ଓଡିଶା

odisha

ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟରେ ଅଟକିଛି ନିଯୁକ୍ତି ପ୍ରକ୍ରିୟା, ବାଧା ସାଜିଛି ନ୍ୟାୟିକ ବ୍ୟବସ୍ଥା

By

Published : Sep 25, 2022, 11:09 PM IST

ଗଙ୍ଗାଧରମେହେର ବିଶ୍ୱବିଦ୍ୟାଳୟରେ ଅଟକିଛି ନିଯୁକ୍ତି ପ୍ରକ୍ରିୟା, ନ୍ୟାୟିକ ବ୍ୟବସ୍ଥା ହୋଇଛି ବାଧା

ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟରେ ଅଟକିଛି ନିଯୁକ୍ତି ପ୍ରକ୍ରିୟା (Gangadhar Meher University) । ଖାଲି ପଡ଼ିଛି ଅଧ୍ୟାପକ ପଦବୀ । ଅଧିକ ପଢ଼ନ୍ତୁ

ସମ୍ବଲପୁର : ସମ୍ବଲପୁର ତଥା ପଶ୍ଚିମ ଓଡିଶାର ପ୍ରମୁଖ ଶିକ୍ଷା ଅନୁଷ୍ଠାନ ଭାବେ GMU ବା ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ ବେଶ ଜଣାଶୁଣା । ଏହି ଶିକ୍ଷା ଅନୁଷ୍ଠାନରେ ପଢିବା ଏକ ଗର୍ବର ବିଷୟ । ପଶ୍ଚିମ ଓଡ଼ିଶାର ପ୍ରତ୍ୟେକ ଛାତ୍ରଛାତ୍ରୀ ଏହି ଅନୁଷ୍ଠାନରେ ପଢିବାକୁ ଚାହିଁଥାଏ ।

ତେବେ ଏହି ଶିକ୍ଷାନୁଷ୍ଠାନରେ ଏବେ ଅଧ୍ୟାପକ ତଥା ଅଣଶିକ୍ଷକ ପଦବୀ ଖାଲି ପଡ଼ିଛି (Professor appointment affected for various reason in Gangadhar Meher University) । ଫଳରେ ଏହାର ପ୍ରଭାବ ଛାତ୍ରଛାତ୍ରୀଙ୍କ ପାଠପଢା ଉପରେ ପରିଲକ୍ଷିତ ହେଉଛି । ଯାହାକୁ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ଏଥିପାଇଁ ଏହାର ସମସ୍ତ ପଦବୀକୁ ପୂରଣ କରିବାକୁ ବିଭିନ୍ନ ମହଲରେ ଦାବି ହେଉଛି ।

ଗଙ୍ଗାଧରମେହେର ବିଶ୍ୱବିଦ୍ୟାଳୟରେ ଅଟକିଛି ନିଯୁକ୍ତି ପ୍ରକ୍ରିୟା, ନ୍ୟାୟିକ ବ୍ୟବସ୍ଥା ହୋଇଛି ବାଧା

ଏନେଇ ପୂର୍ବତନ ସାଂସଦ ତଥା ବିଶ୍ବବିଦ୍ୟାଳୟର ସଭାପତି ଭବାନୀ ହୋତା କହିଛନନ୍ତି, ''ଏହି ବିଶ୍ବ ବିଦ୍ୟାଳୟରେ ନିଯୁକ୍ତି ପ୍ରକ୍ରିୟା ଏପରି ଭାବେ ନ୍ୟାୟିକ ବ୍ୟବସ୍ଥାରେ ଛନ୍ଦି ପଡିଛି ଯେ ରାଜ୍ୟସରକାର ଚାହିଁଲେ ମଧ୍ୟ ଖାଲି ପଡ଼ିଥିବା ପଦବୀ ପୂରଣ କରିପାରୁନାହାଁନ୍ତି ।

