମିକାରେ ନଜର ଆସିବେ । ବର୍ତ୍ତମାନ ପ୍ରଶଂସକମାନେ ରଣବୀରଙ୍କର ଏହି ଦୁଇଟି ଚଳଚ୍ଚିତ୍ରକୁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details