ଓଡିଶା

odisha

ବଡ ପରଦାରେ କମାଲ କରୁଛି ଓଡ଼ିଆ ଚଳଚ୍ଚିତ୍ର ଚୁମକି

By

Published : Sep 18, 2022, 6:35 PM IST

ପରଦାକୁ ଆସିଲା ଫିଲ୍ମ ଚୁମକି, ମୁଖ୍ୟ ଭୂମିକାରେ ନଜର ଆସିବେ ଅଭିନେତ୍ରୀ ଉପାସନା
ପରଦାକୁ ଆସିଲା ଫିଲ୍ମ ଚୁମକି, ମୁଖ୍ୟ ଭୂମିକାରେ ନଜର ଆସିବେ ଅଭିନେତ୍ରୀ ଉପାସନା

ପରଦାକୁ ଆସିଲା ନୂଆ ଓଡ଼ିଆ ଚଳଚ୍ଚିତ୍ର ଚୁମକି, ସେତ ପାଣିରେ ବୁଡିବ ନାହିଁକି । ଭୁବନେଶ୍ୱର ସ୍ଥିତ ସ୍ତୁତି ହଲରେ ଏହାର ପ୍ରିମିୟର ହୋଇଯାଇଛି । ଅଧିକ ପଢନ୍ତୁ

ଭୁବନେଶ୍ବର:ପରଦାକୁ ଆସିିଲା ନୂଆ ଓଡ଼ିଆ ଚଳଚ୍ଚିତ୍ର ଚୁମକି ସେତ ପାଣିରେ ବୁଡିବ ନାହିଁକି । ଭୁବନେଶ୍ୱର ସ୍ଥିତ ସ୍ତୁତି ହଲରେ ଏହାର ପ୍ରିମିୟର ହୋଇଯାଇଛି । ଏକ ରଙ୍ଗରଙ୍ଗ କାର୍ଯ୍ୟକ୍ରମ ଜରିଆରେ ଚୁମକି ଟିମ୍‌ର ଫ୍ୟାନମାନେ ଅଭିନେତା ଓ ଅଭିନେତ୍ରୀ ଏବଂ ଅତିଥିଙ୍କୁ ସ୍ୱାଗତ କରିଥିଲେ । ଏକ ବାସ୍ତବ ପ୍ରେମ କାହାଣୀକୁ ନେଇ ଏହି କାହାଣୀ ପର୍ଯ୍ୟବେସିତ ହୋଇଛି ।

ପରଦାକୁ ଆସିଲା ଫିଲ୍ମ ଚୁମକି

ଟେଲିଭିଜନ ଜଗତରୁ ବିଶେଷ ସଫଳତା ପାଇଥିବା ଅଭିନେତ୍ରୀ ଉପାସନା ପ୍ରଥମ କରି ବଡ ପରଦାରେ ଅଭିନୟର ଯାଦୁ ଦେଖାଇଛନ୍ତି । ଅନ୍ୟ ପଟେ ଉପାସନାଙ୍କ ବିପକ୍ଷରେ ସେଲଫିସ ଦିଲ ଫେମ୍‌ ଶ୍ରେୟାନ ଅଭିନୟ କରିଛନ୍ତି । ଅନ୍ୟପଟେ ଚଳଚ୍ଚିତ୍ରରେ ଅଭିନେତା ସ୍ୱରାଜ, ଭୂମିକା ଓ ସାୟଲଙ୍କୁ ଅତିଥି କଳାକାର ଭାବେ ଦେଖିବେ ଦର୍ଶକ ।
ଫିଲ୍ମ ଫ୍ରାଇଡେ'ରେ ଏକା ଥରକେ ୩୭ଟି ହଲରେ ଏହି ଫିଲ୍ମ ପରଦାକୁ ଆସିଛି ।

ଚଳଚ୍ଚିତ୍ରଟି ଏକ ହାଇ ବଜେଟ ଫୁଲ ଲେନ୍ଥ ଫିଚର ଫିଲ୍ମ । ଭଦ୍ର ମୋହନ ଷ୍ଟୁଡିଓ ନିବେଦିତ ଓ ଉପହାର ଭଦ୍ର ପ୍ରଯୋଜିତ ଏହି ଚଳଚ୍ଚିତ୍ରର ନିର୍ଦେଶନା ଭାର ସମ୍ଭାଳିଛନ୍ତି ବରିଷ୍ଠ କୋରିଓଗ୍ରାଫର ଗିରିଶ ମହାନ୍ତି । ଏହାର ସଂଗୀତ ନିର୍ଦେଶନା ଦେଇଛନ୍ତି ମେଲୋଡି ମେକର ବିଭୁତି ଗଡ଼ନାୟକ । ଏହି ଫିଲ୍ମରେ ୬ ଟି ଗୀତ ରହିଛି । ଏହି ଚଳଚ୍ଚିତ୍ର ଦେଖିଲା ପରେ ଓଡ଼ିଆ ଦର୍ଶକ ବେଶ୍‌ ପସନ୍ଦ କରିବେ ବୋଲି ଆଶା ରଖିଛନ୍ତି ପ୍ରଯୋଜନା ସଂସ୍ଥା ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details