ETV Bharat / city

ORHDC Scam: ଆଉ ବିଧାୟକ ନାହାନ୍ତି ମହମ୍ମଦ ମୋକିମ !

author img

By

Published : Sep 30, 2022, 5:22 PM IST

ORHDC ଦୁର୍ନୀତି ମାମଲା ଭୁବନେଶ୍ବର ସ୍ଥିତ ଭିଜିଲାନ୍ସ କୋର୍ଟ ବାରବାଟୀ ବିଧାୟକ ମହମ୍ମଦ ମୋକିମଙ୍କୁ ୩ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି । ତେବେ ବିଧାୟକଙ୍କ ବିରୋଧରେ ଜେଲ ଦଣ୍ଡ ଆସିବା ପରେ ଆଇନ ଅନୁଯାୟୀ ତାଙ୍କ ବିଧାୟକ ପଦ ରଦ୍ଦ ହୋଇଛି ବୋଲି ଆଇନଜୀବୀ କହିଛନ୍ତି । ଅଧିକ ପଢନ୍ତୁ

ORHDC Scam: ଆଉ ବିଧାୟକ ନାହାନ୍ତି ମହମ୍ମଦ ମୋକିମ !
ORHDC Scam: ଆଉ ବିଧାୟକ ନାହାନ୍ତି ମହମ୍ମଦ ମୋକିମ !

କଟକ: ଓଡ଼ିଶା ରୁରାଲ ହାଉସିଂ ଡେଭଲପମେଣ୍ଟ କର୍ପୋରେସନ (ORHDC) ଦୁର୍ନୀତି ମାମଲା । ଭୁବନେଶ୍ବର ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ ମେଟ୍ରୋ ବିଲ୍ଡର୍ସର ପରିଚାଳନା ନିର୍ଦ୍ଦେଶକ ତଥା ବିଧାୟକ ମହମ୍ମଦ ମୋକିମ (Barabati MLA Mohammed Moquim)ଙ୍କୁ ୩ ବର୍ଷ ଲେଖାଏଁ ଜେଲଦଣ୍ଡ ଶୁଣାଇଛନ୍ତି। ଏହାପରେ ବଢିଛି ମୋକିମଙ୍କ ଲାଗି ଅଡ଼ୁଆ । ତାଙ୍କ ବିଧାୟକ ପଦ ଆଉ ନାହିଁ । ସୁପ୍ରିମକୋର୍ଟଙ୍କ ଏକ ରାୟ ଅନୁସାରେ ତାଙ୍କର ବିଧାୟକ ପଦ ଆଉ ନାହିଁ ବୋଲି କହିଛନ୍ତି ଆଇନଜୀବୀ ବିଭୁତି ଭୂଷଣ ଚୌଧୁରୀ ।

ORHDC Scam: ଆଉ ବିଧାୟକ ନାହାନ୍ତି ମହମ୍ମଦ ମୋକିମ !

ଆଇନଜୀବୀ ବିଭୁତି ଭୂଷଣ କହିଛନ୍ତି, "୨୦୧୩ ଜୁଲାଇ ୧୦ ତାରିଖରେ ଜଷ୍ଟିସ ଅନଙ୍ଗ ପଟ୍ଟନାୟକଙ୍କ ଖଣ୍ଡପୀଠ ଏକ ରାୟ ଶୁଣାଇଥିଲେ । ସେଥିରେ ସେ ପିପୁଲ୍ସ ରିପ୍ରେଜେଣ୍ଟେଟିଭ ଆକ୍ଟକୁ ଅଣସାମ୍ବିଧାନିକ ବୋଲି କହିଥିଲେ । ସେଥିରେ ସେ ସ୍ପଷ୍ଟ ଭାବରେ ଉଲ୍ଲେଖ କରିଥିଲେ ଯେ ବିଧାୟକ, ସାଂସଦ ବା ଏମଏଲସିର ସଦସ୍ୟଙ୍କ ବିରୋଧରେ କୋର୍ଟଙ୍କ ଜେଲ ଦଣ୍ଡାଦେଶ ଆସିବା ପରେ ସେମାନଙ୍କ ସଭ୍ୟ ପଦ ରଦ୍ଦ ହୋଇଯିବ । ଏଥିରୁ ଗୋଟିଏ କଥା ସ୍ପଷ୍ଟ ଯେ ଯେତେବେଳେ କୋର୍ଟ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି, ସେହି ସମୟ ଠାରୁ ବିଧାୟକଙ୍କ ସଭ୍ୟ ପଦ ଆଉ ରହିବ ନାହିଁ ।"

