ଓଡିଶା

odisha

RTIର ମହାଖୁଲାସା, 1970 ମସିହାରୁ ହଜିଯାଇଛି ରତ୍ନଭଣ୍ଡାର ଚାବି !

By

Published : Nov 20, 2021, 1:29 PM IST

Updated : Nov 20, 2021, 2:41 PM IST

ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ନେଇ RTI ର ମହାଖୁଲାସା । ଜିଲ୍ଲା ରେକର୍ଡ ରୁମରେ କୌଣସି ରତ୍ନଭଣ୍ଡାର ଚାବି ନ ଥିବା କହିଛି RTI । ଅଧିକ ପଢନ୍ତୁ

ରତ୍ନଭଣ୍ଡାର ଚାବି କାହା ପାଖରେ ନାହିଁ: RTI ର ମହାଖୁଲାସା
ରତ୍ନଭଣ୍ଡାର ଚାବି କାହା ପାଖରେ ନାହିଁ: RTI ର ମହାଖୁଲାସା

ପୁରୀ: ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗକୁ ନେଇ ପୁଣି ବିବାଦୀୟ ସ୍ଥିତି ଉପୁଜିଛି । RTI ତଥ୍ୟରୁ ଜଣାପଡ଼ିଛି ବହୁ ବର୍ଷ ହେଲା ହଜିଲାଣି ରତ୍ନ ଭଣ୍ଡାର ଚାବି । ବର୍ତ୍ତମାନ ରତ୍ନ ଭଣ୍ଡାରର କୌଣସି ଚାବି ନଥିବା କହିଛି RTI ।

ମିଳିଥିବା ସୂଚନା ଅନୁଯାୟୀ, ଭିତର ରତ୍ନଭଣ୍ଡାରର କୌଣସି ଚାବି ପୁରୀ ଜିଲ୍ଲା ରେକର୍ଡ ରୁମ୍‌ରେ କେବେ ବି ନଥିଲା । ଅସଲି କିମ୍ବା ନକଲି, କୌଣସି ବି ଚାବି ରେକର୍ଡ ରୁମ୍‌ରେ ରଖାଯାଇ ନାହିଁ । ସୂଚନା ଅଧିକାର କର୍ମୀ ଦିଲ୍ଲିପ କୁମାର ବରାଳ, ପୁରୀ ଜିଲ୍ଲା ଟ୍ରେଜେରୀ ଅଥରିଟିଙ୍କ ଠାରୁ ପାଇଥିବା ତଥ୍ୟ ଆଧାରରେ ଜଣାପଡିଛି ଯେ, ଭିତର ରତ୍ନ ଭଣ୍ଡାରର ଅସଲି କିମ୍ବା ନକଲି ଚାବି ରେକର୍ଡ ରୁମ୍‌ରେ କେତେ ତାରିଖରେ ରଖାଯାଇଥିଲା, ସେନେଇ ସୂଚନା ଉପଲବ୍ଧ ନାହିଁ । ଖାଲି ସେତିକି ନୁହେଁ ସେଥିରେ ସ୍ପଷ୍ଟ ଭାବେ ଉଲ୍ଲେଖ ଅଛି ଯେ, ୧୯୭୦ ମସିହାରୁ ଭିତର ଭଣ୍ଡାର ଚାବି କୋଷାଗାରରେ ଜମା ହେବାର କୌଣସି ପ୍ରମାଣ ନାହିଁ ।

RTIର ମହାଖୁଲାସା, ହଜିଯାଇଛି ରତ୍ନଭଣ୍ଡାର ଚାବି


ଏନେଇ ଗତ ୨୦୧୮ ମସିହା ଏପ୍ରିଲ ୪ରେ ଜିଲ୍ଲା କୋଷାଗାର ଅଧିକାରୀ, ଜିଲ୍ଲାପାଳଙ୍କୁ ଚିଠି ଲେଖିଥିଲେ । ସେ ଚିଠି ବିଷୟରେ ତତ୍କାଳୀନ ଜିଲ୍ଲାପାଳ, ମୁଖ୍ୟ ପ୍ରଶାସକଙ୍କୁ ଅବଗତ କରିଥିଲେ । ତେଣୁ ସାଧାରଣରେ ଏବେ ପ୍ରଶ୍ନ ଉଠିଛି ଚାବି ନଥାଇ କେମିତି ରତ୍ନଭଣ୍ଡାର ଯାଞ୍ଚ କରିବାକୁ ଯାଇଥିଲେ ସ୍ୱତନ୍ତ୍ର ଟିମ । ତା' ସହ ରେଜିଷ୍ଟରରେ କାହିଁକି ଚାବି ନଥିବା କଥା ଉଲ୍ଲେଖ କଲେ ନାହିଁ । RTI ତଥ୍ୟରୁ ଏହା ଜଣାପଡିବା ପରେ ଜିଲ୍ଲା ରେକର୍ଡ ରୁମ୍‌ରୁ ନକଲି ଚାବି ପାଇଥିବା ପୂର୍ବତନ ଜିଲ୍ଲାପାଳ ଅରବିନ୍ଦ ଅଗ୍ରୱାଲ ସୂଚନାକୁ ନେଇ ସନ୍ଦେହ ସୃଷ୍ଟି ହୋଇଥିଲା ।

ସନ୍ଦେହ ଦୂର ପାଇଁ ରେକର୍ଡ ରୁମ୍‌କୁ ଆର୍‌ଟିଆଇ କର୍ମୀ ଦିଲ୍ଲୀପ ତଥ୍ୟ ମାଗିଥିଲେ । ତେବେ ଏଠି ପ୍ରଶ୍ନ ଉଠୁଛି ତତ୍କାଳୀନ ଜିଲ୍ଲାପାଳ ନକଲି ଚାବି ପାଇଲେ କେଉଁଠୁ ? ଯେଉଁ ଚାବି ୨୦୧୮ ମସିହା ଅଗଷ୍ଟ ୬ ତାରିଖରେ ପାଇ ଜମା କରିଥିଲେ, ସେହି ଚାବିରେ ଭିତର ରତ୍ନଭଣ୍ଡାର ଖୋଲି କାହିଁକି ମରାମତି କରାଯାଉ ନାହିଁ ବୋଲି ପ୍ରଶ୍ନ ଉଠିଛି । ତେବେ ଏହି ଘଟଣାକୁ ପ୍ରଶାସନ କାହିଁକି ଲୁଚାଇ ଭିନ୍ନ ମୋଡ଼ ଦେଉଛି ତାକୁ ନେଇ ସାଧାରଣରେ ବିରାଟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।



ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Last Updated :Nov 20, 2021, 2:41 PM IST

ABOUT THE AUTHOR

...view details