ଏହାକୁ ବିଶ୍ୱ ବିଦ୍ୟାଳୟ ମାନ୍ୟତା ଦେଇ ରାଜ୍ୟ ସରକାର ଏହାର ଏହି କ୍ଷମତା ଅପସାରଣ କରିଦେଲେ ଓ OPSC ଜରିଆରେ ନିଯୁକ୍ତି କରାଯିବାର ନିଷ୍ପତି ନେଲେ । ସେତେବେଳେ ରାଜ୍ୟ ସରକାରଙ୍କ ଏହି ନିଷ୍ପତି ବିରୁଦ୍ଧରେ JNU ଦିଲ୍ଲୀର ଜଣେ ଅବସରପ୍ରାପ୍ତ ଅଧ୍ୟାପକ ରାଜ୍ୟ ସରକାରଙ୍କ ଏହି ନିଷ୍ପତି ବିରୋଧରେ ହାଇକୋର୍ଟର ଦ୍ୱାରସ୍ଥ ହେଲେ ।

ଏହି ମାମଲା ବହୁ ଦିନ ହାଇକୋର୍ଟରେ ଗଡ଼ିବା ପରେ ମାନ୍ୟବର ହାଇକୋର୍ଟ ରାଜ୍ୟ ସରକାରଙ୍କ ନିଷ୍ପତି ସପକ୍ଷରେ ରାୟ ଦେଲେ । ତେବେ ଏହି ରାୟକୁ ଚେଲେଞ୍ଜ କରି ଅନ୍ୟପକ୍ଷ ସୁପ୍ରିମକୋର୍ଟ ଦ୍ୱାରସ୍ଥ ହେଲେ । ସେଠାରେ ସୁପ୍ରିମକୋର୍ଟ ଏହି ମାମଲାରେ ରାୟ ସ୍ଥଗିତ କରିବାକୁ ନିର୍ଦ୍ଦେଶ ଦେଲେ । ଏଭଳି ପରିସ୍ଥିତିରେ GMU ବିଶ୍ୱ ବିଦ୍ୟାଳୟର ନିଯୁକ୍ତି ବର୍ତ୍ତମାନ ତ୍ରିଶଙ୍କୁ ଅବସ୍ଥାରେ ଝୁଲିକି ରହିଛି '' ।

ସମ୍ବଲପୁରର ଗଙ୍ଗାଧର ମେହେର ବିଶ୍ୱ ବିଦ୍ୟାଳୟ ବା GMU ପଶ୍ଚିମ ଓଡିଶାର ପ୍ରମୁଖ ଶିକ୍ଷା ଅନୁଷ୍ଠାନ। ପୂର୍ବରୁ ଏହା ଏକ ଅଟୋନୋମସ କଲେଜ ଥିବା ବେଳେ ବର୍ତ୍ତମାନ ଏହା ବିଶ୍ୱ ବିଦ୍ୟାଳୟ ମାନ୍ୟତା ପାଇଛି। ତେବେ ଏଠାରେ ଲାଗି ରହିଛି ଅଧ୍ୟାପକ ମରୁଡି। କେବଳ ଏତିକି ନୁହେଁ ବହୁ ସଂଖ୍ୟକ ଅଣଶିକ୍ଷକ ପଦବୀ ମଧ୍ୟ ଖାଲି ରହିଛି ।

ଶିକ୍ଷାନୁଷ୍ଠାନର ପ୍ରାୟ 50 ପ୍ରତିଶତ ଶିକ୍ଷକ ପଦବୀ ଖାଲି ପଡ଼ିଛି । ମିଳିଥିବା ସୂଚନା ଅନୁସାରେ GMUରେ ପ୍ରଫେସର, ଆସୋସିଏଟ ପ୍ରଫେସର, ଆସିଷ୍ଟେଣ୍ଟ ପ୍ରଫେସରର ମୋଟ 144 ପଦବୀ ଥିବା ବେଳେ ବର୍ତ୍ତମାନ ଏଥିରୁ 71ଟି ପଦବୀ ଖାଲି ରହିଛି । ଠିକ ସେହିପରି ବହୁ ଅଣଶିକ୍ଷକ ପଦବୀ ମଧ୍ୟ ଖାଲି ରହିଛି । ତେବେ କେବେ ପୂରଣ ହେବ ଏହି ବିଶ୍ବବିଦ୍ୟାଳୟର ଖାଲି ପଡ଼ିଥିବା ପଦବୀ ତାହା ଦେଖିବାକୁ ବାକି ରହିଲା।

ଇଟିଭି ଭାରତ, ସମ୍ବଲପୁର

ABOUT THE AUTHOR

...view details