ଓଡିଶା

odisha

ବାରଣାସୀରେ ଗଙ୍ଗା ଆଳତୀ କଲେ ସନ୍ନି ଲିଓନି, ଟ୍ରୋଲ କଲେ ୟୁଜର୍ସ

By ETV Bharat Odisha Team

Published : Nov 17, 2023, 3:58 PM IST

Sunny Leone at Ganga Ghat: ଅଭିନେତ୍ରୀ ସନ୍ନି ଲିଓନି ବାରାଣାସୀର ପବିତ୍ର ଗଙ୍ଗା ଘାଟରେ ଆରତୀ କରୁଥିବା ଦେଖିବାକୁ ମିଳିଛି । ଏହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଯାହାକୁ ନେଇ ବର୍ତ୍ତମାନ ସନ୍ନିଙ୍କୁ ଟ୍ରୋଲ କରାଯାଉଛି । ଅଧିକ ପଢନ୍ତୁ

ବାରଣାସୀରେ ଗଙ୍ଗା ଆରତୀ କଲେ ସନ୍ନି ଲିଓନି, ଟ୍ରୋଲ କଲେ ୟୁଜର୍ସ
ବାରଣାସୀରେ ଗଙ୍ଗା ଆରତୀ କଲେ ସନ୍ନି ଲିଓନି, ଟ୍ରୋଲ କଲେ ୟୁଜର୍ସ

ବାରଣାସୀରେ ଗଙ୍ଗା ଆରତୀ କଲେ ସନ୍ନି ଲିଓନି, ଟ୍ରୋଲ କଲେ ୟୁଜର୍ସ

ଲକ୍ଷ୍ନୌ: ଗଙ୍ଗାଘାଟରେ ବଲିଉଡ 'ବେବି ଡଲ୍' ସନ୍ନି ଲିଓନି । ଗତକାଲି(ଗୁରୁବାର) ରାତିରେ ବାରାଣାସୀର ଗଙ୍ଗା ଘାଟରେ ସନ୍ନି ଲିଓନି ଆଳତୀ କରିଛନ୍ତି ​। ସନ୍ନିଙ୍କ ସହ ଆଇଏସ୍ ଚାକିରିରୁ ଇସ୍ତଫା ଦେଇ ଅଭିନେତା ହୋଇଥିବା ଅଭିଷେକ ସିଂଙ୍କୁ ମଧ୍ୟ ଏକାଠି ଆଳତୀ କରିଥିଲେ । ଯାହାର ଫଟୋ ଓ ଭିଡିଓ ଜୋରଦାର ଭାଇରାଲ ହେବାରେ ଲାଗିଛି । ଏହାକୁ ନେଇ ସନ୍ନିଙ୍କୁ ଖୁବ ଟ୍ରୋଲ କରିଛନ୍ତି ୟୁଜର୍ସ ।

ବାରାଣାସୀର ଗଙ୍ଗା ଘାଟରେ ସନ୍ନି ପିଙ୍କ ରଙ୍ଗର ପୋଷାକରେ ଥିବାବେଳେ ଅଭିଷେକଙ୍କୁ ହ୍ବାଇଟ ରଙ୍ଗର କୁର୍ତ୍ତା ପାଇଜାମାରେ ଦେଖିବାକୁ ମିଳିଛି । ନିକଟରେ ସନ୍ନି ଏବଂ ଅଭିଷେକଙ୍କର ଏକ ଭିଡିଓ ଗୀତ 'ଥାର୍ଡ ପାର୍ଟି' ରିଲିଜ୍ ହୋଇଛି । ଏହା ପରେ ଉଭୟ ବାରଣାସୀ ପହଞ୍ଚି ଗଙ୍ଗା ଆଳତୀ କରିଛନ୍ତି । ତେବେ ବର୍ତ୍ତମାନ ଗଙ୍ଗା କୂଳରେ ସନ୍ନି ଲିଓନିଙ୍କୁ ଦେଖିବା ପରେ ୟୁଜର୍ସ ତାତିଛନ୍ତି । କିଛି ୟୁଜର୍ସ ସନ୍ନିଙ୍କ ସରଳତାକୁ ପ୍ରଶଂସା ମଧ୍ୟ କରିଛନ୍ତି ।

