ଓଡିଶା

odisha

ORHDC Scam: ମୋକିମଙ୍କୁ ମିଳିଲା ଜାମିନ, ୧୩ରେ ପରବର୍ତ୍ତୀ ଶୁଣାଣି

By

Published : Oct 10, 2022, 11:13 AM IST

Updated : Oct 10, 2022, 11:59 AM IST

ଓଡ଼ିଶା ରୁରାଲ ହାଉସିଂ ଡେଭଲପମେଣ୍ଟ କର୍ପୋରେସନ ଋଣ ମାମଲାରେ ମହମ୍ମଦ ମୋକିମ ଦଣ୍ଡାଦେଶ ମାମଲା । ହାଇକୋର୍ଟରେ ମାମଲାର ଶୁଣାଣି ହୋଇଛି । ଅଧିକ ପଢ଼ନ୍ତୁ

high court hearing on Mohammad mokim ORHDC Scam case
ORHDC Scam: ମୋକିମଙ୍କୁ ମିଳିଲା ଜାମିନ, ୧୩ରେ ପରବର୍ତ୍ତୀ ଶୁଣାଣି

କଟକ:ଭିଜିଲାନ୍ସ କୋର୍ଟ ଦ୍ବାରା ମହମ୍ମଦ ମୋକିମ ଦଣ୍ଡାଦେଶ ମାମଲା । ମୋକିମଙ୍କ ଆବେଦନକୁ ଗ୍ରହଣ କଲେ ହାଇକୋର୍ଟ । ମାମଲାର ଶୁଣାଣି କରି କୋର୍ଟ ମୋକିମଙ୍କୁ ଜାମିନ ପ୍ରଦାନ କରିଛନ୍ତି । ଏକ ଲକ୍ଷ ଟଙ୍କା ଓ ଦୁଇ ଜଣ ଜାମିନଦାର ବଦଳରେ ଜାମିନ ପାଇଁ ସର୍ତ୍ତ ରଖିଲେ କୋର୍ଟ । ସେହିପରି ଜୋରିମାନା ଆଦାୟ ଉପରେ ଭୁବନେଶ୍ୱର ସ୍ୱତନ୍ତ୍ର ଭିଜିଲାନ୍ସ ଅଦାଲତଙ୍କ ରାୟ ଉପରେ କୋର୍ଟ ରହିତାଦେଶ ଜାରି କରିଛନ୍ତି । ଜବାବ ରଖିବାକୁ ପ୍ରତିପକ୍ଷ ସମୟ ମାଗିଛନ୍ତି । ଆସନ୍ତା ୧୩ତାରିଖ ଅପରାହ୍ନ ୨ଟାରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ କୋର୍ଟ ଦିନ ଧାର୍ଯ୍ୟ କରିଛନ୍ତି ।

ସୂଚନା ଥାଉକି, ଓଡ଼ିଶା ରୁରାଲ ହାଉସିଂ ଡେଭଲପମେଣ୍ଟ କର୍ପୋରେସନ (ORHDC) ଦୁର୍ନୀତି ମାମଲାରେ ଭୁବନେଶ୍ବର ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ ମେଟ୍ରୋ ବିଲ୍ଡର୍ସର ପରିଚାଳନା ନିର୍ଦ୍ଦେଶକ ତଥା ବିଧାୟକ ମହମ୍ମଦ ମୋକିମ (Barabati MLA Mohammed Moquim)ଙ୍କୁ ୩ ବର୍ଷ ଲେଖାଏଁ ଜେଲଦଣ୍ଡ ଶୁଣାଇଛନ୍ତି । ଏହାକୁ ଚାଲେଞ୍ଜ କରି ମୋକିମ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ । ବର୍ତ୍ତମାନ ତାଙ୍କ ବିଧାୟକ ପଦ ଆଉ ନାହିଁ ।

ଏହା ମଧ୍ୟ ପଢ଼ନ୍ତୁ:ORHDC Scam: ହାଇକୋର୍ଟଙ୍କ ଦ୍ବାରସ୍ଥ ହେଲେ ମୋକିମ

ଆଇନ ଅନୁଯାୟୀ କୋର୍ଟଙ୍କ ଦ୍ବାରା ଦୋଷୀ ସାବ୍ୟସ୍ତ ହେବା ପରେ ମୋକିମ ବିଧାୟକ ପଦରେ ନାହାନ୍ତି ଜଣେ ବିଧାୟକ କିମ୍ବା ସାଂସଦ ଅବା ବିଧାନ ପରିଷଦର ସଭ୍ୟ କୌଣସି ଅପରାଧିକ ମାମଲାରେ ଦୁଇ ବର୍ଷ ବା ଏହାଠାରୁ ଅଧିକ ସମୟ ପାଇଁ କାରାଦଣ୍ଡରେ ଦଣ୍ଡିତ ହେଲେ ଦି ରିପ୍ରେଜେଣ୍ଟେସନ ଅଫ ଦି ପିପୁଲ୍ସ ଆକ୍ଟ ଅନୁଯାୟୀ ତାଙ୍କର ସଭ୍ୟ ପଦ ରଦ୍ଦ ହୋଇଥାଏ । ଏହି କ୍ରମରେ ପ୍ରଥମେ କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ତତ୍କାଳୀନ ବିଧାୟକ ଜୟଲଳିତା ଓ ପରେ ପରେ ଲାଲୁ ଯାଦବଙ୍କୁ ଏହି ଆଇନ ବଳରେ ନିଜ ନିଜର ସଭ୍ୟ ପଦ ହରାଇବାକୁ ପଡ଼ିଥିଲା । ଏହା ସହିତ ବାଚସ୍ପତି ବିଧାନସଭାର ସର୍ବୋଚ୍ଚ କର୍ତ୍ତା ହୋଇଥିଲେ ମଧ୍ୟ ତାଙ୍କ ହାତରେ ମଧ୍ୟ ମୋକିମଙ୍କୁ ସଭ୍ୟ ପଦକୁ କାୟମ ରଖିବାର କ୍ଷମତା ଉପରେ ସନ୍ଦେହ ପ୍ରକାଶ କରିବା ସହ ଦେଶର ସର୍ବୋଚ୍ଚ ନ୍ୟାୟାଳୟର ନିର୍ଦ୍ଦେଶ ହିଁ କାର୍ଯ୍ୟକାରୀ ହେବ ବୋଲି ମତ ପ୍ରକାଶ ପାଇଥିଲା ।

ଇଟିଭି ଭାରତ, କଟକ

Last Updated : Oct 10, 2022, 11:59 AM IST

ABOUT THE AUTHOR

...view details