ଏହା ବି ପଢନ୍ତୁ- ORHDC Scam: ବିଧାୟକ ମହମ୍ମଦ ମୋକିମଙ୍କୁ 3ବର୍ଷ ଜେଲ ଦଣ୍ଡ

"ସୁପ୍ରିମକୋର୍ଟଙ୍କ ଏହି ରାୟ ଅନୁସାରେ ଆରଜେଡ଼ି ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କ ମଧ୍ୟ ସଭ୍ୟ ପଦ ନାକଚ ହୋଇଥିଲା । ଏଣୁ କୋର୍ଟଙ୍କ ଏହି ଅର୍ଡରକୁ ଦେଖିଲେ ବାରବାଟୀ ବିଧାୟକ ମହମ୍ମଦ ମୋକିମ ଆଉ ବିଧାୟକ ପଦରେ ନାହାନ୍ତି । ଏ କ୍ଷେତ୍ରରେ ବାଚସ୍ପତି କଣ ପଦକ୍ଷେପ ନେଉଛନ୍ତି ତାହା ଦେଖିବା କଥା । ମାତ୍ର ଏଭଳି କ୍ଷେତ୍ରରେ ପୂର୍ବରୁ ମଧ୍ୟ କୌଣସି ବାଚସ୍ପତି କିଛି କରିପାରିନାହାନ୍ତି । ବାଚସ୍ପତି ମଧ୍ୟ କୌଣସି ଚେଷ୍ଟା କରିବା ଉଚିତ ନୁହେଁ । କାରଣ ଏହା ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ । "

ଏହା ବି ପଢନ୍ତୁ- ବ୍ୟବସାୟ ସହ ବିରୋଧୀ ଦଳରେ ରାଜନୀତି କଲେ ଏଭଳି ହୁଏ: ମୋକିମ

ସୂଚନା ଥାଉ କି ORHDC ଦୁର୍ନୀତି ମାମଲାରେ ଭିଜିଲାନ୍ସ କୋର୍ଟ ବିଧାୟକ ମୋକିମଙ୍କୁ ୩ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି । ଏହା ସହ ୫୦ ହଜାର ଟଙ୍କା ଜୋରିମାନା ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏହାପରେ ପ୍ରତିକ୍ରିୟା ରଖି ବିଧାୟକ କହିଥିଲେ, "ବ୍ୟବସାୟ କରି ବିରୋଧୀ ଦଳରେ ରାଜନୀତି କଲେ ଏହି ଭଳି ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼େ। ବ୍ୟାଙ୍କରୁ ଦେଢ କୋଟି ଟଙ୍କା ଋଣ ନେଇଥିଲୁ । କୋଟିଏ ୨୬ ଲକ୍ଷ ଟଙ୍କା ଶୁଝିଛୁ । ଆଇଏଏସ ବିନୋଦ କୁମାରଙ୍କୁ ଟାର୍ଗେଟ କରି ମୋତେ ଫସାଇଛନ୍ତି । କୌଣସି ପ୍ରକାର ଦୁର୍ନୀତି ହୋଇନି ।" ତେବେ କୋର୍ଟଙ୍କ ଦଣ୍ଡାଦେଶ ବିରୋଧରେ ସେମାନେ ହାଇକୋର୍ଟରେ ଚାଲେଞ୍ଜ କରିବେ ବୋଲି ମୋକିମ କହିଛନ୍ତି ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.