ଓଡିଶା

odisha

କୋଣାର୍କ ମହୋତ୍ସବର ଚତୁର୍ଥ ସନ୍ଧ୍ୟା: କୁଚିପୁଡି-ଓଡିଶୀରେ ବିମୋହିତ ଦର୍ଶକ

By

Published : Dec 5, 2019, 11:55 AM IST

Updated : Dec 5, 2019, 12:04 PM IST

କୋଣାର୍କ ଉତ୍ସବ ଚତୁର୍ଥ ସନ୍ଧ୍ୟାରେ ପ୍ରଥମ ଚରଣରେ ଉପସ୍ଥାପିତ ହୋଇଥିଲା ଭାରତ ଭାରତୀ । କୁଚିପୁଡି ଶାସ୍ତ୍ରୀୟ ନୃତ୍ୟରେ ଭାରତୀ ଜନନୀଙ୍କ ଅବସ୍ଥିତି,  ଭାରତର କଳା ସଂସ୍କୃତି, ସଙ୍ଗୀତ, ନୃତ୍ୟ, ଭାରତ ଅହିଂସା ପ୍ରତୀକର ବାର୍ତ୍ତାକୁ ନୃତ୍ୟ ମାଧ୍ୟମରେ ପରଶି ଦେଇଥିଲେ କୁଚିପୁଡି କଳାକାର ।

କୋଣାର୍କ ଉତ୍ସବ ଚତୁର୍ଥ ସନ୍ଧ୍ୟା: ଆଧାତ୍ମିକ ଭାବରେ ବିହ୍ଵଳିତ ଦର୍ଶକ
କୋଣାର୍କ ଉତ୍ସବ ଚତୁର୍ଥ ସନ୍ଧ୍ୟା: ଆଧାତ୍ମିକ ଭାବରେ ବିହ୍ଵଳିତ ଦର୍ଶକ

ପୁରୀ: ଅନୁଷ୍ଠିତ ହୋଇଛି ଆନ୍ତର୍ଜାତିକ ଖ୍ୟାତି ସମ୍ପର୍ଣ୍ଣ କୋଣାର୍କ ଉତ୍ସବର ଚତୁର୍ଥ ସନ୍ଧ୍ୟା । ମୁକ୍ତାକାଶ ରଙ୍ଗ ମଞ୍ଚରେ ଆଧ୍ୟାତ୍ମିକ ଭାବରେ ବିହ୍ଵଳିତ ହୋଇଛନ୍ତି ଦର୍ଶକେ । କୁଚିପୁଡି ଓ ଓଡିଶୀ ନୃତ୍ୟ ମାଧ୍ୟମରେ କଳାକାର ଦେଶ ଭକ୍ତି ଓ ପୁରାଣ ପ୍ରସଙ୍ଗକୁ ଅତି ନିଖୁଣର ସହିତ ଉପସ୍ଥାପନା କରିଥିବା ବେଳେ ଏହା ଦର୍ଶକଙ୍କୁ ଆକୃଷ୍ଟ କରିଥିଲା । ଯାହାକୁ ମନଭରି ଉପଭୋଗ କରିଥିଲେ ଦର୍ଶକ ।

କୋଣାର୍କ ଉତ୍ସବ ଚତୁର୍ଥ ସନ୍ଧ୍ୟା: ଆଧାତ୍ମିକ ଭାବରେ ବିହ୍ଵଳିତ ଦର୍ଶକ

କୋଣାର୍କ ଉତ୍ସବ ଚତୁର୍ଥ ସନ୍ଧ୍ୟାରେ ପ୍ରଥମ ଚରଣରେ ଉପସ୍ଥାପିତ ହୋଇଥିଲା ଭାରତ ଭାରତୀ । କୁଚିପୁଡି ଶାସ୍ତ୍ରୀୟ ନୃତ୍ୟରେ ଭାରତୀ ଜନନୀଙ୍କ ଅବସ୍ଥିତି, ଭାରତର କଳା ସଂସ୍କୃତି, ସଙ୍ଗୀତ, ନୃତ୍ୟ, ଭାରତ ଅହିଂସା ପ୍ରତୀକର ବାର୍ତ୍ତାକୁ ନୃତ୍ୟ ମାଧ୍ୟମରେ ପରଶି ଦେଇଥିଲେ କୁଚୁପୁଡି କଳାକାର ।

ନୃତ୍ୟଗୁରୁ ଦମ୍ପତ୍ତି ରାଜା ଓ ରାଧା ରେଡ୍ଡିଙ୍କ ସଂଯୋଜନାରେ ପଦର୍ଶନ ନୃତ୍ୟ ସମସ୍ତଙ୍କୁ ଆକୃଷ୍ଟ କରିବାରେ ସକ୍ଷମ ହୋଇଥିଲା । ଏହାପରେ ଓଡିଶୀ ନୃତ୍ୟ ମାଧ୍ୟମରେ ପ୍ରହ୍ଲାଦ ନାଟକର ଶାସ୍ତ୍ରୀୟ ରୂପାନ୍ତର କରିବା ସହ ନୃସିଂହ ଅବତାରକୁ ନୃତ୍ୟ ମାଧ୍ୟମରେ ପ୍ରଦର୍ଶନ କରିଥିଲେ କଳାକାର। । ଡଃ ଶାନ୍ତୁନ କୁମାର ରଥଙ୍କ କଳାତ୍ମକ ସଂରଚନା ଓ ଗୁରୁ ରାମହରିଙ୍କ ସଂଯୋଜନାରେ ଏହି ନୃତ୍ୟରେ ଗୁରୁ ଗଜେନ୍ଦ୍ର ପଣ୍ଡା ଓ ସାଥୀଙ୍କଦ୍ଵାରା ପରିବେଷିତ ହୋଇଥିଲା ଓଡିଶୀ ନୃତ୍ୟ ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Last Updated : Dec 5, 2019, 12:04 PM IST

ABOUT THE AUTHOR

...view details