କାନ୍ସରେ ସନ୍ନି ଲିଓନିଙ୍କ ଆଗାମୀ ଫିଲ୍ମ କେନେଡି ପ୍ରଦର୍ଶିତ, ସିଲ୍କ ପିଙ୍କ୍ ଗାଉନରେ ଦେଖାଇଲେ ଜଲୱା
Updated: May 25, 2023, 5:11 PM |
Published: May 25, 2023, 5:11 PM
Published: May 25, 2023, 5:11 PM

ବଲିଉଡର 'ବେବି ଡଲ୍' ସନ୍ନି ଲିଓନି ଶେଷରେ କାନ୍ସ ଫିଲ୍ମ ଫେଷ୍ଟିଭାଲରେ ଡେବ୍ୟୁ କରିଛନ୍ତି। 76 ତମ କାନ୍ସ ଫିଲ୍ମ ଫେଷ୍ଟିଭାଲ୍ 2023 ରେ ସନ୍ନି ଲିଓନିଙ୍କ ଆଗାମୀ ଥ୍ରୀଲର ଚଳଚ୍ଚିତ୍ର କେନେଡି କାନ୍ସ ଫିଲ୍ମ ଫେଷ୍ଟିଭାଲ 2023 ରେ ପ୍ରଦର୍ଶିତ ହୋଇଛି। ଏଥିସହ ସନ୍ନି ଲିଓନିଙ୍କୁ ଏକ ସୁନ୍ଦର ଗାଉନରେ ତାଙ୍କ ସୌନ୍ଦର୍ଯ୍ୟରେ ଚମତ୍କାର ପ୍ରଦର୍ଶନ କରୁଥିବାର ମଧ୍ୟ ଦେଖିବାକୁ ମିଳିଛି । ସନ୍ନିଙ୍କ ସହ 'କେନେଡି' ନିର୍ଦ୍ଦେଶକ ଅନୁରାଗ କଶ୍ୟପ ଏବଂ ତାଙ୍କ ସହ-ତାରକା ରାହୁଲ ଭଟ୍ଟ ମଧ୍ୟ ଥିଲେ। ରେଡ୍ କାର୍ପେଟରେ ତିନିଜଣ ଏକାଠି ପୋଜ୍ ଦେଇଛନ୍ତି। ତେବେ ନଜର ପକାନ୍ତୁ, ଅଭିନେତ୍ରୀଙ୍କ ଲାଟେଷ୍ଟ ଫଟୋ ଉପରେ

1/ 10
ଚଳିତ ବର୍ଷ କାନ୍ସ ଫିଲ୍ମ ଫେଷ୍ଟିଭାଲରେ ଆଗାମୀ ଥ୍ରୀଲର ଚଳଚ୍ଚିତ୍ର କେନେଡି ପାଇଁ ଡେବ୍ୟୁ କରିଛନ୍ତି ସନ୍ନି ଲିଓନି। ସନ୍ନି ଏବଂ ରାହୁଲଙ୍କ ଅଭିନୀତ ଫିଲ୍ମ କେନେଡି କାନ୍ସରେ ପ୍ରଦର୍ଶିତ ହୋଇଛି। ଫଳରେ ସ୍କ୍ରିନିଂ ପରେ ଫ୍ୟାନ୍ସଙ୍କ ହୃଦୟ ଜିତିଛି ଫିଲ୍ମ। ଉପସ୍ଥିତ ଦର୍ଶକ 7 ମିନିଟ ଯାଏଁ କରତାଳି ଦେଇ ଫିଲ୍ମର ପ୍ରଶଂସା କରିଥିଲେ । ତେବେ ଏହି ଦିନରେ ସନ୍ନି ଲିଓନିଙ୍କୁ ଏକ ସୁନ୍ଦର ଗାଉନରେ ଦେଖିବାକୁ ମିଳିଛି। ରେଡ କାର୍ପେଟରେ ସନ୍ନିଙ୍କ ସହ 'କେନେଡି' ନିର୍ଦ୍ଦେଶକ ଅନୁରାଗ କଶ୍ୟପ ଏବଂ ତାଙ୍କ ସହ-ତାରକା ରାହୁଲ ଭଟ୍ଟ ମଧ୍ୟ ନଜର ଆସିଛନ୍ତି । ସନ୍ନି ଇନଷ୍ଟାଗ୍ରାମରେ ଏହି ବିଶେଷ ମୁହୂର୍ତ୍ତର ଫଟୋ ସେୟାର କରିଛନ୍ତି। ଏବଂ କ୍ୟାପସନରେ ଲେଖିଛନ୍ତି, 'ଏହା ମୋର କ୍ୟାରିୟରର ଗର୍ବର ମୁହୂର୍ତ୍ତ ଏବଂ ମୁଁ ଏଥିପାଇଁ ଅନୁରାଗ କଶ୍ୟପଙ୍କୁ ଏବଂ ଫିଲ୍ମରେ ଦମଦାର ଅଭିନୟ କରିଥିବା ରାହୁଲ ଭଟ୍ଟଙ୍କୁ ଧନ୍ୟବାଦ ଜଣାଉଛି। କାମ ସରିଛି, ତୁମ ଦୁହିଁଙ୍କୁ ଅନେକ ଭଲ ପାଇବା। ଏଥିସହ ଫିଲ୍ମର ସ୍କ୍ରିନିଂ ସମୟରେ ଏକ ଭିଡିଓ ପ୍ରଶଂସକଙ୍କ ହୃଦୟ ଜିତିଛି। ଅନୁରାଗ କଶ୍ୟପ କାନ୍ସରେ ଫିଲ୍ମର ସ୍କ୍ରିନିଂ କରିବାକୁ ଯାଉଥିବାବେଳେ ସନ୍ନି ଲିଓନିଙ୍କ ଗାଉନ୍ ଠିକ୍ କରୁଥିବା ଦେଖିବାକୁ ମିଳିଛି। ଏବେ ଏହି ଭିଡିଓ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେବାରେ ଲାଗିଛି।

Loading...