ଓଡିଶା

odisha

ପଶ୍ଚିମ ଓଡିଶା ଅଙ୍ଗନବାଡି କର୍ମୀ ଓ ସହାୟିକା ସଂଘର ବିକ୍ଷୋଭ ପ୍ରଦର୍ଶନ

By

Published : Jan 3, 2022, 11:00 PM IST

ବିଭିନ୍ନ ଦାବି ପୂରଣ ନେଇ ପଶ୍ଚିମ ଓଡିଶାର 10 ଟି ଜିଲ୍ଲାର ଅଙ୍ଗନବାଡି କର୍ମୀ ଓ ସହାୟିକା ସଂଘର ବିକ୍ଷୋଭ ପ୍ରଦର୍ଶନ। ଅଧିକ ପଢନ୍ତୁ

ପଶ୍ଚିମ ଓଡିଶା ଅଙ୍ଗନବାଡି କର୍ମୀ ଓ ସହାୟିକା ସଂଘର ବିକ୍ଷୋଭ ପ୍ରଦର୍ଶନ
ପଶ୍ଚିମ ଓଡିଶା ଅଙ୍ଗନବାଡି କର୍ମୀ ଓ ସହାୟିକା ସଂଘର ବିକ୍ଷୋଭ ପ୍ରଦର୍ଶନ

ସମ୍ବଲପୁର: ଅଙ୍ଗନବାଡ଼ି କର୍ମୀ ଓ ସହାୟିକା ସଂଘର ବିଶାଳ ଶୋଭାଯାତ୍ରା ଓ ବିକ୍ଷୋଭ ପ୍ରଦର୍ଶନ। ପଶ୍ଚିମ ଓଡିଶାର 10ଟି ଜିଲ୍ଲାର ଅଙ୍ଗନବାଡି କର୍ମୀ ଓ ସହାୟିକା ଏଥିରେ ସମିଲ ହୋଇଥିଲେ।

ପଶ୍ଚିମ ଓଡିଶା ଅଙ୍ଗନବାଡି କର୍ମୀ ଓ ସହାୟିକା ସଂଘର ବିକ୍ଷୋଭ ପ୍ରଦର୍ଶନ

ପଶ୍ଚିମ ଓଡିଶା ଅଙ୍ଗନବାଡି କର୍ମୀ ଓ ସହାୟିକା ସଂଘର ବିଶାଳ ରାଲି ଓ ବିକ୍ଷୋଭ ପ୍ରଦର୍ଶନ। ଅଙ୍ଗନବାଡି କର୍ମୀଙ୍କୁ ସରକାରୀ ମାନ୍ୟତା,21 ହଜାର ଭତ୍ତା,10 ହଜାର ପେନସନ ଓ ଶିକ୍ଷା ନୀତିରେ ସଂଶୋଧନ ଦାବିରେ ଉତ୍ତରାଞ୍ଚଳ ଆରଡିସି ଓ ସମ୍ବଲପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅଙ୍ଗନବାଡି କର୍ମୀମାନେ ବିଶାଳ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ସମ୍ବଲପୁର ମ୍ୟୁନିସିପାଲିଟି ଛକ ନାରୀ ସେବା ସଦନ ଛକ ଠାରୁ ପଶ୍ଚିମ ଓଡିଶାର 10 ଟି ଜିଲ୍ଲାର ହଜାର ହଜାର ଅଙ୍ଗନବାଡି କର୍ମୀ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରିବା ସହ ଜିଲ୍ଲାପାଳ ଓ ଆରଡିସିଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଆସିଥିଲେ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।

ଏହି ଅବସରରେ ଜିଲ୍ଲା ପ୍ରଶାସନ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି। ଦାବି ପୂରଣ ନହେଲେ ଆସନ୍ତା ବଜେଟ ଅଧିବେଶନ ସମୟରେ ରାଜଧାନୀରେ ଆହୋରାତ୍ର ଧାରଣା ଦିଆଯିବ ବୋଲି ଚେତାବନୀ ଦେଇଛନ୍ତି।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରାଣା,ଇଟିଭି ଭାରତ

ABOUT THE AUTHOR

...view details