ଓଡିଶା

odisha

Why watch Pathaan ? ଏପରି ଉତ୍ତର ଦେଲେ କିଙ୍ଗ ଖାନ

By

Published : Dec 18, 2022, 10:05 AM IST

Updated : Dec 18, 2022, 10:35 AM IST

#AskSRK କାର୍ଯ୍ୟକ୍ରମରେ ପ୍ରଶଂସକଙ୍କ ପ୍ରଶ୍ନର ଉତ୍ତର ଦେଇଛନ୍ତି କିଙ୍ଗ ଖାନ । ଡନ ଅଭିନେତା ଶାହରୁଖ ନିଜ କ୍ୟାରିୟର, ପରିବାର ଏବଂ ଫିଫା ବିଶ୍ବକପ ବିଷୟରେ ଅନେକ ପ୍ରଶ୍ନର ଉତ୍ତର ଦେଇଛନ୍ତି । ଅଧିକ ପଢନ୍ତୁ

କିଙ୍ଗ ଖାନ
କିଙ୍ଗ ଖାନ

ମୁମ୍ବାଇ: ବଲିଉଡର କିଙ୍ଗ ଖାନ, ଦୀପିକା ପାଦୁକୋନଙ୍କ ଆଗାମୀ ଫିଲ୍ମକୁ ପଠାନକୁ ନେଇ ବିବାଦ ଦିନକୁ ଦିନ ତୀବ୍ର ହେବାରେ ଲାଗିଛି । ସୋସିଆଲ ମିଡିଆରେ ଅନେକ ଟ୍ରୋଲ ହେବା ସହ ଅନେକ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଏହାରି ଭିତରେ କାହିଁକି ପଠାନ ଫିଲ୍ମକୁ ଦର୍ଶକ ଦେଖିବେ ସେନେଇ ମୁହଁ ଖୋଲିଛନ୍ତି ଶାହରୁଖ ଖାନ ।

ସୂଚନାଅନୁସାରେ, ଶାହାରୁଖ ଖାନ ସୋସିଆଲ ମିଡିଆରେ #AskSRK ନାମରେ ଏକ କାର୍ଯ୍ୟକ୍ରମ କରିଥିଲେ । ସେହି ସମୟରେ ଶାହାରୁଖ ଖାନଙ୍କ ବେଶରମ ଗୀତ ସହ ଫିଲ୍ମ ପଠାନର ବିଷୟରେ ଅନେକ ପ୍ରଶ୍ନ କରିଥିଲେ । ଏହି ସମୟରେ ଜଣେ ଦର୍ଶକ ପ୍ରଶ୍ନ କରିଥିଲେ ଯେ, ଜଣେ କାହିଁକି ପଠାନ ଚଳଚ୍ଚିତ୍ର ଦେଖିବା ପାଇଁ ଯିବ ? ଏହାର ଉତ୍ତର ଦେଇ କିଙ୍ଗ ଖାନ(SRK) ଲେଖିଛନ୍ତି, " ମୁଁ ଭାବୁଛି ପଠାନ ଦେଖି ଆପଣଙ୍କୁ ମଜା ଆସିବ ସେଥିପାଇଁ ।"

ଏହି କାର୍ଯ୍ୟକ୍ରମ ୧୫ ମିନିଟ ଧରି ଚାଲିଥିବା ବେଲେ ଏହି ସମୟରେ ଡନ ଅଭିନେତା ଶାହରୁଖ ନିଜ କ୍ୟାରିୟର, ପରିବାର ଏବଂ ଫିଫା ବିଶ୍ବକପ ବିଷୟରେ ଅନେକ ପ୍ରଶ୍ନର ଉତ୍ତର ଦେଇଥିଲେ । ଶାହାରୁଖ ଏହା ପୂର୍ବରୁ ଅନେକ ସୁପର ହିଟ ଫିଲ୍ମ ଭେଟି ଦେଇ ପ୍ରଶଂସକ ମନରେ ଏକ ଛାପ ଛାଡିଛନ୍ତି । ବାଜିଗର, କଭି ହାଁ କଭି ନା, ଦିଲୱାଲେ ଦୁଲହନିଆ ଲେ ଜାୟେଙ୍ଗେ, କୁଛ କୁଛ ହୋତା ହେ, କଲ ହୋ ନା ହୋ, ବୀର ଜାରା ଭଳି ଦମଦାର ଚଳଚ୍ଚିତ୍ର ଭେଟି ଦେଇଛନ୍ତି ।

