ଓଡିଶା

odisha

ଲାଗିଲା ଜଗା ଡୋରୀ, ଦର୍ଶନ ପାଇଁ ଆବଶ୍ୟକ ନାହିଁ କୋରୋନା ନେଗେଟିଭ ରିପୋର୍ଟ

By

Published : Jan 10, 2021, 3:30 PM IST

Updated : Jan 10, 2021, 5:05 PM IST

ଏଣିକି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଆବଶ୍ୟକ ନାହିଁ କୋରୋନା ନେଗେଟିଭ ରିପୋର୍ଟ। ମହାପ୍ରଭୁଙ୍କ ଦର୍ଶନ ପାଇଁ କୋରୋନା କଟକଣା କୋହଳ କରଛି ଶ୍ରୀମନ୍ଦିର ପ୍ରଶାସନ। ଅଧିକ ପଢ଼ନ୍ତୁ..

covid negative report not mandatory for jagannath darshan in shrimandir
ଲାଗିଲା ଜଗା ଡୋରୀ, ଦର୍ଶନ ପାଇଁ ଆବଶ୍ୟକ ନାହିଁ କୋରୋନା ନେଗେଟିଭ ରିପୋର୍ଟ

ପୁରୀ:ଶ୍ରୀମନ୍ଦିରରେ କୋହଳ ହେବ କୋରୋନା କଟକଣା। ଶ୍ରୀଜିଉଙ୍କ ଦର୍ଶନ ବ୍ୟବସ୍ଥାକୁ ନେଇ ଏକ ସମୀକ୍ଷା ବୈଠକ ହୋଇଥିଲା। ଶ୍ରୀମନ୍ଦିର ମୁଖ୍ୟପ୍ରଶାସକ କ୍ରୀଷ୍ଣନ କୁମାରଙ୍କ ଅଧ୍ୟକ୍ଷତା ଅନୁଷ୍ଠିତ ଏହି ବୈଠକରେ ବହୁ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଜାନୁଆରୀ 21 ତାରିଖରୁ ଏଣିକି ମହାପ୍ରଭୁଙ୍କ ଦର୍ଶନ ପାଇଁ ଆବଶ୍ୟକ ହେବ ନାହିଁ କୋରୋନା ନେଗେଟିଭ ରିପୋର୍ଟ। ଏହାସହ ଦୈନିକ 30 ହଜାର ଭକ୍ତି ଯେଭଳି ଦର୍ଶନ କରିପାରିବେ ସେନେଇ ବ୍ୟବସ୍ଥା କରାଯିବ।

ଲାଗିଲା ଜଗା ଡୋରୀ, ଦର୍ଶନ ପାଇଁ ଆବଶ୍ୟକ ନାହିଁ କୋରୋନା ନେଗେଟିଭ ରିପୋର୍ଟ

ଶ୍ରୀମନ୍ଦିର ଖୋଲିବା ପରେ କୋରୋନା ନେଗେଟିଭ ରିପୋର୍ଟ ଦେଖାଇ ପ୍ରାୟ 65 ହଜାର ଶ୍ରଦ୍ଧାଳୁ ଜଗା ଦର୍ଶନର ସୌଭାଗ୍ୟ ଲାଭ କରିଛନ୍ତି। ଜାନୁଆରୀ 3 ତାରିଖ ପରେ 25 ହଜାର ମହାପ୍ରଭୁଙ୍କ ଆଶିଷ ଲାଭ କରିବାର ସୁଯୋଗ ପାଇଥିଲେ। ଜାନୁଆାରୀ 21 ସକାଳ 7ଟା ସମୟରୁ ସାଧାରଣ ଦର୍ଶନ ଆରମ୍ଭ ହେବ।

ବୃଦ୍ଧ ବୟସ୍କଙ୍କ ପାଇଁ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କରାଯିବ। ବିଶେଷ କରି 65 ବର୍ଷ ବୟସ୍କ ବ୍ୟକ୍ତି ଏହି ଶ୍ରେଣୀରେ ଆସିବେ। କୋରୋନା ସଂକ୍ରମଣରୁ ସେମାନଙ୍କ ରକ୍ଷା କରିବାକୁ ସମସ୍ତ ପ୍ରକାର ଆନୁସଙ୍ଗିକ ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା। ସପ୍ତାହରେ ଗୋଟିଏ ଦିନ ଶ୍ରୀମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି। ପ୍ରତ୍ୟେକ ରବିବାର ଦିନ ସାଧାରଣା ଦର୍ଶନ ବନ୍ଦ କରି ମନ୍ଦିର ସାନିଟାଇଜ କରାଯିବ। ଭକ୍ତଙ୍କ ସଂଖ୍ୟା ବଢ଼ିଲେ ସ୍ବତନ୍ତ୍ର ବ୍ୟବସ୍ଥା ପାଇଁ ପୁରୀ ଜିଲ୍ଲାପାଳ ନିଷ୍ପତ୍ତି ନେବେ ବୋଲି କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ।

ଗତ ଡିସେମ୍ବର 23 ତାରିଖରେ ସାଧାରଣ ଦର୍ଶନ ପାଇଁ ଶ୍ରୀମନ୍ଦିର ଖୋଲାଯାଇଥିଲା। ସେହି ସମୟରେ କେବଳ ସେବାୟତ ଓ ତାଙ୍କ ପରିବାରକୁ କାଳିଆ ଦର୍ଶନ ପାଇଁ ଅନୁମତି ରହିଥିଲା। ଏହାପରେ ଡିସେମ୍ବର 26 ତାରିଖରେ କଟକଣା କୋହଳ କରାଯାଇ ପୁରୀ ବାସିନ୍ଦା ପାଇଁ ଜଗାଦ୍ବାର ଖୋଲିବାକୁ ନିଷ୍ପତ୍ତି ନିଆଯାଇଥିଲା।

ନୂଆବର୍ଷ ଅର୍ଥାତ ଜାନୁଆରୀ 3 ତାରିଖରେ ସର୍ବସାଧାରଣ ଦର୍ଶନ ପାଇଁ ବ୍ୟବସ୍ଥା କରାଯାଇଥିଲା। ତେବେ ମହାପ୍ରଭୁଙ୍କ ଦର୍ଶନ ପାଇଁ କୋରୋନା ନେଗେଟିଭ ରିପୋର୍ଟ ବାଧ୍ୟତାମୂଳକ କରାଯାଇଥିଲା। କୋରୋନା କଟକଣା କୋହଳ ହେବାପରେ ଶ୍ରଦ୍ଧାଳୁଙ୍କ ମନରେ ଆନନ୍ଦର ଲହରୀ ଖେଳିଛି।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Last Updated :Jan 10, 2021, 5:05 PM IST

ABOUT THE AUTHOR

...view details