ETV Bharat / city

ORHDC Scam: ହାଇକୋର୍ଟଙ୍କ ଦ୍ବାରସ୍ଥ ହେଲେ ମୋକିମ

author img

By

Published : Oct 2, 2022, 8:57 AM IST

Updated : Oct 2, 2022, 11:00 AM IST

ହାଇକୋର୍ଟଙ୍କ ଗଲେ ମହମ୍ମଦ ମୋକିମ । ଓଡ଼ିଶା ରୁରାଲ ହାଉସିଂ ଡେଭଲପମେଣ୍ଟ କର୍ପୋରେସନ ଋଣ ମାମଲାରେ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟଙ୍କ ଦଣ୍ଡାଦେଶକୁ ଚାଲେଞ୍ଜ କରି ହାଇକୋର୍ଟରେ ଦ୍ୱାରସ୍ଥ ହୋଇଛନ୍ତି । ଅଧିକ ପଢ଼ନ୍ତୁ

mohammad mokim moves high court over ORHDC Scam case
ORHDC Scam: ହାଇକୋର୍ଟଙ୍କ ଦ୍ବାରସ୍ଥ ହେଲେ ମୋକିମ

କଟକ: ହାଇକୋର୍ଟ ଗଲେ ମହମ୍ମଦ ମୋକିମ । ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟଙ୍କ ଦଣ୍ଡାଦେଶକୁ ଚାଲେଞ୍ଜ କରି ହାଇକୋର୍ଟରେ ଦ୍ୱାରସ୍ଥ ହୋଇଛନ୍ତି । ଓଡ଼ିଶା ରୁରାଲ ହାଉସିଂ ଡେଭଲପମେଣ୍ଟ କର୍ପୋରେସନ ଋଣ ମାମଲାରେ ଭୁବନେଶ୍ବର ସ୍ଥିତ ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ ଦ୍ବାରା ଦୋଷୀ ସାବ୍ୟସ୍ଥ ହେବା ପରେ କଟକ-ବାରବାଟୀ ବିଧାୟକ ମହମ୍ମଦ ମୋକିମ ନିଜର ବିଧାୟକ ପଦ ହରାଇ ସାରିଛନ୍ତି ।

ଆଇନ ଅନୁଯାୟୀ କୋର୍ଟଙ୍କ ଦ୍ବାରା ଦୋଷୀ ସାବ୍ୟସ୍ଥ ହେବା ପରେ ମୋକିମ ବିଧାୟକ ପଦରେ ନାହାନ୍ତି ଜଣେ ବିଧାୟକ କିମ୍ବା ସାଂସଦ ଅବା ବିଧାନ ପରିଷଦର ସଭ୍ୟ କୌଣସି ଅପରାଧିକ ମାମଲାରେ ଦୁଇ ବର୍ଷ ବା ଏହାଠାରୁ ଅଧିକ ସମୟ ପାଇଁ କାରାଦଣ୍ଡରେ ଦଣ୍ଡିତ ହେଲେ ଦି ରିପ୍ରେଜେଣ୍ଟେସନ ଅଫ ଦି ପିପୁଲ୍ସ ଆକ୍ଟ ଅନୁଯାୟୀ ତାଙ୍କର ସଭ୍ୟ ପଦ ରଦ୍ଦ ହୋଇଥାଏ । ଏହି କ୍ରମରେ ପ୍ରଥମେ କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ତତ୍କାଳୀନ ବିଧାୟକ ଜୟଲଳିତା ଓ ପରେ ପରେ ଲାଲୁ ଯାଦବଙ୍କୁ ଏହି ଆଇନ ବଳରେ ନିଜ ନିଜର ସଭ୍ୟ ପଦ ହରାଇବାକୁ ପଡ଼ିଥିଲା । ଏହା ସହିତ ବାଚସ୍ପତି ବିଧାନସଭାର ସର୍ବୋଚ୍ଚ କର୍ତ୍ତା ହୋଇଥିଲେ ମଧ୍ୟ ତାଙ୍କ ହାତରେ ମଧ୍ୟ ମୋକିମଙ୍କୁ ସଭ୍ୟ ପଦକୁ କାୟମ ରଖିବାର କ୍ଷମତା ଉପରେ ସନ୍ଦେହ ପ୍ରକାଶ କରିବା ସହ ଦେଶର ସର୍ବୋଚ୍ଚ ନ୍ୟାୟାଳୟର ନିର୍ଦ୍ଦେଶ ହିଁ କାର୍ଯ୍ୟକାରୀ ହେବ ବୋଲି ମତ ପ୍ରକାଶ ପାଇଥିଲା।

ଏହା ମଧ୍ୟ ପଢ଼ନ୍ତୁ: ORHDC Scam: ଆଉ ବିଧାୟକ ନାହାନ୍ତି ମହମ୍ମଦ ମୋକିମ !

ସୂଚନା ଥାଉକି, ଓଡ଼ିଶା ରୁରାଲ ହାଉସିଂ ଡେଭଲପମେଣ୍ଟ କର୍ପୋରେସନ (ORHDC) ଦୁର୍ନୀତି ମାମଲାରେ ଭୁବନେଶ୍ବର ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ ମେଟ୍ରୋ ବିଲ୍ଡର୍ସର ପରିଚାଳନା ନିର୍ଦ୍ଦେଶକ ତଥା ବିଧାୟକ ମହମ୍ମଦ ମୋକିମ (Barabati MLA Mohammed Moquim)ଙ୍କୁ ୩ ବର୍ଷ ଲେଖାଏଁ ଜେଲଦଣ୍ଡ ଶୁଣାଇଛନ୍ତି । ଏହାପରେ ବଢିଛି ମୋକିମଙ୍କ ଲାଗି ଅଡ଼ୁଆ । ତାଙ୍କ ବିଧାୟକ ପଦ ଆଉ ନାହିଁ । ଏହା ସହ ୫୦ ହଜାର ଟଙ୍କା ଜୋରିମାନା ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏହାପରେ ପ୍ରତିକ୍ରିୟା ରଖି ବିଧାୟକ କହିଥିଲେ, "ବ୍ୟବସାୟ କରି ବିରୋଧୀ ଦଳରେ ରାଜନୀତି କଲେ ଏହି ଭଳି ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼େ । ବ୍ୟାଙ୍କରୁ ଦେଢ କୋଟି ଟଙ୍କା ଋଣ ନେଇଥିଲୁ । କୋଟିଏ ୨୬ ଲକ୍ଷ ଟଙ୍କା ଶୁଝିଛୁ । ଆଇଏଏସ ବିନୋଦ କୁମାରଙ୍କୁ ଟାର୍ଗେଟ କରି ମୋତେ ଫସାଇଛନ୍ତି । କୌଣସି ପ୍ରକାର ଦୁର୍ନୀତି ହୋଇନି ।" ତେବେ କୋର୍ଟଙ୍କ ଦଣ୍ଡାଦେଶ ବିରୋଧରେ ସେମାନେ ହାଇକୋର୍ଟରେ ଚାଲେଞ୍ଜ କରିବେ ବୋଲି ମୋକିମ କହିଥିଲେ ।

ଇଟିଭି ଭାରତ, କଟକ

Last Updated :Oct 2, 2022, 11:00 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.