ଓଡିଶା

odisha

ଗୁଟଖା ଫ୍ୟାକ୍ଟ୍ରି ଅଗ୍ନିକାଣ୍ଡ ଘଟଣା: ଦୁର୍ଘଟଣାର ଦୁଃଖ ବଖାଣିଲେ ପ୍ରତ୍ୟକ୍ଷଦର୍ଶୀ

By

Published : Dec 20, 2021, 9:16 PM IST

ପାନ ମସଲା ଫେକ୍ଟ୍ରି ଅଗ୍ନିକାଣ୍ଡ ଘଟଣା : ଦୁର୍ଘଟଣାର ଦୁଃଖ ବଖାଣିଲେ ପ୍ରତ୍ୟକ୍ଷଦର୍ଶୀ

ସମ୍ବଲପୁର ଅଇଁଠାପାଲିରେ ପାନ ମସଲା ଫ୍ୟାକ୍ଟ୍ରି ଅଗ୍ନିକାଣ୍ଡ ଘଟଣା । ଏହି ଦୁର୍ଘଟଣାରେ 25 ଜଣ ଆହତ ହୋଇଥିବା ବେଳେ 4 ଗୁରୁତର ଥିବା ଏସପି ସୂଚନା ଦେଇଛନ୍ତି । ଅଧିକ ପଢନ୍ତୁ

ସମ୍ବଲପୁର:ଜିଲ୍ଲା ଅଇଁଠାପାଲିରେ ପାନ ମସଲା ଫ୍ୟାକ୍ଟ୍ରି ଅଗ୍ନିକାଣ୍ଡ ଘଟଣା । କେଉଁ ପରିସ୍ଥିତିରେ ଏହି ଅଗ୍ନିକାଣ୍ଡ ଘଟିଛି ତାହା ସ୍ପଷ୍ଟ ହୋଇନି । ଏହାର ସଠିକ କାରଣ ପରେ ଜଣାପଡିବ । ହେଲେ ଏହି ଦୁର୍ଘଟଣାରେ 25 ଜଣ ଆହତ ହୋଇଥିବା ବେଳେ 4 ଗୁରୁତର ଥିବା ଏସପି ସୂଚନା ଦେଇଛନ୍ତି । ତେବେ ଏନେଇ ସେଠାରେ ଥିବା ପ୍ରତ୍ୟକ୍ଷଦର୍ଶୀ ଶ୍ରମିକ ମାନେ ମଧ୍ୟ ଘଟଣା ନେଇ ପ୍ରତିକ୍ରିୟା ରଖିଛନ୍ତି। ପାନ ମସଲା ଫ୍ୟାକ୍ଟ୍ରି ଦୁର୍ଘଟଣା ନେଇ ପ୍ରତିକ୍ରିୟା ରଖିଛନ୍ତି ସେଠାରେ କାର୍ଯ୍ୟ କରୁଥିବା କିଛି ଶ୍ରମିକ।

ପାନ ମସଲା ଫେକ୍ଟ୍ରି ଅଗ୍ନିକାଣ୍ଡ ଘଟଣା : ଦୁର୍ଘଟଣାର ଦୁଃଖ ବଖାଣିଲେ ପ୍ରତ୍ୟକ୍ଷଦର୍ଶୀ

ସେମାନଙ୍କ କହିବା ଅନୁସାରେ କୌଣସି ଏକ ବୈଷୟିକ ତ୍ରୁଟି ଯୋଗୁଁ ଏକ ବିସ୍ଫୋରଣ ହୋଇଥିଲା । ଖୁବ କମ ସମୟରେ ନିଆଁ ସବୁଆଡେ ବ୍ୟାପି ଯାଇଥିଲା । ସେଥିରେ ପାଖାପାଖି 50 ଜଣ ଶ୍ରମିକ ଆହତ ହୋଇଥିବା ପ୍ରତ୍ୟକ୍ଷ ଦର୍ଶୀ ଶ୍ରମିକ କହିଛନ୍ତି। ଗୋଟିଏ ସିଫ୍ଟରେ 400 ଶ୍ରମିକ କାମ କରନ୍ତି। ତେବେ ଆହତ ଶ୍ରମିକ ମାନଙ୍କୁ ଉପଯୁକ୍ତ ଚିକିତ୍ସା ଯୋଗାଇ ଦେବା ସହ ସେମାନଙ୍କୁ କ୍ଷତିପୂରଣ ଦେବାକୁ ଦାବି କରିଛନ୍ତି ଶ୍ରମିକ । ସେପଟେ ଦୁର୍ଘଟଣା ସ୍ଥଳକୁ ସମ୍ବଲପୁର ଉପଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୁର ବିକାଶ ପରିଦର୍ଶନ କରିଛନ୍ତି । ଏହାସହ ଦୁର୍ଘଟଣାର ତଦନ୍ତ ରିପୋର୍ଟ ଆସିବା ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଛନ୍ତି।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

ABOUT THE AUTHOR

...view details