ପିଙ୍କ ସୁଟରେ ସନ୍ନି ଲିଓନିଙ୍କୁ ଦେଖି ଜଣେ ପ୍ରଶଂସକ ଲେଖିଛନ୍ତି, କିପରି ଧାର୍ମିକ ସ୍ଥାନ ପରିଦର୍ଶନ କରିବା ଉଚିତ୍ ସନ୍ନି ଲିଓନିଙ୍କ ଠାରୁ ଶିଖନ୍ତୁ । ଆଜିକାଲି ସୋସିଆଲ ମିଡିଆ ପ୍ରଭାବଶାଳୀ ଝିଅମାନେ ଲୋକପ୍ରିୟ ହେବା ନାମରେ ମନ୍ଦିର ଏବଂ ଘାଟ ଆଗରେ ଅଶ୍ଳୀଳତା ପ୍ରଚାର କରୁଛନ୍ତି । ସେହିପରି ଅନେକ ୟୁଜର୍ସ କହିଛନ୍ତି ଯେ ତାହା ସନ୍ନିଙ୍କର ଅତୀତ ଥିଲା, କିନ୍ତୁ ବର୍ତ୍ତମାନ ସେ ସେପରି ନୁହଁନ୍ତି । ଅନେକ ଏନେଇ ସନ୍ନିଙ୍କୁ ଟ୍ରୋଲ ମଧ୍ୟ କରିଛନ୍ତି । ଗଙ୍ଗା ଘାଟରେ ସନ୍ନି ଆଳତୀ କରୁଥିବା ଦେଖି ଜଣେ ଲେଖିଛନ୍ତି, 'ରାମ, ତୁମର ଗଙ୍ଗା ଅପରିଷ୍କାର ହୋଇଯାଇଛି ।'

ଏହା ମଧ୍ୟ ପଢନ୍ତୁ:କାନ୍ସରେ ସନ୍ନି ଲିଓନିଙ୍କ ଆଗାମୀ ଫିଲ୍ମ କେନେଡି ପ୍ରଦର୍ଶିତ, ସିଲ୍କ ପିଙ୍କ୍ ଗାଉନରେ ଦେଖାଇଲେ ଜଲୱା

ସୂଚନା ଥାଉ କି, ସନ୍ନି ଲିଓନି ଏକ ବାର୍ତ୍ତାଳାପରେ କହିଥିଲେ ଯେ ଯଦି ତାଙ୍କୁ ଏକ ଧାର୍ମିକ ଚଳଚ୍ଚିତ୍ର କରିବାର ସୁଯୋଗ ମିଳେ ତେବେ ସେ ଏହି ସୁଯୋଗକୁ ଛାଡିବେ ନାହିଁ । ସନ୍ନିଙ୍କ ୱାର୍କପ୍ରଣ୍ଟ କଥା କହିବାକୁ ଗଲେ, ପରବର୍ତ୍ତୀ ସମୟରେ ରାହୁଲ ଭଟ୍ଟଙ୍କ ସହ ଅନୁରାଗ କଶ୍ୟପଙ୍କ ଫିଲ୍ମ 'କେନେଡି'ରେ ସନ୍ନି ଲିଓନଙ୍କୁ ଦେଖିବାକୁ ମିଳି । ବିଭିନ୍ନ ଚଳଚ୍ଚିତ୍ର ମହୋତ୍ସବରେ ଏହି ଫିଲ୍ମ ପ୍ରଦର୍ଶିତ ହୋଇଥିବା ବେଳେ ଏବେ ବି ଏହାର ରିଲିଜକୁ ଅପେକ୍ଷା କରାଯାଇଛି। କାନ୍ସ ଏବଂ ଜିଓ MAMI ମୁମ୍ବାଇ ଚଳଚ୍ଚିତ୍ର ମହୋତ୍ସବ 2023 ରେ ଏହାର ସ୍କ୍ରିନିଂରେ ଫିଲ୍ମକୁ ଷ୍ଟାଡିଂ ଓଭେସନ ମିଳିଥିଲା ।

ABOUT THE AUTHOR

...view details