ଏହା ମ୍ଧୟ ପଢନ୍ତୁ: Pathaan Controversy: ବିକିନି ବିବାଦରେ ବଢିଲା ଦୀପିକାଙ୍କ ମୁସ୍କିଲ, ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟରେ ଅଭିଯୋଗ

ନିର୍ଦ୍ଦେଶକ ସିଦ୍ଧାର୍ଥ ଆନନ୍ଦଙ୍କ ନିର୍ଦ୍ଦେଶନାରେ ପଠାନ ଫିଲ୍ମ କରାଯାଇଥିବା ବେଳେ ଏଥିରେ ଦୀପିକାଙ୍କ ବୋଲ୍ଡ ଏବଂ ଗ୍ଲାମରସ ଅନ୍ଦାଜ ଦେଖିବାକୁ ମିଳିଥି଼ଲା । ଏହି ଫିଲ୍ମ ଆସନ୍ତା ଜାନୁଆରୀ ୨୫ ତାରିଖରେ ପ୍ରେକ୍ଷାଳୟକୁ ଆସିବ । ଗତ ସୋମବାର ଦିନ ବେସରମ ରଙ୍ଗ ଗୀତ ଆସିବା ପରେ ଶାହାରୁଖ ଖାନ ଏବଂ ଦୀପିକା ପାଦୁକୋନଙ୍କ କେମେଷ୍ଟ୍ରିର ଚର୍ଚ୍ଚା ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏଥରେ ଦୀପିକା ଗେରୁଆ ରଙ୍ଗର ବିକିନି ପିନ୍ଧିଥିବା ଦେଖିବାକୁ ମିଳିଛି ।

ପ୍ରକାଶଯୋଗ୍ୟ ଯେ, ଦୀପିକା ପାଦୁକୋନଙ୍କ ଗେରୁଆ ବିକିନି ସମ୍ପର୍କରେ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ନିକଟରେ ଅଭିଯୋଗ ହୋଇଛି ।ମଧ୍ୟପ୍ରଦେଶ ଗୃହମନ୍ତ୍ରୀ ନରୋତ୍ତମ ମିଶ୍ରା ଦୀପିକା ପାଦୁକୋନଙ୍କ ବିକିନି ଏବଂ ଶାହରୁଖ ଖାନଙ୍କ ସବୁଜ ରଙ୍ଗର ସାର୍ଟକୁ ନେଇ ବିରୋଧ କରିଛନ୍ତି ।

ଦୀପିକା କତାରର ଲୁସେଲ ଆଇକନିକ ଷ୍ଟାଡିୟମରେ ବିଶ୍ୱକପ ଟ୍ରଫି ଉନ୍ମୋଚନ କରିବେ । କୌଣସି ଭାରତୀୟ ତଥା ଆନ୍ତର୍ଜାତିକ ସ୍ତରରେ ଜଣେ କଳାକାରଙ୍କ ଦ୍ୱାରା ଫିଫାର ଟ୍ରଫି ଉନ୍ମୋଚନ ହେବା ଫିଫା ବିଶ୍ୱକପ ଇତିହାସରେ ଏହା ପ୍ରଥମ । ଫିଫା ୱାର୍ଲ୍ଡକପ୍‌ ଟ୍ରଫିର ଫାଇନାଲ ରାଉଣ୍ଡ ଆଜି ୧୮ ଡିସେମ୍ବରରେ ଅନୁଷ୍ଠିତ ହେବ । ଫିଫା ଟ୍ରଫି ଉନ୍ମୋଚନ କରିବା ପାଇଁ ଖୁବଶୀଘ୍ର ଦୀପିକା କତାର ଗସ୍ତ କରିବେ ବୋଲି ଜଣାପଡିଛି (Deepika Padukone Fifa World Cup)।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated :Dec 18, 2022, 10:35 AM IST

ABOUT THE AUTHOR

...view details