ଓଡିଶା

odisha

ପିହୁ ନିଖୋଜ ଘଟଣା: କଟକରେ ଅଟକ ମା’ ମୋନାଲିସା

By

Published : Feb 24, 2021, 11:53 AM IST

Updated : Feb 24, 2021, 3:34 PM IST

କଟକରେ ଅଟକ ପିହୁ ମା
କଟକରେ ଅଟକ ପିହୁ ମା

11:49 February 24

କଟକରେ ଅଟକ ପିହୁ ମା

ପିହୁ ନିଖୋଜ ଘଟଣା: କଟକରେ ଅଟକ ମା ମୋନାଲିସା

କଟକ: ଯାଜପୁର ନାବାଳିକା ପିହୁ ନିଖୋଜ ଘଟଣାରେ ଆଜି(ବୁଧବାର) ନ୍ୟାୟ ପାଇଁ ପିହୁର ମା ଭୁବନେଶ୍ବର ଅଭିମୁଖେ ଯାଉଥିଲେ । ଏହି ସମୟରେ  କଟକରେ ଅଟକାଇଲା ଚାଉଳିଗଞ୍ଜ ପୋଲିସ। ବସ ଯୋଗେ ପିହୁର ମା ଭୁବନେଶ୍ବର ଅଭିମୁଖେ ଯାଉଥିଲେ । ତେବେ ବସରୁ ଉଠାଇ ଆଣି ପୋଲିସ ଥାନାରେ ଅଟକ ରଖିଥିଲା ।  

ଅନେକ ବୁଝାସୁଝା ପରେ ମୋନାଲିସାଙ୍କୁ ପୋଲିସ ମୁଖ୍ୟାଳୟକୁ ନେଇଥିବା ଜଣାପଡ଼ିଛି।  ଅନ୍ୟପଟେ ପିହୁର ମା’ କହିଛନ୍ତି ବିଧାନସଭା ଆଗରେ ଧାରଣା ଦେବାପାଇଁ ଅନୁମତି ଆଣିବା ସହ ଝିଅକୁ ଖୋଜିବାକୁ ଭୁବନେଶ୍ବର ଯାଉଥିଲେ। ତେବେ ପିହୁ ମାଙ୍କ ସହ ଆଲୋଚନା କରିଛନ୍ତି କ୍ରାଇମବ୍ରାଞ୍ଚ ADG  ସୌମେନ୍ଦ୍ର ପ୍ରିୟଦର୍ଶୀ । 3 ଦିନ ମଧ୍ୟରେ ସ୍ଵତନ୍ତ୍ର ଟିମ୍ ଗଠନ କରିବା ପାଇଁ ପ୍ରତିଶୃତି ଦେଇଛନ୍ତି ADG। ଏହାସହ ଘଟଣାକୁ କ୍ରାଇମବ୍ରାଞ୍ଚ ନିଜେ ମନିଟରିଂ କରିବ ବୋଲି ADG ପ୍ରତିଶୃତି ଦେଲେ ବୋଲି ସୂଚନା ଦେଲେ ପିହୁ ମା ମୋନାଲିସା ସାହୁ।

3 ଦିନ ଭିତରେ ଯଦି କିଛି ପଦକ୍ଷେପ ନ ନିଆଯାଏ ତେବେ ବିଧାନସଭା ସମ୍ମୁଖରେ ଧାରଣାରେ ବସିବେ ବୋଲି ଚେତାବନୀ ଦେଇଛନ୍ତି ମୋନାଲିସା । ସୂଚନାଯୋଗ୍ୟ, ଗତ ଅଗଷ୍ଟ ମାସରେ ପିହୁଙ୍କ ନିଖୋଜ ହୋଇଥିବା ଅଭିଯୋଗ ହୋଇଥିଲା। ଘଟଣାର ୬ ମାସ ବିତିଥିଲେ ବି ପିହୁର କୌଣସି  ଖବର ମିଳିନାହିଁ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ 

Last Updated : Feb 24, 2021, 3:34 PM IST

ABOUT THE AUTHOR

...view details